ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ ହେବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା ସହ ସାଂସ୍କୃତିକ କିମ୍ବା ଧର୍ମାନୁଷ୍ଠାନ ଦିଗ ପାଇଁ ଯୋଜନା କରିପାରନ୍ତି ।
ରବି ତୃତୀୟାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁ ଆପଣଙ୍କୁ ବନ୍ଧୁବର୍ଗ ଓ ପ୍ରିୟଜନଙ୍କ ଘରୋଇ କାମରେ ନିୟୋଜିତ କରାଇବାର ସ୍ଥିତି ଆସିବ। ଅସ୍ଥିରମନ ନେଇ, ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ସମାଲୋଚିତ ହେବେ। ସନ୍ତାନ ହେତୁକ କିମ୍ବା ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ରାଦିରେ ବିବାଦୀୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଧନିଷ୍ଠା ନକ୍ଷତ୍ରସ୍ଥ ବୁଧ ବନ୍ଧୁଙ୍କ ସହ ମତାନ୍ତରଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିପାରେ। ସ୍ନାୟବିକ ଦୁର୍ବଳତା କିମ୍ବା ଅସାବଧାନତାରୁ ଆଘାତପ୍ରାପ୍ତ ହେବେ। ସ୍ଥଗିତ ଫାଇଲ୍ କାମ କିମ୍ବା ଦାୟିତ୍ୱରେ ଅବହେଳାଜନିତ କର୍ମ କ୍ଷେତ୍ରରେ କୈଫିୟତ୍ ଦେବାକୁ ପଡ଼ିବ। ବ୍ୟବସାୟ ଓ ପରିବହନରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବନାହିଁ ।
ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରରେ ଥିବାରୁ ପାରିବାରିକ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କେତେକ କ୍ଷେତ୍ରରେ କ’ଣ କରିବେ କିମ୍ବା ନ କରିବେ ସ୍ଥିର କରିପାରିବେ ନାହିଁ। ଯାହାକୁ ନିଜର ଭାବିବେ ତାହା ଉପରେ ଭରସା ମଧ୍ୟ କରି ନ ପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ, ଅର୍ଥ ସମ୍ପର୍କ, ଆଲୋଚନାରେ ସଫଳତା ପାଇବା ଆଶା କରାଯାଇପାରେ।
ମଙ୍ଗଳ ଉଚ୍ଚଭାବରେ ରହିଥିବାରୁ ଘରର ବାକିଆ କାମ ବନ୍ଧୁଙ୍କ ପରାମର୍ଶରେ ହାସଲ କରିପାରିବେ। ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ପାରିବାରିକ ଓ କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ନ ଘଟିପାରେ। ଜମିଜମା କିମ୍ବା ଯାନ୍ତ୍ରିକ ଦ୍ରବ୍ୟ କ୍ରୟ, ଚୁକ୍ତିନାମା, ବିବାଦ ସମାଧାନ କ୍ଷେତ୍ରରେ ପାଦେ ଆଗକୁ ବଢ଼ିପାରନ୍ତି।
କେନ୍ଦ୍ରସ୍ଥ ଦେବଗୁରୁ କାର୍ଯ୍ୟହାସଲ ସକାଶେ ଅନୁକୂଳ ସାହାଯ୍ୟ, ସହଯୋଗ ଯୋଗାଇ ଦେବେ। କିଛି ଚିନ୍ତା ନ କରି ଯାହା କରିବା କଥା ଶୀଘ୍ର ଆରମ୍ଭ କଲେ ଭଲ। ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ପାରିବାରିକ ସମସ୍ୟା ସମାଧାନ ହେବ। ଅର୍ଥସଙ୍କଟକୁ ସୁଧାରିବା କିମ୍ବା ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ମନସ୍ଥ କରିପାରନ୍ତି।
ଶନିଶ୍ଚର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଅବସ୍ଥାନ କରି ବନ୍ଧୁଙ୍କ ସହାୟତାରେ ଲକ୍ଷ୍ୟପୂରଣ କରିବେ। ଗୃହ ନିର୍ମାଣ, ଯାନ ମରାମତି ପ୍ରଭୃତି ପାଇଁ ଦିନଟି ଅନୁକୂଳ। ଯାତ୍ରା କାଳରେ ମିତ୍ରତାର ବନ୍ଧନରେ ଆବଦ୍ଧ ହୋଇ ନୂତନ ଯୋଜନାରମ୍ଭ ସକାଶେ ମନ ବଳାଇବେ। ନୂଆ କମ୍ପାନୀରେ ଅଫର୍, ବିଦେଶ ଯାତ୍ରା ଅଥବା ତୀର୍ଥାଟନର ସୁଯୋଗ ଜୁଟିବ।
ଆତ୍ମୀୟଙ୍କ ସମ୍ପର୍କହାନି କିମ୍ବା ପର ଉପରେ ଅଭିମାନ କରି ବର୍ତ୍ତମାନର ସୁଯୋଗର ସଦ୍ ବ୍ୟବହାରକୁ ହରେଇପାରନ୍ତି। ବାଣିଜ୍ୟ, ପରିବହନ, ବନ୍ଧୁସମ୍ପର୍କରେ ସମସ୍ୟାଜନିତ ବ୍ୟସ୍ତତା ବୃଦ୍ଧି ପାଇପାରେ। ମଙ୍ଗଳଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ, ସ୍ଥଗିତ କାର୍ଯ୍ୟାରମ୍ଭ ଓ ଅଧ୍ୟୟନ, ଅଧ୍ୟାପନା କ୍ଷେତ୍ରରେ ଉନ୍ନତି ଘଟିବ।
ଅଷ୍ଟମାଧିପତି କର୍ମଭାବସ୍ଥ ଯୋଗୁ ଆଜି ସବୁଥିରେ ସମସ୍ୟାର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସଫଳତା ପାଇପାରନ୍ତି। ସଂକୁଚିତ ଅର୍ଥନୀତି, କାର୍ଯ୍ୟ ସାଧନରେ ଶିଥିଳତା ଓ ସହଯୋଗର ଅଭାବ ମନସ୍ତାପର କାରଣ ହେବ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଶିଳ୍ପ ବାଣିଜ୍ୟାଦିରୁ ପ୍ରତିବନ୍ଧକ ଦୂରେଇଯିବ।
ଚନ୍ଦ୍ରଙ୍କ କୋଣସ୍ଥାନରେ ଚତୁଃଗ୍ରହ ଯୋଗ ଆପଣଙ୍କୁ ଅନେକ ଯୋଜନା, ଏକାଧିକ ଚିନ୍ତାରେ ନିମଗ୍ନ କରାଇପାରେ। ମାନସିକ ଅସ୍ଥିରତାରୁ ଯାହା କଲେ ମଧ୍ୟ ଅଗ୍ରଗତି ହୋଇ ପାରିବ ନାହିଁ। ସମ୍ପର୍କହାନି, ଅର୍ଥାଭାବ ଏବଂ ପିଲାଙ୍କ ସମସ୍ୟା ବ୍ୟଥିତ କରିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ସମସ୍ୟା ସମାଧାନ ହୋଇଯାଇପାରେ ।
କାର୍ଯ୍ୟହାନି, ବନ୍ଧୁଙ୍କ ପ୍ରତାରଣା ଓ ଅର୍ଥପ୍ରାପ୍ତିର ଅବରୁଦ୍ଧତା ଦୁଶ୍ଚିନ୍ତାର କାରଣ ହୋଇପାରେ। ପାରିବାରିକକ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବା ସାଙ୍ଗକୁ କାର୍ଯ୍ୟସାଧନ ଦିଗରେ ବନ୍ଧୁଙ୍କ ସହ ବିଚାରବିମର୍ଶ କରିବେ। ଯାତ୍ରାରେ ବିଘ୍ନ ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ କର୍ମ ପରିସରକୁ ବୃଦ୍ଧି କରିବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବେ। ପାରିବାରିକ ସ୍ଥିତି, ବନ୍ଧୁସମ୍ପର୍କ, ବ୍ୟବସାୟ, ଯାତ୍ରା ପାଇଁ ଦିନଟି ମଧ୍ୟମ ପ୍ରକାର ରହିବ। ସାହିତ୍ୟ, ରାଜନୀତି, ସଭାସମିତି, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates