ଆଜି ଚନ୍ଦ୍ର ନୀଚ ରାଶିରେ ଥିବା କାରଣରୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ। ଭୁଲ୍ ବୁଝାମଣା ହେତୁ ପରିବାରରେ କଳହର ଆଶଙ୍କା ରହିଛି। ଯାନବାହନରେ ତ୍ରୁଟି ଜନିତ ନିର୍ଦ୍ଦିଷ୍ଟ ସମୟରେ ଲକ୍ଷ୍ୟସ୍ଥଳକୁ ଯାଇପାରିବେ ନାହିଁ। ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ।
ରାହୁଙ୍କ ପ୍ରଭାବରୁ ବିଭିନ୍ନ ଝମେଲା ଭିତର ଦେଇ ଯିବାକୁ ପଡୁଥିବାରୁ ପାରିବାରିକ ଶାନ୍ତି ହରାଇବେ। ବାକି ପଡ଼ିଥିବା କାମକୁ ଶେଷ କରିବାକୁ ଚିନ୍ତିତ ଥିଲାବେଳେ ନୂଆ କାମଟିଏ ହାତକୁ ନେବାକୁ ପଡ଼ିପାରେ। ଦେଣନେଣ କାରବାରରେ କୌଣସି ବନ୍ଧୁଙ୍କ ସହ ମତାନ୍ତର ତୀବ୍ର ହେବାର ସୂଚନା ରହିଛି।
ଅର୍ଥ ସମ୍ବନ୍ଧୀୟ ଆଲୋଚନାକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମ୍ନା କରିବାର ସାହସ ଜୁଟେଇ ପାରିବେ ନାହିଁ। । ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ।
ଆଜି ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବିବାଦୀୟ ସ୍ଥିତି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ।
ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟା ସମାଧାନ କରିପାରନ୍ତି ା ଆମଦାନୀ, ଲୌହ ଓ ତୈଳ ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ଆପଣଙ୍କ ସେବାଲାଭ କରି ସହଯାତ୍ରୀଟି କୃତ୍ୟକୃତ୍ୟ ହୋଇଯିବ। ଉଚ୍ଚଶିକ୍ଷା, କର୍ମାରମ୍ଭରେ ସଫଳତା ପାଇବେ କିନ୍ତୁ ବନ୍ଧୁଙ୍କ ବିବାଦରେ ମଧ୍ୟସ୍ଥତା କଲେ ପସ୍ତେଇବେ।
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ବନ୍ଧୁ ନିଜର ପୂର୍ବପ୍ରତିଶ୍ରୁତି ଅନୁଯାୟୀ ଠିକ୍ ସମୟରେ ଆସିପାରିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ କିନ୍ତୁ ଆର୍ଥିକ ଦିଗଟି ପୂର୍ବପରି ରହିବ। ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିବା ଯୋଗୁ ମୂଲ୍ୟହୀନ କଥାରେ ଝଗଡ଼ାରେ ଲିପ୍ତ ରହିପାରନ୍ତି।
କୌଣସି କଥାରେ ଅଭାବ ନ ଥିଲେ ମଧ୍ୟ ପାରିବାରିକ ବିଶୃଙ୍ଖଳା ଯୋଗୁ ମାନସିକ ସ୍ଥିତି ବିଗିଡ଼ିଯିବ। ପାରସ୍ପରିକ ମତଭେଦ କାରଣରୁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ବନ୍ଧରେ କାୈଣସି ବିବାଦୀୟ କିମ୍ବା ଦୁଃଖଦ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି। କୌଣସି ସଭାସମିତି କିମ୍ବା ଗଠନମୂଳକ କାର୍ଯ୍ୟରେ ଯୋଗଦେଲେ ସମ୍ମାନିତ ହେବାର ସୌଭାଗ୍ୟ ଲାଭ କରିବେ। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇ ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି।
ପାରସ୍ପରିକ ଆପୋସ ମିଳାମିଶାରୁ ବିବାଦର ସମାଧାନର ସୂତ୍ର ବାହାରିପାରେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କିନ୍ତୁ ଅଫିସିଆଲି ଅବହେଳିତ କାର୍ଯ୍ୟ ସକାଶେ କୈଫିୟତ ତଲବର ଆଶଙ୍କା ରହିଛି। ଲୋଭନୀୟ ପ୍ରତିଶ୍ରୁତି ଦେଇ କାମହାସଲ ସକାଶେ ବନ୍ଧୁଙ୍କ ମନରେ ବିଶ୍ୱାସକୁ ଦୃଢ଼ୀଭୂତ କରିପାରନ୍ତି।
ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାରେ ରହିବା ଫଳରେ ପ୍ରତ୍ୟେକ କାର୍ଯ୍ୟ ସାଧନରେ ବ୍ୟତିକ୍ରମ ସୃଷ୍ଟିହେବ। ଅଫିସ୍ରେ ମଧ୍ୟ ବିବାଦ ବୃଦ୍ଧି ପାଇବାରୁ କୌଣସି ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏଣେ ନିଜର ଲୋକମାନଙ୍କ ବେଖାତିର ମନୋଭାବ ଓ ମନଇଚ୍ଛା କାମ ଯୋଗୁ ବିରକ୍ତି ପ୍ରକାଶ କରିପାରନ୍ତି।
ଆଜିର ଆଲୋଚନା ସମୟରେ ବନ୍ଧୁ ସାଧାରଣ କଥାରେ ବିଗିଡି ଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟରେ ସଫଳତା ହାସଲ କଲେ ବିଶେଷ ହଇରାଣ ହରକତ ହେବାକୁ ପଡ଼ିପାରେ। ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିପାରନ୍ତି।
କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡିପାରେ। ଶିଳ୍ପ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍ନା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ ନକଲେ ମିତ୍ରମାନେ ମଧ୍ୟ ଶତ୍ରୁ ପାଲଟି ଯାଇପାରନ୍ତି।
👉 Follow Dharitri – The Largest & Most Trusted Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates