ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ ଭୁଲ୍ ବୁଝାମଣାରୁ ଅଶାନ୍ତ ସ୍ଥିତି ମଧ୍ୟ ଉପୁଜିପାରେ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର ସକାଶେ ଲୋକ ସମ୍ପର୍କ, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟସଭା ପ୍ରୀତିପ୍ରଦ ରହିବ।
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ । ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା, ଧର୍ମକାର୍ଯ୍ୟ, ଭ୍ରାତୃ ସମ୍ପର୍କ କ୍ଷେତ୍ରରେ ସଫଳତା ପାଇପାରିବେ। ପଡ଼ୋଶୀଙ୍କ ସହ ସାଧାରଣ କଥାରେ ଉତ୍ତେଜିତ ହୋଇ ଭୁଲ୍ କରିପାରନ୍ତି।
ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି। ପୂର୍ବ ଶତ୍ରୁତାକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ।
ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସାଂଗଠନିକ ପ୍ରବୃତ୍ତିର ପ୍ରଶଂସା ମିଳିବ। କିନ୍ତୁ ସପ୍ତମସ୍ଥ ଗ୍ରହ ବିବାଦରେ ପରାଜୟ ଓ ମାଲିମକଦ୍ଦମାରେ ବିଫଳତା ପ୍ରଦାନ କରିପାରେ। ଆର୍ଥିକ ଅନଟନ ହେତୁ ଆଶା ପୂରଣ ହୋଇପାରିବ ନାହିଁ। ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ଯୋଜନା କରିପାରନ୍ତି।
ସମସ୍ୟା ଆସିଲେ ମଧ୍ୟ ଷଷ୍ଠଭାବସ୍ଥ ରବି ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବେ। ଭଲ ସମ୍ପର୍କ ନ ଥିବା କାରଣରୁ ଆମତ୍ୀୟମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ଧାର୍ମିକ କାର୍ଯ୍ୟ, ବ୍ୟବସାୟିକ ସ୍ଥିତି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବାର ଆଶା ରହିଛି ।
କର୍ମସ୍ଥ ବୃହସ୍ପତିଙ୍କ ଶୁଭଦୃଷ୍ଟି ହେତୁ ପାରିବାରିକ ସମର୍ଥନ, ବାହାର ଲୋକଙ୍କ ସାହାଯ୍ୟ ଆପଣଙ୍କ ପଛରେ ରହିବ। ପରିବହନ, ଜମିଜମା ସମ୍ବନ୍ଧୀୟ ସମସ୍ୟା ଆସିପାରେ। ଘର କାମ ସାଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଳିଯିବ। ନିର୍ମାଣ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇପାରନ୍ତି।
କୌଣସି ଆନୁଷ୍ଠାନିକ କାମ, ସ୍ଥଗିତ ଧାର୍ମିକକାର୍ଯ୍ୟ ପାଇଁ ନିୟୋଜିତ ରହିବେ। ବିଜାତୀୟ ବ୍ୟକ୍ତିଙ୍କ ସହ ମିତ୍ରତା ପ୍ରତି ପାରିବାରିକ ସମର୍ଥନ ରହିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ ।
ଭାଗ୍ୟାଧିପତି କର୍ମଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ମନୋରଞ୍ଜନ, ଯାତ୍ରା, ଯାନ୍ତ୍ରିକ ଜିନିଷ କ୍ରୟ, ଦୂରଯାତ୍ରା ପାଇଁ ଦିନଟି ଅନୁକୂଳ। ଚନ୍ଦ୍ର ସହ କେତୁଜନିତ ପାରିବାରିକ କ୍ଷେତ୍ରରେ ଟେନ୍ସନ ବଢିବ। ନିଜର ଭଳି ବ୍ୟବହାର ଦେଖାଉଥିବା ବ୍ୟକ୍ତିମାନେ ପଛରେ ଅପପ୍ରଚାର ଚଳାଇପାରନ୍ତି।
ସମ୍ପର୍କୀୟଙ୍କ ସହାନୁଭୂତି ଆପଣଙ୍କୁ ନୂତନ ଗୃହ, ଯାନ କ୍ରୟ ଓ କାର୍ଯ୍ୟସିଦ୍ଧି ସକାଶେ ସାହାଯ୍ୟ କରିବ। ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେମିତି କିଛି ହେବ ନାହିଁ। ବନ୍ଧୁଙ୍କ ସହ ସାକ୍ଷାତ୍କାର ସାଙ୍ଗକୁ ଦେବ ଦର୍ଶନ ଏବଂ ଭ୍ରମଣ ସୁଯୋଗ ପାଇବେ। ପରୀକ୍ଷା, ସାହିତ୍ୟ, ସଙ୍ଗୀତ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ବନ୍ଧୁଙ୍କ ଭୁଲ୍ ବୁଝାମଣା ସାଙ୍ଗକୁ ମିଥ୍ୟା ଅଭିଯୋଗ ବ୍ୟଥିତ କରିବ। ଫଳତଃ ମାନସିକ ସ୍ଥିରତା ହରାଇବା ସଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟାରେ ମଧ୍ୟ ପୀଡ଼ିତ ହୋଇପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇ ନେବେ। ଯାତ୍ରା, ନିର୍ମାଣ, ଆନୁଷ୍ଠାନିକ କାର୍ଯ୍ୟ ଏବଂ କଚେରି ମାମଲା କ୍ଷେତ୍ରରେ ଆଶାନୁରୂଫ ଫଳ ପାଇବେ।
ସ୍ବାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଲକ୍ଷ୍ୟ ହାସଲରେ ସହାୟକ ହେବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ଅନ୍ୟଥା ମନସ୍ତାପ କରିବା ବ୍ୟତୀତ କିଛି ଲାଭ ହେବନି। ଶିଳ୍ପ,ନୂତନ ଉଦ୍ୟୋଗ, ପରିବହନ, ବାଣିଜ୍ୟ, କାରଖାନା ଦିଗରୁ ଉପକୃତ ହୋଇପାରନ୍ତି।
ପ୍ରତ୍ୟେକ ଦିଗରୁ ଗ୍ରହସମ୍ପର୍କର ଅନୁକୂଳତା ଜୀବନଚର୍ଯ୍ୟା ପାଇଁ ଲାଭଦାୟକ ରହିବ। ସ୍ଥଗିତ କାମରେ, ସ୍ବାସ୍ଥ୍ୟ ସମସ୍ୟାରେ, ବାଣିଜ୍ୟରେ ସମସ୍ୟା ସମାଧାନ ହେବ। କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପୁରୁଣା ସମ୍ପର୍କକୁ ଯୋଡିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates