କର୍ମଭାବରେ ଚନ୍ଦ୍ରଙ୍କ ଅବସ୍ଥାନ କାରଣରୁ ଲକ୍ଷ୍ୟ ପୂରଣ ସକାଶେ ସମସ୍ତ ସୁବିଧା ସୁଯୋଗ ପାଇପାରନ୍ତି। ପରୋକ୍ଷ ଶତ୍ରୁତାଜନିତ କାମ ହାସଲରେ ବାଧା ହେତୁ ଅସ୍ଥିରତା ସୃଷ୍ଟି ହେବ। ବିବାଦୀୟ ବିଷୟକୁ କେନ୍ଦ୍ରକରି ପଡୋଶୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଡ୍ଜଷ୍ଟ କରିବାକୁ ବାଧ୍ୟ ହେବେ।
ଚନ୍ଦ୍ର କେନ୍ଦ୍ରରେ ବୃହସ୍ପତି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଆପଣ ସାମାଜିକ ସମ୍ମାନ ପାଇପାରନ୍ତି। ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ମତାନ୍ତର ସୃଷ୍ଟି ହେବ। ଯେତେ ଅନୁନୟ ହେଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।
ବୃହସ୍ପତିଙ୍କ ପ୍ରଭାବରେ ଆଜି ପ୍ରୟୋଗାମତ୍କ କୈାଶଳ ମାଧ୍ୟମରେ ସଫଳତା ପାଇବେ। କଳେବଳେ କୌଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସା ଭାଜନ ହେବେ। ସହକର୍ମୀଙ୍କ ସାହାଯ୍ୟ ବିନା କାମ ହାସଲ କଷ୍ଟକର ହେବ।
ରାଶିରେ ଗୁରୁଙ୍କ ସ୍ଥିତି ଯୋଗୁ ଆଦୌ ପଡୁ ନ ଥିବା ବ୍ୟକ୍ତି ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ। ବିବାଦୀୟ ସ୍ଥିତିରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ।
ରାହୁଙ୍କ ପ୍ରଭାବଜନିତ ଭୁଲ୍ବୁଝାମଣାରୁ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ, କିନ୍ତୁ ଋଣ ପରିଶୋଧର ଚିନ୍ତା ଘାରିପାରେ। ଆଜି ପରିସ୍ଥିତିବଶତଃ ଦୁଇ ପଇସା ଜାଗାରେ ଛପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସଭାସମିତିରେ ସମ୍ମାନିତ ହେବେ କିନ୍ତୁ ଏଥିପାଇଁ ଲବି କରିବାକୁ ପଡିପାରେ।
ମୁଖଭାବରେ ବୁଧ ଓ ମଙ୍ଗଳ ଯୋଗୁ ଆପଣଙ୍କ ବ୍ୟବହାରରେ କଠୋରତା ପରିଲକ୍ଷିତ ହେବ। ପାଖରେ ଥିବା ଲୋକଟି ଆପଣଙ୍କ ସକାଶେ ଉପକାରୀ ସାବ୍ୟସ୍ତ ହେବେ। କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ସହକର୍ମୀଙ୍କ ଅବଦାନ ରହିବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି।
ଶନିଙ୍କ ଷଷ୍ଠସଂସ୍ଥାନ ହେତୁ ଭୁଲ୍ ବୁଝାମଣାରୁ କଳହର ଆଶଙ୍କା ରହିଛି। ଆଜିର ଯାତ୍ରା କାଳରେ କୌଣସି ଯୁବ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ବନ୍ଧୁଙ୍କ ଜରିଆରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ସଫଳତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ଫଳପ୍ରଦ ହେବ।
ସ୍ବଗୃହାଭିମୁଖୀ ମଙ୍ଗଳ ହେତୁ ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ବହୁତ ଦିନର ଆଶା ପୂରଣ ହେବା ସହ ନୂତନ କାମରେ ଯୋଗ ଦେଇପାରନ୍ତି। ପରିବାରର ଖର୍ଚ୍ଚ ଦିଗୁଣା ହେବାରୁ ଅର୍ଥସଙ୍କଟର ଭରଣା ସକାଶେ ଆଲୋଚନା କରିପାରନ୍ତି। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ଅଷ୍ଟମ ବୃହସ୍ପତି ଯୋଗୁ ସମସ୍ୟା ଲାଗିରହିବାରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ବିବାଦୀୟ ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପଡୋଶୀମାନେ କଣ୍ଟାବାଡରେ ଲୁଗାଛାଟି କଳହ କରିପାରନ୍ତି । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିବେ।
ଚନ୍ଦ୍ରଙ୍କ ପ୍ରଭାବରୁ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ। ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବାହାର ସ୍ଥାନରେ କାହାକୁ ଅପେକ୍ଷା କରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜି କାମଗୁଡିକ ଠିକ୍ ଭାବେ ସମ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ।
ଧନସ୍ଥାନସ୍ଥ ଶନି ପ୍ରଭାବରେ ବାଦବିବାଦ, ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବା ସାଙ୍ଗକୁ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଶିଳ୍ପ, ବାଣିଜ୍ୟ, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ଆଜି ଆନୁଷ୍ଠାନିକ କାମରେ, ପ୍ରଶାସନିକ ସ୍ତରରେ କିମ୍ବା ରାଜନୀତିରେ ସୁଫଳ ପାଇବେ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ବୃଥା ତର୍କ କରିବା ଠିକ୍ ହେବନାହିଁ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହେବ। ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ, କିନ୍ତୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates