Categories: Rasifala

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ
ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ତଥା ଚଳଚ୍ଚିତ୍ର ପ୍ରଭୃତିରେ ଅଗ୍ରଗତି ଘଟିବ।
ବୃଷ
ସପ୍ତମସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ପ୍ରଭୃତିରେ ସଫଳତା ପାଇବେ। କୈାଣସି ଯାନ୍ତ୍ରିକ ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମିଥୁନ
ଶନି ସହ ଚନ୍ଦ୍ରଙ୍କ ସଂଯୁତି ଆପଣଙ୍କୁ ଅବସାଦ ଯୁକ୍ତ କରାଇପାରେ। କାର୍ଯ୍ୟରେ ବିଫଳତା ଓ ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ ମନସ୍ତାପ କରିବେ। ଚନ୍ଦ୍ରଙ୍କ ପ୍ରଭାବରେ ଆର୍ଥିକ ଦିଗରୁ ଉପକୃତ ହେବେ ଏପରିକି ବକେୟା ମଧ୍ୟ ପାଇପାରନ୍ତି। ନୂତନ କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
କର୍କଟ
ଲାଭଭାବକୁ ଏକାଧିକଗ୍ରହଙ୍କ ଦୃଷ୍ଟି ଯୋଗୁ ବନ୍ଧୁଙ୍କ ଆଦର, ଗୌରବ ଓ କାର୍ଯ୍ୟରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ଶୁକ୍ର ଜନିତ କଳ୍ପନା ବିଳାସୀ ହୋଇପାରନ୍ତି। ଘରେ ନଥିବା ସମୟରେ କାୈଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ବିଶେଷ ଭ୍ରମଣ ପରିପ୍ରେକ୍ଷୀରେ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ସି˚ହ
କେତୁ ପ୍ରଭାବରେ ଆପଣ ମନ ଭୁଲାଣିଆ କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଠିକଣା ସମୟରେ ଅନ୍ୟମାନଙ୍କ ଅନୁପସ୍ଥିତି ଆପଣଙ୍କୁ ବେଶୀ ବାଧିବ ା
କନ୍ୟା
ରାଶିପ୍ରତି ଚନ୍ଦ୍ରଙ୍କ ଦୃଷ୍ଟିରୁ ମନର ଦୁଃଖକୁ ଲୁଚାଇ ରଖି ମୁହଁରେ ହସ ଫୁଟାଇ କାମ କରିବେ। ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ପ୍ରିୟ କଥା କହି ବନ୍ଧୁଙ୍କୁ ଆପଣାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଲେ ସଫଳତା ପାଇବେ। ପୁରାତନ ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗଁୁ ବ୍ୟସ୍ତ ରହିବାକୁ ପଡିପାରେ।
ତୁଳା
ବୁଧଙ୍କ ସ୍ଥିତିଜନିତ ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ ମାର୍ଗର ଅନୁସରଣ କରି ଅସୁବିଧାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଭୁଲ୍‍ ଖବର ପାଇ ବିବ୍ରତ ହେବେ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ଆପଣଙ୍କ କାମକୁ ଆସିବ।
ବିଛା
ପାପଗ୍ରହଙ୍କ ପ୍ରଭାବରେ ଆପଣଙ୍କୁ ନୈରାଶ୍ୟଜନକ ସ୍ଥିତିରୁ ମାନସିକ କଷ୍ଟ ପ୍ରଦାନ କରିବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟା ବଢାଇ ଦେବାର ଆଶଙ୍କା ରହିଛି। ଯାତ୍ରା ସମରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‍ କରିପାରନ୍ତି। କଚେରୀ ମାମଲା କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ।
ଧନୁ
ରାଶିର ପୃଷ୍ଠଦେଶରେ ଏକାଧିକ ଅବସ୍ଥାନ କରିଥିବାରୁ ମନ ଶଙ୍କାକୂଳ ରହିବ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକଙ୍କ ମନରେ ଭିନ୍ନ ଭାବ ପୋଷଣ କରିବ। ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବାରୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ।
ମକର
ମୁଖଭାବସ୍ଥ ରାହୁ ଇଛାବିରୋଧି ପରିସ୍ଥିତିର ସମ୍ମୁଖୀନ କରାଇ ଆପଣଙ୍କ କଠୋରବାକ୍ୟ ଦ୍ୱାରା ଲୋକଙ୍କୁ ଆଘାତ ଦେଇପାରେ। ଆଜି ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇପାରନ୍ତି।
କୁମ୍ଭ
ମଙ୍ଗଳ ରାଶିକୁ ଦେଖୁଥିବାରୁ ସମ୍ପର୍କୀୟଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ଲାଭ କରିପାରିବେ। ପରିବାରର ଆବ୍ୟକତା ପୂରଣ ସକାଶେ ଧାର ଉଧାର କରିପାରନ୍ତି। ସାମାଜିକ ସ୍ତରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ। ସଭାସମିତିରେ ନୀଚ୍ଚ ମନୋଭାବର ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ମୀନ
ରାଶ୍ୟାଧିପତିଙ୍କ ପ୍ରଭାବରେ ଇଛାମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହେବେ। କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ। ଭଲ ସମ୍ପର୍କନଥିବା ସମ୍ପର୍କୀୟମାନେ ଇର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସଭାସମିତିକୁ ଆହୂତ ହୋଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.