ଆଜିର ଚନ୍ଦ୍ର ମୃଗଶିରା ନକ୍ଷତ୍ରରେ ରହି ଯାତ୍ରା, ବ୍ୟବସାୟ, ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ଆନୁଷ୍ଠାନିକ କାମ ଓ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ ରହିବ। କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।
ରାଶିରେ ଉଚ୍ଚସ୍ଥ ଚନ୍ଦ୍ରଙ୍କ ସ୍ଥିତି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଶନି ଦୃଷ୍ଟିରୁ ଝିନଝଟ୍ରୁ ମୁକ୍ତି ମିଳିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନୋବଳ ଟାଣ ରହିବ ଓ ଅଟକିଥିବା କାମକୁ ଶେଷ କରିବେ।
ରାଶ୍ୟାଧିପ ଶନି ନକ୍ଷତ୍ରରେ ଅବସ୍ଥାନ କରିଥିବାରୁ ଆଜି ଯାହା ପାଇବା ଆଶା ରଖିଛନ୍ତି ତାହା ଅବଶ୍ୟ ପାଇବେ। ସନ୍ତାନ ହେତୁକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କଲେ କୈଫିୟତ୍ ଦେବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବାର ଆଶଙ୍କା ରହିଛି।
ସ୍ବନକ୍ଷତ୍ର ପୁନର୍ବସୁରେ ଦେବଗୁରୁ ରହିଥିବାରୁ ଯଥା ସମୟରେ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ବନ୍ଧୁଙ୍କଠାରୁ ଆବଶ୍ୟକ ସହଯୋଗ ପାଇବାର ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ବ୍ୟୟାଧିପ ଚନ୍ଦ୍ର କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ ସ୍ଥାନାନ୍ତରର ସମ୍ଭାବନା ରହିଛି। ଆଜି ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଅପେକ୍ଷା କରି ବ୍ୟସ୍ତ ହେବେ। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ହଲ୍ଚଲ୍ ହେବ। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯାଇପାରେ।
ଚନ୍ଦ୍ରଙ୍କ ସପ୍ତମରେ ରାଶ୍ୟାଧିପତି ରହିଥିବାରୁ ପ୍ରାପ୍ୟ ହାସଲ କରିବାରେ ପ୍ରତିବନ୍ଧକର ସାମ୍ନା କରିବେ। ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ଶୁକ୍ର ନିଜ ଗୃହରେ ଅବସ୍ଥାନ କରିଥିବାରୁ ଆପଣଙ୍କୁ ସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ କରାଇପାରନ୍ତି। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।
ଶନିଙ୍କ କୁପ୍ରଭାବରୁ ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡି ଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଚତୁର୍ଥ କେନ୍ଦ୍ରରେ ରାହୁ ପାରିବାରିକ, ଆର୍ଥିକ ଏବଂ ସାମାଜିକ ଦିଗକୁ ସମସ୍ୟାବହୁଳ କରିବେ। ଯେଉଁ ବିଷୟ ସକାଶେ ଚିନ୍ତା କରୁଛନ୍ତି ସେପରି କିଛି ଅସୁବିଧା ହେବନି। ସାମ୍ବାଦିକତା, ରାଜନୀତି, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନାଧିପ ଶନି ଭାଗ୍ୟସ୍ଥାନକୁ କଟାକ୍ଷ କରୁଥିବାରୁ ଶେଷ ମୁହୂର୍ତ୍ତରେ ଯୋଜନା ବିଗିଡିଯିବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଶୁକ୍ର ସହ ରବିଙ୍କ ସ୍ଥିତି କେତେକାଂଶରେ ଆପଣଙ୍କ କାମରେ ସାହାଯ୍ୟ କରିପାରନ୍ତି।
ଚନ୍ଦ୍ରଙ୍କ ପାପଗ୍ରହଙ୍କ ଦୃଷ୍ଟି ମାନସିକ ଅସ୍ଥିରତା ସାଙ୍ଗକୁ କଡା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେବ। ଆଜି ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାମ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। କର୍ମାଧିପତିଙ୍କ ସ୍ଥିତି ଶ୍ରବଣା ନକ୍ଷତ୍ର ପାଇଁ କାମ ହାସଲରେ ସହାୟକ ହେବ। ବନ୍ଧୁ ଠିକ୍ ସମୟରେ ନ ଫେରିବାରୁ ପ୍ରତୀକ୍ଷା ଯନ୍ତ୍ରଣା ତୀବ୍ର ହେବ।
ରାଶିରେ ରାହୁ ଏବଂ ମୁଖ ଭାବରେ ଶନିଙ୍କ ସ୍ଥିତିଜନିତ ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରି ଓଲଟା ଫଳ ପାଇବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ।
ବୁଧ କେନ୍ଦ୍ରାଧିପ ହୋଇ ଭାଗ୍ୟ ସ୍ଥାନରେ ରହୁଥିବାରୁ ବନ୍ଧୁଙ୍କ ଅକୁଣ୍ଠ ସମର୍ଥନ ପାଇ କାମ ହାସଲ କରିବେ। ପରିବାରରେ ବିଭିନ୍ନ ସମସ୍ୟାର ସାମ୍ନା କରି ନ ପାରି ବିବ୍ରତ ହେବେ। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ। ଆଜିର ରୋଜଗାର ତୁଳନାରେ ଖର୍ଚ୍ଚାଧିକ୍ୟ ମନସ୍ତାପର କାରଣ ହୋଇପାରେ।
👉 Follow Dharitri – Odisha’s No.1 Odia Daily 📰✨ Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates Unsubscribe from updates