କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପ୍ରତ୍ୟୁଷଯାତ୍ରା, ବାଣିଜ୍ୟ, ପରିବହନରେ କୌଣସି ଅସୁବିଧା ରହିବନାହିଁ। ଆବଶ୍ୟକତାନୁଯାୟୀ କୌଣସି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ଦୀର୍ଘଦିନରୁ ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ଜରିଆରେ ପାଇ ଖୁସି ହେବେ। ଆଜି ବନ୍ଧୁମିଳନ ସାଙ୍ଗକୁ ପୁରୁଣା ସମ୍ପର୍କ, ଜମିଜମା, ଗାଡ଼ିମୋଟର ବ୍ୟବସାୟରୁ ଲାଭବାନ୍ ହୋଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ କଳହର ସମ୍ମୁଖୀନ ହେବାକୁପଡ଼ିପାରେ।
ଆଜି ଚନ୍ଦ୍ରଙ୍କର ଏକାଦଶ ରାଶିରେ ବୃହସ୍ପତି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରିବେ। ଆନୁଷ୍ଠାନିକ କ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ସକାଶେ ଚିନ୍ତା କରିପାରନ୍ତି। ଶିଳ୍ପ, ବ୍ୟବସାୟ, କାରିଗରି କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବେ। ଆଜି ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ସ୍ଥଗିତ ରହିଯାଇଥିବା କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବ।
ଆଜିର ଗ୍ରହଯୋଗ ନୂତନ ବନ୍ଧୁସମ୍ପର୍କ ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସାହାଯ୍ୟ କରିବ। ଦୀର୍ଘଦିନର ଆଶା ଫଳବତୀ ହେବ। ପାରିବାରିକ ସ୍ତରରେ ଆମତ୍ୀୟସ୍ବଜନଙ୍କ ଦ୍ୱାରା କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସୂଚନା ରହିଛି।
ମଙ୍ଗଳ ଓ ବୁଧ ୬ଷ୍ଠ ସ୍ଥାନରେ ରହିଥିବାରୁ ବନ୍ଧୁ ଗହଣରେ ସତ୍ୟ କହି ବିରୋଧୀ ହୋଇପାରନ୍ତି। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବା ସାଙ୍ଗକୁ ଲକ୍ଷ୍ୟପୂରଣରେ ଅସୁବିଧା ରହିବ ନାହିଁ। ପରିବାରର ଗୁରୁତ୍ୱପୂର୍ଣ୍ଣ କାମ ଅର୍ଦ୍ଧସମ୍ପୂର୍ଣ୍ଣ ରହିଯାଇପାରେ। କର୍ମକ୍ଷେତ୍ରରେ ଆଲୋଚନାର ଶେଷ ସମୟରେ ନିଷ୍ପତ୍ତି ବଦଳାଇପାରନ୍ତି।
କେନ୍ଦ୍ର ଓ କୋଣସ୍ଥାନରେ ଗ୍ରହଙ୍କ ସ୍ଥିତିଜନିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାଜନିତ ଖୁସି ରହିବେ। ଦୀର୍ଘଦିନରୁ ଲାଗି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ବିଚଳିତ କରିପାରେ। ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନର ଆଶା ରହିଛି। ସନ୍ତାନଙ୍କ କୃତି ଓ କୃତିତ୍ୱ କାରଣରୁ ନିଜକୁ ଗୌରବାନ୍ବିତ ମନେକରିବେ।
ଭାଗ୍ୟସ୍ଥାନସ୍ଥ ବୃହସ୍ପତି ଯୋଗୁ ଆଜିର ଜୀବନଚର୍ଯ୍ୟା ଅନୁକୂଳ ବାତାବରଣରେ ପ୍ରୀତିପ୍ରଦ ରହିବ। ସାମାଜିକ ଚଳଣିରେ ଅର୍ଥ, କର୍ମକ୍ଷେତ୍ରରେ ସମ୍ମାନ ସହ ବନ୍ଧୁମିଳନରେ ଆପ୍ୟାୟିତ ହୋଇପାରନ୍ତି। ପାରିବାରିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ପଡ଼ୋଶୀ ସାହାଯ୍ୟର ପ୍ରତିଶ୍ରୁତି ଦେବା ସୂଚନା ରହିଛି।
ନୂତନ ଯୋଜନା ପ୍ରଣୟନ ସହ ସାମାଜିକ ସମ୍ମାନ ଲାଭକରିବେ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପରିବହନର ଅଭିବୃଦ୍ଧିରୁ ଖୁସି ରହିବେ। ପାରିବାରିକ ଅବ୍ୟବସ୍ଥା, ଅଫିସ୍ କାମରେ ଅନ୍ୟମନସ୍କତା ଓ ଈର୍ଷାଳୁଙ୍କ କୁତ୍ସାରଟନାରୁ ଚିନ୍ତିତ ରହିବେ। ଶୁକ୍ରଙ୍କ ପ୍ରଭାବରୁ କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରର ସମସ୍ୟା ସମାଧାନ ହେବ।
ପରିସ୍ଥିତିର ବିଷମତାକୁ ସାମ୍ୟତା ପ୍ରଦାନ କରିବାରେ ଆପଣଙ୍କ ଉଦ୍ୟମ ମୂଲ୍ୟହୀନ ହେବନାହିଁ। ବନ୍ଧୁବର୍ଗଙ୍କ ପ୍ରଶଂସା, ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ସୁଦୃଢ଼ ସ୍ଥିତି ମନୋବଳ ବୃଦ୍ଧିକରିବ। ପୂର୍ବାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ବୃଦ୍ଧି ଯୋଗୁ କାମ ଉତ୍ସାହପ୍ରଦ ହେବନାହିଁ। ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ପାଇବେ।
ରାଶିରେ ଏକାଧିକ ଗ୍ରହଙ୍କ ସ୍ଥିତି ଚିନ୍ତାରେ ନିମଗ୍ନ କରାଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା କାରଣରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବାର ସୌଭାଗ୍ୟ ଅର୍ଜନ କରିବେ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ଜମା ଠିକ୍ ହେବନାହିଁ।
କୋଣଭାବସ୍ଥ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ବନ୍ଧୁ ଓ ପରିଜନଙ୍କ ସହ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ପାଇ ଖୁସି ହେବେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଯାନ୍ତ୍ରିକ ତ୍ରୁଟିଜନିତ କ୍ଷୋଭ ପ୍ରକାଶ କରିପାରନ୍ତି।
ଆଜିର ଅନୁକୂଳ ଗ୍ରହ ସଂଯୋଗ ଅର୍ଥ, ସମ୍ମାନ ସହ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ। ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହେବେ। ଶତ୍ରୁତା କରୁଥିବା ବ୍ୟକ୍ତ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢ଼ା କଥା କହି ବୁଲିବେ। ବାଣିଜ୍ୟ, ଲେଖାପଢ଼ା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates