ମୁଖଭାବରେ ଚନ୍ଦ୍ର ଯୋଗୁ ହସିଲେ କଥା କହିବେ। ବନ୍ଧୁ ଅର୍ଥସାହାଯ୍ୟ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ସ୍ଥଗିତ କାମରେ ଅଗ୍ରଗତିର ସମ୍ଭାବନା, ପାରିବାରିକ ସମସ୍ୟାର ସମାଧାନ ଆଶା ରହିଛି। ବିତର୍କରୁ ସମ୍ପର୍କହାନିର ପରିସ୍ଥିତି ସୃଷ୍ଟିହେବ। ସୃଜନୀଶକ୍ତିର ଅଭିବୃଦ୍ଧି ଘଟିବ। ଅତୀତକଥା ମନରେ ବ୍ୟଥା ସୃଷ୍ଟି କରିପାରେ।
ଭାବପ୍ରବଣତାରୁ ଆତ୍ମବିଭୋର ହେବେ। କଅଁଳ କଥା କହି କାମ ହାସଲ କରିବେ। କର୍ମକ୍ଷେତ୍ରରେ ରାହୁ ବିବାଦର ସୂତ୍ରଧର ସାଜିପାରନ୍ତି। ପାରିବାରିକ କ୍ଷେତ୍ର ଅଶାନ୍ତ ରହିବ। ଋଣ ପରିଶୋଧ, ସନ୍ତାନଙ୍କ ସମସ୍ୟା, କଚେରି ମାମଲାଜନିତ ବିଚଳିତବୋଧ କରିବେ। ଆନୁଷ୍ଠାନିକ କାମରେ ସହଯୋଗ ସକାଶେ ବନ୍ଧୁବର୍ଗ ଅନୁରୋଧ କରିପାରନ୍ତି।
ଆଜିର ଖର୍ଚ୍ଚ ବଢ଼ିଯିବ। ପ୍ରିୟଜନଙ୍କ ସହଯୋଗରୁ କାମହାସଲ କରିବେ। ପାରିବାରିକ ଜୀବନରେ ମତାନ୍ତର ହୋଇପାରେ। ଆର୍ଥିକ ଦୁରବସ୍ଥାକୁ ସୁଧାରି ନେବେ। ନୂତନ ବନ୍ଧୁସମ୍ପର୍କ ସୃଷ୍ଟିହେବ। ପିଲାଙ୍କ ଶିକ୍ଷା ସକାଶେ ସମସ୍ୟାର ସମ୍ମୁଖୀନ ହେବେ। ପଡ଼ୋଶୀଙ୍କ ଅପପ୍ରଚାରରେ କ୍ରୋଧିତ ହେବେ। ପାଦରେ ଆଘାତ ଲାଗିପାରେ।
ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅଭିଳାଷ ପୂରଣରେ ପ୍ରତୀକ୍ଷାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ସ୍ଥଗିତ ରହିଯାଇପାରେ ା ଆର୍ଥିକ ସଂକଟ ଦେଖାଦେବ। ପାରିବାରିକ ଶାନ୍ତିରୁ ଖୁସି ରହିବେ। ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। ସହକର୍ମୀ ପ୍ରତାରଣା କରିପାରନ୍ତି। ଆଜିର ଯାତ୍ରାରେ ଅଧାବାଟରୁ ଫେରି ଆସିବାକୁ ପଡ଼ିପାରେ।
ଚନ୍ଦ୍ରଙ୍କ ଚତୁର୍ଥରେ କେତୁ ଯୋଗୁ ପାରିବାରିକ କଳହର ଆଶଙ୍କା ରହିଛି। ସ୍ନାୟବିକ ଦୁର୍ବଳତା ଲାଗିରହିବ। ଆଣ୍ଠୁଗଣ୍ଠି ପୀଡ଼ା ଅସ୍ଥିର କରିପାରେ। ଆଶ୍ୱାସନା ଦେଇଥିବା ବ୍ୟକ୍ତିଟି ଉପରେ ଭରସା କରିପାରିବେନି। ସହକର୍ମୀ ଦାଉ ସାଧିପାରନ୍ତି। କିନ୍ତୁ ଆର୍ଥିକ ଅଭିବୃଦ୍ଧି, ପଦସ୍ଥବ୍ୟକ୍ତିଙ୍କ ପରାମର୍ଶ କାର୍ଯ୍ୟ ସାଧନରେ ସହାୟକ ହେବ।
ଶନିଙ୍କ ଦୃଷ୍ଟି ଅଳସୁଆ କରିବ। ଆତ୍ମୀୟଙ୍କ ବିରୋଧରୁ କୌଣସି କାମ ଠିକ୍ ସମୟରେ ହୋଇପାରିବନି। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିବ। ବାଣିଜ୍ୟରେ ଲାଭବାନ୍ ହେବେ। ପରିଜନଙ୍କ ସହିତ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ। ନିର୍ମାଣ କାର୍ଯ୍ୟରେ ସାମୟିକ ଅସ୍ଥିରତା ଦେଖା ଦେଇପାରେ। ବିଳମ୍ବରେ ଶୁଭଖବର ମିଳିବ।
ଷଷ୍ଠାଧିପ ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା, ଆଣ୍ଠୁଗଣ୍ଠି ଦରଜକୁ ବୃଦ୍ଧି କରିବ। ଋଣ ପରିଶୋଧର ଚିନ୍ତା ମାନସିକ ସ୍ଥିତିକୁ ବିଗାଡ଼ିଦେବ। ବନ୍ଧୁଙ୍କ ସହ ସ୍ବାତୀ ନକ୍ଷତ୍ର ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ଉଦାରତା ଗୁଣରୁ ପ୍ରିୟଜନଙ୍କ ଅନୁରକ୍ତି ଲାଭ କରିବେ। ଆଘାତଜନିତ ପୀଡ଼ା ପାଇବେ।
ଚନ୍ଦ୍ର କେନ୍ଦ୍ରରେ ଅବସ୍ଥାନ କରିଥିବାରୁ ଆଜି ଯେଉଥତ୍ରେ ହାତ ଦେବେ ସଫଳତା ନିଶ୍ଚିତ। ଦୂରେଇଯାଥିବା ବନ୍ଧୁ ପାଖେଇ ଆସିବେ। ଲୋକପ୍ରିୟତା ବଢିବ। ନୂଆ ସମ୍ପର୍କ ସୃଷ୍ଟିହେବ। ପୁରୁଣା ସମ୍ପର୍କରେ ବିରୋଧାଭାଷ, ପାରିବାରିକ ମତାନ୍ତର, ସହକର୍ମୀ ଭୁଲ୍ ବୁଝିପାରନ୍ତି ଏବଂ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।
ରାଶିରେ ଏକାଧିକ ଗ୍ରହ ମନକୁ ବିଭ୍ରାନ୍ତ କରାଇପାରନ୍ତି। ପର ପାଇଁ ଘରେ କଳହର ଆଶଙ୍କା ରହିଛି। ଗୃହାରମ୍ଭ ଯୋଜନା କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ବେପାର ଭଲ ଚାଲିବ। ପଦସ୍ଥ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ଦୂରଯାତ୍ରା, ମନୋରଞ୍ଜନ, ନୂତନମିତ୍ରତା, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଯୋଗୁ ଖୁସି ରହିବେ।
ଶୁଭଖବର ମନକୁ ଆହ୍ଲାଦିତ କରିବ। ସନ୍ତାନ ହେତୁକ ଗୌରବ ପାଇବେ। ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସା ମିଳିବ। ଆବଶ୍ୟକତା ବୃଦ୍ଧିରୁ ଖର୍ଚ୍ଚାନ୍ତ ହେବେ। ନୃତ୍ୟ, ସଙ୍ଗୀତ, କ୍ରୀଡ଼ାକ୍ଷେତ୍ରରେ ସମ୍ମାନିତ ହେବେ। ରପତ୍ାନି ବାଣିଜ୍ୟର ସମସ୍ୟା ସମାଧାନ ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
ରାଶିରେ ରାହୁଙ୍କ ଯୋଗୁ ମନ ସ୍ଥିର ରହିବନି। ଭଲ କାମ କରି ମଧ୍ୟ ସମାଲୋଚିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ବିବାଦ ବଢ଼ିବ। ଗଠନମୂଳକ କାମ ବାଧାପ୍ରାପ୍ତ ହେବ। ପୁରୁଣା ରୋଗପୀଡ଼ା ବୃଦ୍ଧି ପାଇବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି, ବୈଷୟିକ ଅଭିବୃଦ୍ଧି, ସହକର୍ମୀଙ୍କ ସୌହାର୍ଦ୍ଦ୍ୟ, ବନ୍ଧୁମିଳନରୁ ଖୁସି ରହିବେ।
ଶନି ପ୍ରଭାବରୁ କାମ ଅଟକି ରହିବ। କଥାଦେଇଥିବା ବନ୍ଧୁ ଦୂରେଇ ରହିପାରନ୍ତି। ଆଇନ ସହାୟତା ମିଳିବ। ବିବାଦରେ ବିଜୟୀ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପାଇପାରନ୍ତି। ପରିବହନରେ ସମସ୍ୟା ସମାଧାନ ହୋଇଯିବ। ପରିଜନସହ ପର୍ଯ୍ୟଟନସ୍ଥଳକୁ ଯାଇପାରନ୍ତି। ଶାରୀରିକ ଅସୁସ୍ଥତାରୁ ମନସ୍ତାପ କରିବେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates