AB de Villiers of Royal Challengers Bangalore plays a shot during match 1 of the Vivo Indian Premier League 2021 between Mumbai Indians and the Royal Challengers Bangalore held at the M. A. Chidambaram Stadium, Chennai on the 9th April 2021. Photo by Faheem Hussain / Sportzpics for IPL
କେପ୍ଟାଉନ, ୧୭।୪-
ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅବସରରୁ ଫେରିପାରନ୍ତି। ଆସନ୍ତା ଟି୨୦ ବିଶ୍ୱକପରେ ତାଙ୍କୁ ପୁଣି ଦକ୍ଷିଣ ଆଫ୍ରିକା ଜର୍ସିରେ ଦେଖିବାକୁ ମିଳିପାରେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା କୋଚ୍ ମାର୍କ ବାଉଚର। ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ୩ ବର୍ଷ ହେଲା ଅବସର ନେଇଥିଲେ ହେଁ ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ବାଉଚର ଅନୁଭବ କରୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୦ ଏବଂ ୨୦୨୧ ଆରମ୍ଭରେ ଡି’ଭିଲର୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। କୋଭିଡ୍-୧୯ ମହାମାରୀ ପାଇଁ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଅଧିକ ଆଲୋଚନା ହୋଇପାରି ନ ଥିଲେ ହେଁ ତାଙ୍କୁ ଦଳକୁ ଆଣିବାକୁ ଯୋଜନା ରହିଛି ବୋଲି ବାଉଚର ପ୍ରକାଶ କରିଛନ୍ତି। ଚଳିତ ଆଇପିଏଲ ପୂର୍ବରୁ ଡି’ଭିଲର୍ସଙ୍କ ସହ ବାଉଚର ଆଲୋଚନା କରିଛନ୍ତି। ଏହା ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି। ଏବେ ଭାରତୀୟ ପରିବେଶରେ ଡି’ଭିଲର୍ସ ଆଇପିଏଲ ଖେଳୁଛନ୍ତି। ଆଇପିଏଲ ଖେଳାଯାଉଥିବା ଷ୍ଟାଡିୟମ ଗୁଡ଼ିକରେ ଟି୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଚଳିତ ବର୍ଷ ଆରମ୍ଭରେ ଡି’ଭିଲର୍ସ ଭଲ ଟଚ୍ରେ ଥିବା ଜଣାଯାଇଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ ବଲ୍ରୁ ମ୍ୟାଚ ବିଜୟୀ ୪୮ ରନର ଇନିଂସ ଖେଳିଥିଲେ। ଫଳରେ ବିରାଟ କୋହଲିଙ୍କ ଦଳ ଚେପକ୍ରେ ଲଢ଼ୁଆ ବିଜୟ ହାସଲ କରିଥିଲା।