In this image from video provided by the Ukrainian Presidential Press Office, Ukrainian President Volodymyr Zelenskyy speaks from Kyiv, Ukraine, early Monday, March 21, 2022. (Ukrainian Presidential Press Office via AP)
କ୍ୱିଭ୍,୨୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୨୮ ଦିନ ପାଇଁ ଜାରି ରହିଛି। ରୁଷିଆ ସୈନ୍ୟବାହିନୀ କ୍ରମାଗତ ଭାବରେ ୟୁକ୍ରେନ ରାଜଧାନୀ କ୍ୱିଭ୍ ସମେତ ଅନେକ ସହର ଉପରେ ଆକ୍ରମଣ କରୁଛନ୍ତି। ଉଭୟ ଦେଶ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। ଅନେକ ଦେଶର ମୁଖ୍ୟଙ୍କ ଦ୍ୱାରା ପ୍ରବର୍ତ୍ତାଇବା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଯୁଦ୍ଧ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଏଥି ସହିତ ପୁଟିନଙ୍କ କଠୋର ମନୋଭାବ ଉପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ମାରିଉପୁଲରେ ନରସଂହାର କରିବାକୁ ଚେଷ୍ଟା କରୁଛି ରୁଷିଆ। ଏହି ପରିବେଶରେ ରୁଷିଆ ସହ କଥାବାର୍ତ୍ତା କରିବା ଅତ୍ୟନ୍ତ କଷ୍ଟକର। ଏଠାରେ ରୁଷିଆ ମଧ୍ୟ ଏକ ଦୃଢ ମନୋଭାବ ଦେଖାଇଛି ଯେ ଯଦି ଆମର ଅସ୍ତିତ୍ୱ ପ୍ରତି ବିପଦ ଆସେ, ତେବେ ଆମେ ମଧ୍ୟ ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରୁଷିଆ ଆକ୍ରମଣରେ ଦିନକୁ ଦିନ ଧ୍ୱସଂସ୍ତୁପରେ ପରିଣତ ହେଉଛି ୟୁକ୍ରେନ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶିବାରେ ଲାଗିଛି।