Categories: Rasifala

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ
ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକି ରହିବ ନାହିଁ। ଆଲୋଚନାରେ ନିଜର ସୀମା ଭିତରେ ରହିବା ଭଲ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
ବୃଷ
ନିଜ ପରିସରର ବନ୍ଧୁଙ୍କ ସହଯୋଗ ଅଭାବରୁ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇଯିବ। ଭଲ ସମ୍ପର୍କ ରହିଥିବା ପଡ଼ୋଶୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରିପାରନ୍ତି।
ମିଥୁନ
ଆଶା କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଯଥା ସମୟରେ ଅର୍ଥଲାଭ ହେବ। ବିଭିନ୍ନ ସଂଘର୍ଷମୟସ୍ଥିତି ମଧ୍ୟରେ ଆପଣଙ୍କୁ ଗତି କରିବାକୁ ପଡିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ରହୁଥିବାର ଅନୁଭବ କରିପାରନ୍ତି। ବିବାଦୀୟ ପରିସ୍ଥିତିରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କାର୍ଯ୍ୟସିଦ୍ଧି ଆଶଙ୍କା କଥା ଚିନ୍ତା ନ କରି କାମ କରିଚାଲନ୍ତୁ କୌଣସି ଅସୁବିଧା ହେବନାହିଁ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ଯାହା ପାଇବା ସକାଶେ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇପାରନ୍ତି। ନିର୍ମାଣ, ଯୋଗାଯୋଗ, ପ୍ରେସ୍‍, ଆଲୋଚନା ଓ ସଭାସମିତିରେ କାମ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ।
ସି˚ହ
ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ମତକୁ ବିଚାରକୁ ନ ନେଲେ ପରିସ୍ଥିତି ବଦଳିଯାଇପାରେ। ସମସ୍ତ ସୁବିଧା ଥିଲେ ମଧ୍ୟ ସହଯୋଗ ଅଭାବରୁ ତାହା ମଉଳିଯାଇପାରେ। ବାଣିଜ୍ୟ, ନିର୍ମାଣ, ଯାତ୍ରା, କଚେରି ମାମଲା ସମ୍ପର୍କିତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଅବହେଳା କାରଣରୁ ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା
ଆଜିର ଗ୍ରହସ୍ଥିତି ପାଇଁ ବିଶେଷଭାବରେ ପ୍ରତିକୂଳ ରହିବ ନାହିଁ। ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଗଲେ ମଧ୍ୟ ପର ମୁହୂର୍ତ୍ତରେ ସବୁ ଠିକ୍‍ ହୋଇଯିବ। ସଭାସମିତିରେ ନୀରବତା ଅବଲମ୍ବନ କରିବା ଦ୍ୱାରା ଅନ୍ୟମାନେ ଟିକାଟିପ୍ପଣୀ ଦେଇପାରନ୍ତି। ବନ୍ଧୁ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ତୁଳା
ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନାରମ୍ଭ ସକାଶେ ମନ ବଳାଇପାରନ୍ତି। ଶିଳ୍ପ, ବାଣିଜ୍ୟରେ ଉନ୍ନତି ଆପଣଙ୍କ ଅର୍ଥନୈତିକ ସ୍ଥିତିକୁ ଊର୍ଦ୍ଧ୍ୱଗାମୀ କରାଇପାରେ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧିରୁ ପରିସ୍ଥିତିକୁ ସମ୍ଭାଳି ନେବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।
ବିଛା
ଆଜିର ଦିନଚର୍ଯ୍ୟା ମଧ୍ୟରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ନିଜର ଭଳି ଅଭିନୟ କରି ପଛରେ ସମାଲୋଚନା କରିପାରନ୍ତି। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ କରିପାରିବେ। ପ୍ରକାଶନ, ପ୍ରଶାସନ, ଚୁକ୍ତିପତ୍ର, ରାଜନୀତି ଓ କଳା ସାହିତ୍ୟରେ ଉନ୍ନତି କରିପାରନ୍ତି। ଆଜି ପ୍ରିୟ ବନ୍ଧୁଟିର ଦେଖା ପାଇବେ ନାହିଁ।
ଧନୁ
ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‍ ସାମ୍ନା କରିବାରେ ସଫଳତା ପାଇବେ। ବାଣିଜ୍ୟ, ପରିବହନ, ପ୍ରକାଶନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କଠିନ ଶ୍ରମ ଓ ଭ୍ରମଣ ହେତୁକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଜିର ଯାତ୍ରାରେ ସଫଳତା ମିଳିବ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ।
ମକର
ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ କଥା କହି କାମ ହାସଲ କରିବେ। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କରି ଉପକୃତ ହୋଇପାରନ୍ତି।
କୁମ୍ଭ
କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡିବ। ଆଲୋଚନା ପରିସରରେ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ନାସ୍ତିବାଣୀ ଶୁଣାଇ ପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ସଭାସମିତିକୁ ନିମନ୍ତ୍ରିତ ହେବାର ସୌଭାଗ୍ୟଲାଭ କରିବେ।
ମୀନ
କର୍ମପରିସର ବୃଦ୍ଧି ଯୋଗୁ ବିଭିନ୍ନ କ୍ଷେତ୍ରରେ ଅନୁପ୍ରବେଶ ଅସ୍ଥିରତା ମଧ୍ୟରେ ରଖିପାରେ। ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.