ବିପଦ ମାଡ଼ି ଆସୁଛି, ପୃଥିବୀ ମୁହାଁ ବିରାଟ ଗ୍ରହାଣୁ ପିଣ୍ଡ …

ଓ୍ବାଶିଂଟନ,୧୭।୧୧: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ବିଗ୍‌ ବେନ୍‌ ଘଣ୍ଟା ଆକାରଠାରୁ ତିନି ଗୁଣା ବଡ଼ ଏକ ଗ୍ରହାଣୁ ପିଣ୍ଡ ପୃଥିବୀ ମୁହାଁ ହୋଇଥିବା ନେଇ ଆମେରିକାର ମହାକାଶ ଏଜେନ୍ସି ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ଗ୍ରହାଣୁ ପିଣ୍ଡର ନାମ ହେଉଛି ୩୩୬୧ ଓରଫେଅସ୍‌। ଏହା ର ଚୌଡ଼ା ୯୮୪ ଫୁଟ। ନାସା ଏହା ଉପରେ ନଜର ରଖିଛି। ୨୧ ନଭେମ୍ବର( ରବିବାର) ଏହା ପୃଥିବୀ ନିକଟରେ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।
ନାସା କହିଛି ଯେ ଏହି ଗ୍ରହାଣୁ ପିଣ୍ଡ ପୃଥିବୀର ନିକଟତର ହେବ କିନ୍ତୁ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା ପୃଥିବୀଠାରୁ ୩୫ ଲକ୍ଷ ମାଇଲ ଦୂରତାରେ ଅତିକ୍ରମ କରିବ।

ମହାକାଶରେ ଘୁରିବୁଲୁଥିବା ଏପରି ୨୨ଟି ଗ୍ରହାଣୁ ପିଣ୍ଡ ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏଗୁଡ଼ିକ ପୃଥିବୀର ନିକଟତର ହେବାର ଆଶଙ୍କା ରହିଛି। ପୃଥିବୀର ୪୬ ଲକ୍ଷ ମାଇଲ ପରିସରକୁ ଆସୁଥିବା ଗ୍ରହାଣୁ ପିଣ୍ଡକୁ ନାସା ପରେ ପୃଥିବୀ ପାଇଁ ବିପଦ ବୋଲି ବିବେଚନା କରିଥାଏ।

ଯଦି ଏହି ବିଶାଳ ଗ୍ରହାଣୁ ପିଣ୍ଡଗୁଡିକର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ ଆସେ ତେବେ ପୃଥିବୀ ସହିତ ଧକ୍କା ହୋଇ ବିନାଶ ହେବାର ଆଶଙ୍କା ରହିଥାଏ। ଗ୍ରହାଣୁ ପିଣ୍ଡ ୩୩୬୧ ଓରଫେଅସ ଘଣ୍ଟା ପ୍ରତି ପ୍ରାୟ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି।

Share