ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଚିକିଟି,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ବଗଡ଼ ପଲ୍ଲୀ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ହୃଷୀକେଶ ପାତ୍ରଙ୍କୁ କେ. ନୂଆଗାଁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୋଲିସ ସୂଚନା ଦେଉନାହିଁ। ଗିରଫ ଅଭିଯୁକ୍ତ ଜଣକ ହତ୍ୟା,ଡକାୟତି, ରାହାଜାନି ଭଳି ବିଭିନ୍ନ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗତ କିଛିଦିନ ହେଲା କେ. ନୂଆଗାଁ ଥାନା ଇଲାକାରେ କିଛି ଅସାମାଜିକ ଯୁବକ ବନ୍ଧୁକ ଧରି ଉତ୍ପାତ ଚଳାଇଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅଞ୍ଚଳରେ ଚୋରି, ଡକାୟତି, ବାଲି ଚୋରା ଚାଲାଣଠାରୁ ଆରମ୍ଭ କରି ଜୁଆ ଆଡ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ମାଦକ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପ୍ରତି ଜନସାଧାରଣଙ୍କ ଆସ୍ଥା ତୁଟିବାରେ ଲାଗିଛି। ଏନେଇ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ ଏବଂ କେ.ନୂଆଗାଁ ଥାନାଧିକାରୀ କିଶୋର କୁମାର ସାମଲଙ୍କୁ ଯୋଗାଯୋଗ କରାଯାଇ ଥିବାବେଳେ ଉଭୟେ ଫୋନ୍‌ ଉଠାଇ ନ ଥିବା ଜଣାପଡ଼ିଛି।

Share