ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା: ତାପମାତ୍ରା ରହିଛି…

ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଶୀତରେ ଥରୁଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ୨ ସହର। ୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ପାଲଟିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି। ସେହିପରି କଟକରେ ତାପମାତ୍ରା ୧୪.୪ ଡିଗ୍ରୀ ଓ ଭୁବନେଶ୍ବର ୧୫.୨ ଡିଗ୍ରୀ ରହିଛି।

ସମଗ୍ର ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବାବେଳେ ଏହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ରାତି ନଭେମ୍ବର ମାସର ସବୁଠାରୁ ଥଣ୍ଡା ରାତି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରି ଆଲର୍ଟ ଜାରି ହୋଇଛି।

Share
Tags: odisha