ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ ଅର୍ଥ ସଂକଟ ମଧ୍ୟରେ ଆକସ୍ମିକ ଯାତ୍ରାକରିବାକୁ ବାଧ୍ୟ ହୋଇଶପାରନ୍ତି। ବିଶେଷ ଭ୍ରମଣ ଜନିତ ଶାରିରୀକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ।
କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ରର ବିବାଦୀୟ ସ୍ଥିତି ଶୀଘ୍ର ସମାଧାନ ହୋଇଯିବ। ବନ୍ଧୁଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ଆପଣଙ୍କ ଆଶା ପୂରଣରେ ସହାୟକ ହୋଇପାରେ। ଆଜି ହଠାତ୍ ଆନୁମାନିକ କାମ ସକାଶେ ଧାଁ ଦଉଡ କରିବାର ସୂଚନା ରହିଛି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ।
ଆନୁଷଙ୍ଗିକ ସହଯୋଗ ଅଭାବରୁ କର୍ମକ୍ଷେତ୍ରରେ ସମସ୍ୟା ବଢିଯିବ। ଆର୍ଦ୍ରା ନକ୍ଷତ୍ର ସଂକୋଚ ବଶତଃ ବନ୍ଧୁଙ୍କୁ ମନକଥା କହିପାରିବେ ନାହିଁ। କାର୍ଯ୍ୟସିଦ୍ଧିରେ ବିଫଳତାରୁ ନିକଟରେ ରହୁଥିବା ବ୍ୟକ୍ତିଙ୍କୁ ସନ୍ଦେହ କରିପାରନ୍ତି। ଜମିଜମା ବିବାଦ, ଆଇନ, ଅଦାଲତ କ୍ଷେତ୍ରରେ ତଥା ମାଲିମକଦ୍ଦମାର ବିଚାର ସପକ୍ଷରେ ଯାଇପାରେ।
ବ୍ୟୟସ୍ଥାନରେ ବୃହସ୍ପତି ବିଭିନ୍ନ ସ୍ଥାନ ଭ୍ରମଣରେ ବ୍ୟସ୍ତ କରାଇପାରନ୍ତି। ହାତକୁ ନେଇଥିବା କାର୍ଯ୍ୟ ହାସଲ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହୋଇଯିବ। ଅଶ୍ଳେଷା ନକ୍ଷତ୍ରକୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି।
ମଘା ନକ୍ଷତ୍ର ସକାଶେ ମନ ଅନୁଯାୟୀ କାମ ନ ହୋଇପାରିବାରୁ ବିଚଳିତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା ମନରେ ରଖି କେତେକ କାମ କରିବାକୁ ବାଧ୍ୟ ହେବେ। ଟଙ୍କା ପଇସା ଯୋଗାଡ ସକାଶେ ଫନ୍ଦିଫିକର କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ବନ୍ଧୁମିଳନ ପରିସରରେ ହସ୍ତା ନକ୍ଷତ୍ର ସକାଶେ ବିଜାତୀୟ ବ୍ୟକ୍ତିଙ୍କ ସହ ମିତ୍ରତା ବୃଦ୍ଧି ପାଇବ। ଅନ୍ୟମାନଙ୍କ ସାହାଯ୍ୟ ନେଇ କାମ କଲେ ମଧ୍ୟ ଶାନ୍ତି ପାଇବେ ନାହିଁ। ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ସ୍ବାତୀ ନକ୍ଷତ୍ର ଅର୍ଥ, ଜମିଜମା, କଳକବ୍ଜା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କାରଣକୁ ନେଇ ମନରେ ସୁଖ, ସୌହାର୍ଦ୍ଦ୍ୟ ରହିବ ନାହିଁ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି।
ଆଜି ଯାତ୍ରା, ବାଣିଜ୍ୟ, ସମସ୍ୟା ସମାଧାନ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବେ। ଅତୀତ ଘଟଣା ମନକୁ ଆନ୍ଦୋଳିତ କରିବ। ପାରିବାରିକ ପ୍ରତିରୋଧ ସ୍ବକୀୟ ଚିନ୍ତାଧାରା ଓ କାମକୁ ବିଶୃଙ୍ଖଳିତ କରିପାରେ। ଜ୍ୟେଷ୍ଠା ନକ୍ଷତ୍ରର ରାଜନୈତିକ କାରଣକୁ କେନ୍ଦ୍ରକରି ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ।
ଉତ୍ତରାଷାଢ଼ା ନକ୍ଷତ୍ରର କଠିନ ଶ୍ରମଜନିତ ସ୍ବାସ୍ଥ୍ୟ ବିଗିଡ଼ିଯାଇପାରେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ ଶତ୍ରୁତା ସମସ୍ୟାକୁ ବଢ଼ାଇଦେବ। ମତଭେଦ କାରଣରୁ ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇ ନ ପାରେ। କ୍ରୀଡ଼ା, କାରିଗରି, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଶ୍ରବଣା ନକ୍ଷତ୍ରର ସ୍ବାସ୍ଥ୍ୟ, ଆଇନ, ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥବ୍ୟୟ ଏବଂ ଶ୍ରମ ବିନିଯୋଗ କରି ବନ୍ଧୁଙ୍କ ସାହାଯ୍ୟରେ କାମ ହାସଲ କରିବେ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଆନୁଷ୍ଠାନିକ କାମ, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ।
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ମାନସିକ ସଂଯମତା କାର୍ଯ୍ୟକ୍ଷତ୍ରରେ ସହାୟକ ହେବ। ଦୀର୍ଘଦିନରୁ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶତଭିଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ରେବତୀ ନକ୍ଷତ୍ର ସକାଶେ ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ରହଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ସନ୍ତାନମାନଙ୍କର କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଈର୍ଷାପରାୟଣ ବନ୍ଧୁମାନଙ୍କ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates