Categories: Rasifala

ରାଶିଫଳ: ଶନିବାର , ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର କିଛି ସମସ୍ୟା ନେଇ ଚିନ୍ତିତ ରହି ପାରନ୍ତି ଅବଶ୍ୟ ବନ୍ଧୁ ସାହାଯ୍ୟ କରିବେ ଓ କାମ ଅଟକିବ ନାହିଁ। କୃତିକା ନକ୍ଷତ୍ରର ଆକସ୍ମିକ ଭ୍ରମଣ ଯୋଗ ଜୁଟିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟ,ନିର୍ମାଣ,ଆନୁଷ୍ଠାନିକ କାମ,ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ଆଜିର କାମଗୁଡିକ ସଂପର୍ଣ୍ଣ ହେବା କଷ୍ଟକର ହୋଇପଡିବ। ପରିବାରରେ ସନ୍ତାନ ହେତୁକ ଦ୍ୱନ୍ଦର ସମ୍ମୁଖୀନ ହେବେ। ରୋହିଣୀ ନକ୍ଷତ୍ରର ସତ୍‍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଆଜି କୈାଣସି କାମରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡିବ। ପୁରୁଣାର ରୋଗର ପୀଡ଼ା ମନକୁ ବିଷାଦିତ କରିଦେଇପାରେ।
ମିଥୁନ
ଯେଉଁ କାମରେ ହାତଦେଲେ ମଧ୍ୟ ସବୁ କିଛି ସାମାନ୍ୟ ବିଳମ୍ବରେ ଠିକ୍‍ ହୋଇଯିବ। କେତେକ କ୍ଷେତ୍ରରେ ଅନ୍ୟକୁ କୈଫୟତ୍‍ ଦେବାକୁ ପଡିପାରେ। ଶତ୍ରୁମାନେ ଚେଷ୍ଟା କରି ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରୁ କାୈଣସି ଖବର ପାଇ ଖୁସି ହେବେ ା
କର୍କଟ
ପୁଷ୍ୟା ନକ୍ଷତ୍ରର ମାନସିକ ଦୁର୍ବଳତାରୁ କଥା ପ୍ରଭାବଶାଳୀ ହୋଇ ନ ପାରେ। ବିବାହ ସମସ୍ୟା, ଆଲୋଚନା କିମ୍ବା ପରାମର୍ଶ, ସବୁ ଦିଗରୁ ଧୋକା ଖାଇବାକୁ ପଡିବ। ଆବଶ୍ୟକତା ଅନୁଭବ କରି ମନୋରଞ୍ଜନ ଜିନିଷ କ୍ରୟ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଅନ୍ୟ ଆଗରେ ପ୍ରକାଶ କରି ଓଲଟା ଫଳ ପାଇବେ।
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଉତରାଫାଲଗୁନୀ ନକ୍ଷତ୍ର କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସଭାସମିତିରେ ସଫଳତା ହାସଲ କରିବେ। ପର ସକାଶେ କୈଫୟତ୍‍ ଦେବାକୁ ପଡିପାରେ। ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ।
କନ୍ୟା
ଉତରାଫାଲଗୁନୀ ନକ୍ଷତ୍ର ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ବ୍ୟବସାୟ କ୍ଷେତ୍ରରେ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ତୁଳା
ବିଶାଖା ନକ୍ଷତ୍ରର ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାଯର୍‍ୟ ହାସଲ କରିବେ। କେତେକ କ୍ଷେତ୍ରରେ ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି। କର୍ମକ୍ଷେତ୍ରରେ ମଉଳି ଯାଉଥିବା ଆଶା ପୁଣି କଅଁଳି ଉଠିବ।
ବିଛା
ଜ୍ୟେଷ୍ଠା ନକ୍ଷତ୍ର ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହେବ। ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜିହିଁ ଶେଷ କରିବାକୁ ଚାହୁଁଥିଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ ା
ଧନୁ
ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ଉତରାଷାଢା ନକ୍ଷତ୍ରର ସ୍ବାସ୍ଥ୍ୟ ପାଇଁ ପ୍ରତିକୁଳ ପ୍ରଭାବ ପଡ଼ିବ ନାହିଁ ାବ୍ୟବସାୟ ଭଲ ଚାଲିବା ଯୋଗୁଁ ଆପଣଙ୍କୁ କେତେକାଂଶରେ ଆମତ୍ ସନ୍ତୋଷ ମିଳିପାରେ।
ମକର
ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇ ପାରିବ ନାହିଁ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବନ୍ଧୁଙ୍କ ସହିତ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି ା
କୁମ୍ଭ
ପାରିବାରିକ ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ, ତଥାପି ସମସ୍ୟା ଅତି ସହଜରେ ସମାଧାନ ହୋଇଯିବ। ପାରିବାରିିକ କ୍ଷେତ୍ର ବୁଝାମଣା ଶୃଙ୍ଖଳିତ ହେବ। ପୂର୍ବଭାଦ୍ର ନକ୍ଷତ୍ର ସକାଶେ ନିଜର ଆମତ୍ୀୟମାନେ ହଠାତ୍‍ ଶତ୍ରୁତା କରିବେ ା ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଜି ପାଇପାରନ୍ତି।
ମୀନ

ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ। ବନ୍ଧୁଙ୍କ ସାହାଯ୍ୟ ହେତୁ ଆର୍ଥିକ ସ୍ଥିତି ପୂର୍ବପରି ରହିବ। ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି ଓ ଆନୁଷ୍ଠାନିକ କାମରେ ପ୍ରତିବନ୍ଧକର ସାମନା କରିବାକୁ ପଡିବ। ରେବତୀ ନକ୍ଷତ୍ର କୈାଶଳରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବେ।

 

👉 Follow Dharitri – The Largest & Most Trusted Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.