ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ। ଆଜି ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ ସାଙ୍ଗକୁ ବ୍ୟବସାୟିକସ୍ଥିତ ହାଲୁକା ରହିବ। ସଭାସମିତି, ସଙ୍ଗୀତ ଚର୍ଚ୍ଚା, ସାହିତ୍ୟାଦି ଦିଗରୁ ଖୁସି ରହିବେ।
ଆଜିର ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବନ୍ଧୁ ମିଳନର ସୁଯୋଗ ଜୁଟିବ। କୃତ୍ତିକା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ। କୈାଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ। ପରିବହନ କ୍ଷେତ୍ରରେ ସମସ୍ୟା ଓ ପରୋକ୍ଷ ଶତ୍ରୁତା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ।
ଆମତ୍ୀୟଙ୍କ ସହାୟତାରେ ମନ ଅନୁଯାୟୀ କାମ କମ୍ର ସୁବିଧା ସୁଯୋଗ ପାଇ ଖୁସି ହେବେ। ପୁନର୍ବସୁ ନକ୍ଷତ୍ର ବନ୍ଧୁଙ୍କୁ ବକେୟା ମାଗିବାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଆନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନରେ ସମସ୍ୟା ଆସିବ। ଯାତ୍ରା ସମୟରେ ଅଜଣା ଲୋକ ସହ ବାକ୍ବିତଣ୍ଡା ସୃଷ୍ଟି ହେବାର ଆଶଙ୍କା ରହିଛି।
କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବେ। ଅଶ୍ଳେଷା ନକ୍ଷତ୍ର ସକାଶେ ସହକର୍ମୀ ଦୋଷାରୋପ କରି ସମସ୍ୟାକୁ ବଢାଇ ଦେବେ। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟା ତୁଟି ଯାଇଥତ୍ଲେ ମଧ୍ୟ ନୂତନ ସମସ୍ୟା ଦେଖାଦେବ। ଆଜି ବାଣିଜ୍ୟ, ଭ୍ରମଣ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ସମୟ ଅନୁକୂଳ ରହିବ।
ବନ୍ଧୁ ଗହଣରେ ମନ କଥା ମନରେ ରଖି ଯଥା ସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍ ହେବନାହିଁ । ଉତ୍ତରା ଫାଲଗୁନୀ ନକ୍ଷତ୍ର ପଡୋଶୀଙ୍କ ସହାୟତାରେ ହଜି ଯାଇଥିବା ଜିନିଷ ଫେରି ପାଇବେ। ପରିବହନ, ବ୍ୟବସାୟ, ନିର୍ମାଣ, ସଂଗଠନ ଓ ରାଜନୀତି ପାଇଁ ଦିନଟି ଭଲ। କର୍ମାରମ୍ଭ, ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ବ୍ୟସ୍ତ ରହିବେ।
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ସହକର୍ମୀଙ୍କ ଘରୋଇ ବ୍ୟାପାର କିମ୍ବା ସ୍ପର୍ଶକାତର କଥାରେ ଚିହ୍ନା ପଡିବା ସମସ୍ୟାକୁ ବଢାଇଦେବ। ଜରୁରୀ କାମରେ ବାହାରକୁ ଯିବାକୁ ବାଧ୍ୟ ହୋଇପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ଦିଗ୍ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ରେ ବ୍ୟସ୍ତ ରହିବେ। ସ୍ବାତୀ ନକ୍ଷତ୍ର ନୂତନ ଗାଡ଼ି, ଯାନ୍ତ୍ରିକ ଜିନିଷ, ଅଳଙ୍କାର, ପୋଷାକପତ୍ର କିଣିବାକୁ ମନ ବଳାଇବେ। ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମହୋସତ୍ବ, ସଙ୍ଗୀତ ଆସରରେ ସାମିଲ୍ ହେବାର ସୁଯୋଗ ମିଳିବ।
ବିଶାଖା ନକ୍ଷତ୍ରକୁ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି କ୍ଷେତ୍ରରେ ନିୟୋଜିତ ହେବେ। ଶନିଙ୍କ ପ୍ରଭାବରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଫଳରେ କେତେକ କାମ ଅଟକି ରହିଯିବ। ପୂର୍ବସ୍ଥିରୀକୃତ ଯୋଜନା ପରିସ୍ଥିତି ଅନୁଯାୟୀ ବଦଳିଯାଇପାରେ।
ପୂର୍ବଷାଢା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍ ଦୂର ହେବ। ଆଜିର ଯାତ୍ରା, ସାହିତ୍ୟ, ସଙ୍ଗୀତ, କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିବା ସକାଶେ ଆଲୋଚନା କରିପାରନ୍ତି।
ଶ୍ରବଣା ନକ୍ଷତ୍ର ସକାଶେ ଅତୀତ ସ୍ମୃତିଚାରଣ ମାନସିକ ଅସ୍ଥିରତାର କାରଣ ହେବ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବନ୍ଧୁତା ସ୍ଥାପନରେ ଦିନଟି ସ୍ମରଣୀୟ ହେବ। ଯାତ୍ରାକାଳରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ଆଇନ, ଅଦାଲତ, ପ୍ରଶାସନ, ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷା ପରାୟଣ ବ୍ୟକ୍ତି ପ୍ରଶଂସାକୁ ସହି ନ ପାରି ଅପପ୍ରଚାର କରିପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି ଓ ବନ୍ଧୁ ମିଳନର ସୁଯୋଗ ପାଇବେ।
ରେବତୀ ନକ୍ଷତ୍ର କାର୍ଯ୍ୟବ୍ୟସ୍ତତାରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ଖାଦ୍ୟପେୟ ଠିକ୍ ନ ରହିବାରୁ ଅଜୀର୍ଣ୍ଣ, ଅମାଶୟ ଦେଖାଦେବାର ଆଶଙ୍କା ରହିଛି। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡା ଲାଗିପାରେ ା ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates