ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗଦାନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏବେ ଏହି ମନ୍ତ୍ରୀଙ୍କୁ ମିଶାଇ ରାଜ୍ୟର ମୁଖିଆଙ୍କ ମଧ୍ୟରେ ୪ ଜଣ ସହମତି ପ୍ରକାଶ କରିଛନ୍ତି।
କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଉଦ୍ୟମକ୍ରମେ ଦାରିଙ୍ଗବାଡି ଶୀତ ମହୋତ୍ସବକୁ ରାଜ୍ୟ ସ୍ତରୀୟ ମହୋତ୍ସବରେ ପରିଣତ କରିବାକୁ ପ୍ରୟାସ ଜୋରଦାର କରିଛନ୍ତି। ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟିର କର୍ମକର୍ତ୍ତା ତଥା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ ପ୍ରମୁଖ ଭୁବନେଶ୍ୱରରେ ପହଞ୍ଚି ସେଠାରୁ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନଙ୍କ ସହାୟତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଭେଟି ଦାରିଙ୍ଗବାଡିର ଏହି ମହୋତ୍ସବରେ ଯୋଗଦାନ କରିବାକୁ ନିମନ୍ତ୍ରଣ କରୁଛନ୍ତି।

 

Dharitri – Odisha’s No.1 Odia Daily

 

 

Share