ବଢିଲା ସଂକ୍ରମଣ: କେରଳରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨ା୩: ଭାରତରେ ରବିବାର ୫୨୪ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୧୧୩ ଦିନ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ସଂକ୍ରମଣ ସହ ସକ୍ରିୟ ମାମଲା ସଂଖ୍ୟା ୩,୬୧୮ରେ ପହଞ୍ଚତ୍ଛି। ଶନିବାର ସକାଳ ସୁଦ୍ଧା ସକ୍ରିୟ ମାମଲା ସଂଖ୍ୟା ୩,୪୦୬ ଥିଲା। କେରଳରେ କୋଭିଡ୍‌ରେ ଜଣଙ୍କର ମୃତ୍ୟୁ ହେବା ସହ କୋଭିଡ୍‌ଜନିତ ମୋଟ ମୃତ୍ୟୁସଂଖ୍ୟା ୫,୩୦,୭୮୧କୁ ବୃଦ୍ଧି ପାଇଛି। କୋଭିଡ୍‌-୧୯ ଆରମ୍ଭ ହେବା ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଲା ୪,୪୬,୯୦,୪୯୨। ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୯୮.୮୦ ପ୍ରତିଶତ କୋଭିଡ୍‌ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୨୨୦.୬୪ କୋଟି ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି।