ଦେବଗଡ,୧୮।୧(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ବନ୍ଧ ସୁରକ୍ଷା ସମିତି ଦେବଗଡ ପାଲଲହଡ଼ା କମିଟିର ଦେବଗଡ ଜୋନ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦେବଗଡ଼ ସହରର ଯୁବ ନେତା ଦୟା ଶଙ୍କର ଦ୍ୱିବେଦୀଙ୍କୁ ମନୋନୀତ କରିଥିବା ଜଣାପଡ଼ିଛି। କମିଟିର ସଂପାଦକ ତଥା ଆଇନଜୀବୀ ଚୌଧୁରୀ ବେହେରା ସୂଚନା ଦେଇଛନ୍ତି ଯେ, ଦ୍ୱିବେଦୀ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁଭେଛା ବାର୍ତ୍ତା ମିଳୁଛି, ଏପଟେ ଶ୍ରୀ ଦ୍ୱିବେଦୀ କହିଛନ୍ତି ଯେ ବିସ୍ଥାପିତ ପରିବାରର ସମସ୍ୟା ସମାଧାନ ପାଇଁ କେମିତି ଲୋକ ନ୍ୟାୟ ପାଇବେ ସେଥିପ୍ରତି ଧ୍ୟାନ ଦେବେ।
ଅନ୍ୟ ପକ୍ଷରେ ଦେବଗଡରେ ବହୁ ବର୍ଷ ଧରି ଖାଲିପଡ଼ି ଥିବା ଜୋନ ଅଫିସର ପଦବୀ ନୂତନ ଭାବେ ଯୋଗ ଦେଇଥିବା ଦେବାଶିଷ ସିଂଙ୍କୁ ସାଗତ କରିବା ସହ ଆଗାମୀ ଦିନରେ କେମିତି ବିସ୍ଥାପିତ ପରିବାରର ସମସ୍ୟା ସମାଧାନ ହେବ ସେ ନେଇ କାର୍ଯ୍ୟକାରୀ ସଭାପତି ଶ୍ରୀ ଦ୍ୱିବେଦୀ ଓ ସଂପାଦକ ଚୌଧୁରୀ ବେହେରା ଆଲୋଚନା କରିବା ସହ ଜୋନ ଅଫିସର ପଦବୀ ପୂରଣ ହେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।