Categories: Home Leftଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର ୩୦ରୁ ନଭେମ୍ବର ୪ ପର୍ଯ୍ୟନ୍ତ ୬ଦିନ ଆକ୍‌ଶନରେ ଭରପୁର କ୍ରୀଡ଼ା କାର୍ଯ୍ୟକ୍ରମ ହେବ।

୮ଟି କ୍ରୀଡ଼ାରେ ପ୍ରତିଯୋଗିତା ହେବ। ସେଗୁଡ଼ିକ ହେଲା ସୁଇମିଂ ଓ ପାରା ସୁଇମିଂ, ଆଥଲେଟିକ୍ସ ଓ ପାରା ଆଥଲେଟିକ୍ସ, ନେଟବଲ୍‌, ସେଲିଂ ସ୍କ୍ବାଶ, ଟାଇଥଲନ, ଓ୍ବାଟର ପୋଲୋ ଏବଂ ଓ୍ବେଟ୍‌ଲିଫ୍ଟିଂ।

ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେଲିଂ ଓ ଓ୍ବାଟରପୋଲାକୁ ପ୍ରଥମଥର ସାମିଲ କରାଯାଇଛି। ଏଥିରେ ୭୪ ରାଜ୍ୟଗୋଷ୍ଠୀ ଦେଶ ଅଞ୍ଚଳର ୧୪ରୁ ୧୮ ବର୍ଷ ବୟସବର୍ଗର ପ୍ରାୟ ୧,୨୦୦ ଆଥଲେଟ ଭାଗ ନେବେ ବୋଲି ଆଶା କରାଯାଉଛି।

ବଛାଯାଇଥିବା ଭେନ୍ୟୁଗୁଡ଼ିକ ମଧ୍ୟରେ ରହିଛି କୋଟୋନେରା ଇନ୍‌ଡୋର ପୁଲ୍‌, ଟାଲ୍‌କ୍ରୋକ୍‌ ନ୍ୟାଶନାଲ ପୁଲ୍‌, ମାର୍ସ ଆଥଲେଟିକ୍ସ ଷ୍ଟାଡିୟମ, ମାର୍ସା ସ୍ପୋଟର୍‌ସ ସେଣ୍ଟର, ମେଲିହା ବେ’ ଗୋଜୋ ଇନ୍‌ଡୋର ସ୍ପୋଟ୍ସ ପ୍ୟାଭିଲିଅନ ଓ ମାର୍ସାଲ ଫର୍ନ ବେ’।

Share