ଆଇପିଏଲ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫୦ ଅର୍ଦ୍ଧଶତକ ହାସଲ କଲେ ଓ୍ବାର୍ନର

ଦୁବାଇ, ୮।୧୦: ଆଇପିଏଲ୍‌ର ୨୨ତମ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୦୧ ରନ ସଂଗ୍ରହ କରିଛି। ଫଳରେ ପଞ୍ଜାବ ସମ୍ମୁଖରେ ୨୦୨ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହାଇଦ୍ରାବାଦ୍‌ ପକ୍ଷରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୫୨ ଓ ଉଇକେଟ୍‌କିପର ଜନ୍ନୀ ବେୟାରଷ୍ଟୋ ୯୭ ରନ କରିଥିଲେ। ଏଥିସହ ଆଇପିଏଲ୍‌ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଓ୍ବାର୍ନର ୫୦ଟି ଅର୍ଦ୍ଧଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସଫଳ ବୋଲର ଭାବେ ପ୍ରତିପକ୍ଷ ଦଳର ରବି ବିଶ୍ନୋଇ ୩ଟି ଉଇକେଟ୍‌ ନେଇଥିଲେ।