ଝିଅ ଘରକୁ ବୁଲିବାକୁ ଆସିଥଲେ ମା’ : ଏମିତି ହେଲା ଏକାବେଳକେ ଆଖିବୁଜିଦେଲେ…

ପାଟଣା,୨୮।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ମା’ ଝିଅ ଘର ଅଗଣା ତଳେ ଶୋଇଥିବ ବେଳେ ଚିତି ସାପ କାମୁଡାରେ ୨ଜଣଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବଡବିଲ ଗ୍ରାମର ଗ୍ରାମସାଥି ରଞ୍ଜନ କୁମାର ନାୟକଙ୍କ ସ୍ତ୍ରୀ ଯାତ୍ରୀ ନାୟକ, ଏବଂ ତାଙ୍କ ଶାଶୁ ତୁରୁମୁଙ୍ଗା ଥାନା କାଶୀପୁର ଗ୍ରାମର ଫୁଲମଣୀ ନାୟକ । ଝିଅ ଯାତ୍ରୀ ଘରକୁ ମା’ ଫୁଲମଣି ବୁଲି ଆସିଥିବା ସମୟରେ ଘର ଚଟାଣର ତଳେ ମା’ ଝିଅ ଶୋଇଥିବା ସମୟ ଶୁକ୍ରବାର ରାତିରେ ଏକ ଚିତି ସାପ କାମୁଡି ଦେଇଥିଲା ।ଯାତ୍ରୀଙ୍କୁ ସାପ କାମୁଡିବା ଜାଣି ପ୍ରଥମେ ଗୁଣିଆ ନିକଟକୁ ଝାଡିବା ପାଇଁ ନେଇଥିବା ସମୟରେ ଗୁରୁତର ହେବାରୁ ତାଙ୍କୁ ଠାକୁରମୁଣ୍ଡା ଓ ପରେର ଘଷିପୁରା ମେଡ଼ିକାଲକୁ ନିଆଯାଇଥିଲା ସେଠାରେ ସ୍ତ୍ରୀ ଯାତ୍ରୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ନିଜ ଘର କାଶୀପୁରକୁ ଚାଲି ଆସିଥିଲେ। ସେଠାରେ ତାଙ୍କର ଶନିବାର ଅପରାହ୍ନରେ ମତ୍ୟୁ ଘଟିଥିଲା। ଫୁଲମଣିଙ୍କ ମୃତଦେହ ଘରେ ପଡି ରହିଛି ।