ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି। ତଥାପି ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ଅବହେଳାଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହୋଇପାରନ୍ତି।
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ବିଭିନ୍ନ ପ୍ରକାର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଖୁସି ରହିବେ। ରବି ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ଉଚ୍ଚ ଆଶା ଅବଶ୍ୟ ପୂରଣହେବା ଆଶା କରାଯାଇପାରେ।
ଏକାଦଶଭାବରେ ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁ ସମ୍ପର୍କ ସୃଷ୍ଟି ସୂଚନା ରହିଛି। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନ ପରିପ୍ରେକ୍ଷୀରେ ଭ୍ରମଣ ସୁଯୋଗ ଲାଭ କରିବେ।
କର୍ମାଧିପ ଏକାଦଶସ୍ଥ ଯୋଗୁ ପ୍ରତ୍ୟେକ କାର୍ଯ୍ୟ କୁଶଳତାର ସହ ସମାପନ କରିପାରିବେ। ଆମତ୍ୀୟଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହେବା କଷ୍ଟକର ହେବ। କର୍ମାରମ୍ଭରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁଙ୍କ ପରାମର୍ଶରେ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
କର୍ମକ୍ଷେତ୍ରରେ ଫାଇଲ୍ କାମରେ ବ୍ୟସ୍ତ ରହିବା ସହ ଅଧିକାଂଶ ଟେନ୍ସନ ଲାଗି ରହିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଘରୋଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦରେ ପଡ଼ିବେ। କ୍ରୀଡ଼ା, ସଙ୍ଗୀତ, ଯାତ୍ରା, ବାଣିଜ୍ୟ, ରାଜନୀତିରୁ ପ୍ରଶଂସିତ ହେବେ।
ବୁଧଙ୍କ ଅଶୁଭତ୍ୱରୁ ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରୁ ଅଭିଯୋଗ ଆସିବ। ଆମତ୍ୀୟଙ୍କ ଅସହଯୋଗରୁ ଦୁର୍ବଳ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧିପାଇବ। ବନ୍ଧୁଙ୍କ ନିକଟରୁ ବକେୟା ଆଦାୟକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ଦୋକାନ ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଉଚ୍ଚସ୍ଥ ଶୁକ୍ର ପସନ୍ଦପୂର୍ଣ୍ଣ କରାଇବାରେ ସୁନ୍ଦର ପରିବେଶ ସୃଷ୍ଟି କରିପାରନ୍ତି। ଭୁଲ୍ ବୁଝାମଣାରେ ନିକଟସ୍ଥ ବ୍ୟକ୍ତିଙ୍କ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯାଇପାରେ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। କଳହ ଲାଗିଥିବା ସହକର୍ମୀଟି ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସ୍ବାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇ ନେବେ। ସକାଳ ସମୟରେ ଶୁଣା କଥାକୁ ବିଶ୍ୱାସକରି ଟେନ୍ସନ ବଢ଼ିପାରେ। ପରିଜନଙ୍କ ସହ ଅଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଓ ଆଳସ୍ୟ ଅନୁଭବ କରିପାରନ୍ତି।
ଆପଣଙ୍କୁ ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ସାହାଯ୍ୟ କରିବ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବା ସମ୍ଭାବନା ନାହିଁ। ଅନ୍ୟ ଉପରେ ଦୋଷ ଢାଳିବାକୁ ଚେଷ୍ଟାକଲେ ସମାଲୋଚିତ ହେବାକୁ ପଡ଼ିପାରେ।
ପରିବାରରେ କୁହୁଳୁଥିବା ଅଶାନ୍ତି ହଠାତ୍ ପରିବେଶକୁ ବଦଳାଇ ଦେଇପାରେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ତୁଲାଇ ନେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ସମ୍ପର୍କୀୟ ଟାହିଟାପରା କରିପାରନ୍ତି। ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନନେଇ ଚଳିବାକୁ ଚେଷ୍ଟାକଲେ ଉପକୃତ ହେବେ।
କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇନେବେ। ପରିବାର,ବନ୍ଧୁ ସମ୍ପର୍କ,
ସଭାସମିତି କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ। କିଣାବିକା କାରବାରରେ ସତର୍କତା ଅଭାବରୁ ଅପଦସ୍ଥ ହେବା ସମ୍ଭାବନା ରହିଛି। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ।
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ। ବୁଧଙ୍କ ଦୁର୍ବଳତା କାରଣରୁ ଦାୟିତ୍ୱ ନେଇଥିବା ଲୋକ ଠିକ୍ ଖବର ଦେବାରେ ହେଳା କରିପାରନ୍ତି। ଅର୍ଥ ଆଦାୟ କରିବାରେ ଯେତେ ଚେଷ୍ଟା କଲେ ମଧ୍ୟ ନେଇଥିବା ବ୍ୟକ୍ତିଟି ବିଭିନ୍ନ କଥା କହି ମିଥ୍ୟା ପ୍ରତିଶ୍ରୁତି ହିଁ ଦେବେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates