ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି: ସର୍ବନିମ୍ମ ୭.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୨।୧୧ (ଅରୁଣ ସାହୁ): ଦିନକୁ ଗୋଟିଏ ଡିଗ୍ରୀ ତାପମାତ୍ରା କମିବାରେ ଲାଗିଛି ଫଳରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଜାଡ଼ରେ ଥରୁଛି। ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସନ୍ଧ୍ୟା ସମୟରୁ ହିଁ ଥରାଉଛି । ଗତ ୫ ଦିନ ମଧ୍ୟରେ ସର୍ବନିମ୍ମ ତାପମାତ୍ରା ୧୨ ଡିଗ୍ରୀରୁ କମିବାରେ ଲାଗିବା ସହ ଗୁରୁବାର ଭୋର ସୁଦ୍ଧା ସର୍ବନିମ୍ମ ୭.୫ ଡିଗ୍ରୀରେ ପହଞ୍ଚିଛି। ବୁଧବାର ସର୍ବନିମ୍ମ ୮.୫ ଡିଗ୍ରୀ ଏବଂ ମଙ୍ଗଳବାର ୯.୫ ଡିଗ୍ରୀ ରହିଥିଲା।

 

Dharitri – Odisha’s No.1 Odia Daily