ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ ତାର ତଳକୁ ଓହଳି ରହିଛି। ବିପଦପୂର୍ଣ୍ଣ ଭାବେ ରହିଥିବା ଏହି ବିଦ୍ୟୁତ ତାର ଗୁଡିକ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀବାହି ବସ, ଭାରୀଯାନରେ ଲାଗୁଥିବାରୁ ବିପଦ ଦେଖାଯାଇଛି। ବସ କିମ୍ବା ଭାରୀଯାନରେ ଉପରେ ଚଢି ତାରକୁ ଟେକି ଧରି ଗାଡି ଆଗକୁ ଟାଣିବାକୁ ପଡୁଛି ଫଳରେ ବିଦ୍ୟୁତ ଆଘାତ ଲାଗିବା ଭୟ ରହୁଛି। ଅଞ୍ଚଳବାସୀ ଏନେଇ ବାରମ୍ବାର ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଦାରିଙ୍ଗବାଡି ଥାନାର ସୁରକ୍ଷକର୍ମୀଙ୍କୁ ନେଇ ଯାଉଥିବା ଏକ ବସର ଛାତ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ତେବେ ସୁରକ୍ଷକର୍ମୀ ବସ ଛାତକୁ ଯାଇ ତାରକୁ ଟେକି ଧରି ବସକୁ ଆଗକୁ ବଢ଼ାଇଥିଲେ।