ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ନିଶ୍ଚୟ ପାଇବେ। ଅବହେଳା କାରଣରୁ ଘରର ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ।
ଆଜି କୃତ୍ତିକା ନକ୍ଷତ୍ର ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବାଣିଜ୍ୟ, ପରିବହନ ସହ କଚେରି ମାମଲାରେ ମନସ୍ତାପ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ସହ ପାରିବାରିକ ସ୍ଥିତି ଭଲ ରହିବ। ସମ୍ପର୍କୀୟଙ୍କ ସାହାଯ୍ୟରେ ମୂଲ୍ୟବାନ ଜିନିଷ କ୍ରୟ କରିବେ।
ମୃଗଶିରା ନକ୍ଷତ୍ର ସକାଶେ ପୁରୁଣା ରୋଗରେ କଷ୍ଟ ପାଇବେ। ତର୍କ ବିତର୍କ କାରଣରୁ ବନ୍ଧୁଙ୍କ ସହିତ ସମ୍ପର୍କ ହାନି ଘଟିପାରେ। ଆନୁଷ୍ଠାନିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟ,ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ କରିପାରିବେ। ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟାର ସମାଧାନ ହୋଇଯିବ। ଅର୍ଥସଙ୍କଟ କିମ୍ବା ଅସହଯୋଗ କାରଣରୁ ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବ ନାହିଁ। ଅଶ୍ଳେଷା ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ଆହୂତ ହୋଇ ସାଂସ୍କୃତିକ କାମରେ ଯୋଗ ଦେଇପାରନ୍ତି।
ଆଜିର କର୍ମକ୍ଷେତ୍ରରେ ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଦୀର୍ଘଦିନର ଆଶା ଫଳବତୀ ହେବ। ବାଣିଜ୍ୟ, ସଭାସମିତି, ସାହିତ୍ୟ, କଳା ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ମଘା ନକ୍ଷତ୍ର ସକାଶେ ଆବଶ୍ୟକତା ପରିପ୍ରେକ୍ଷୀରେ ମୋଟାଅଙ୍କର ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ ।
ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ସହଯୋଗ ପାଇବା କଷ୍ଟକର ହେବ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବିଦେଶ ଜାଗାରେ ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ରପତ୍ାନି ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଏବଂ ପରିବହନ କ୍ଷେତ୍ରରେ ହସ୍ତା ନକ୍ଷତ୍ର ଆଶାନୁରୂପ ଫଳ ପାଇବେ।
ସ୍ବାତୀ ନକ୍ଷତ୍ରର ସ୍ବାସ୍ଥ୍ୟ ଠିକ୍ ଥିଲେ ମଧ୍ୟ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। କଳହ ଲାଗିଥିବା ଅତି ନିକଟତର ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରରେ ସୁଖ ଶାନ୍ତି ପୂର୍ବପରି ଅକ୍ଷୁଣ୍ଣ ରହିପାରିବ। ସନ୍ତାନଙ୍କ କୃତି ଏବଂ କୃତିତ୍ୱ ଯୋଗୁ ନିଜକୁ ଗୌରବାନ୍ବିତ ମନେକରିବେ।
ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଅନୁରୋଧରେ ମନୋରଞ୍ଜନ ପ୍ରତି ଆଗ୍ରହୀ ହେବେ। ଜ୍ୟେଷ୍ଠା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ କଳହ କାରଣରୁ ଟେନସନ୍ ବୃଦ୍ଧି ପାଇବ। ଜମିଜମା ବିବାଦ, ପ୍ରତିଯୋଗିତା ତଥା ମକଦ୍ଦମାରେ ବିଜୟୀ ହେବେ।
କର୍ମାରମ୍ଭ ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି। ବନ୍ଧୁଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍ ଭାବେ ବୁଝି କାର୍ଯ୍ୟ କରିପାରନ୍ତି। ଆଜି ମୁଳା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ ା
ପାରିପାର୍ଶ୍ୱିକ ପରିସ୍ଥିତି ବଦଳିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ। ଆବଶ୍ୟକସ୍ଥଳେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟହୋଇପାରନ୍ତି। ଆଜି ଆପଣ ଆଶା କରୁଥିବା ଅର୍ଥ, ବନ୍ଧୁମିଳନ, ଦୂରଯାତ୍ରା, କ୍ଷେତ୍ରରେ ନିରାଶ ହେବେନାହିଁ।
ଆଜିର କର୍ମକ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା କାର୍ଯ୍ୟ ହାସଲ କରିବେ। ଅର୍ଥସଙ୍କଟ, ସହକର୍ମୀଙ୍କ ଅସହଯୋଗ, ପ୍ରଶାସନିକ ଦ୍ୱନ୍ଦ୍ୱ ଏବଂ ପାରିବାରିକ ଅସ୍ଥିରତା ଦୂର ହେବ। ଶତଭିଷା ନକ୍ଷତ୍ର କୂଟନୀତି ପ୍ରୟୋଗ କରି ସ୍ଥଗିତ କାମ ବନ୍ଧୁଙ୍କ ଦ୍ୱାରା କରାଇନେବେ। ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ।
ପଡ଼ିରହିଥିବା କାମଟିକୁ ବନ୍ଧୁଙ୍କ ଦ୍ୱାରା ସମ୍ପନ୍ନ କରିବାର ପ୍ରୟାସ କରିବେ। ସଭାସମିତିରେ ବାକ୍ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ରେବତୀ ନକ୍ଷତ୍ରର କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ବ୍ୟବସାୟ ମନ୍ଦ ହେବନି କିନ୍ତୁ ବ୍ୟସ୍ତ, ବିବ୍ରତ ମଧ୍ୟରେ ସମୟ ଅତିବାହିତ ହେବ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates