Categories: Rasifala

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ
ଆଜି ଆପଣ ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ଆକସ୍ମିକ ସ୍ଥାନ ପରିବର୍ତ୍ତନର ଆଭାସ ପାଇପାରନ୍ତି। ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ।
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ ନତୁବା କଳହ ଲାଗିପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‍ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ପରିବାର ଭିତରେ ସମସ୍ୟା ଥିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବେ।
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବାରେ କୈାଣସି ଅସୁବିଧା ରହିବନାହିଁ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢି ବଢି ବଡ ଆକାର ଧାରଣ କରିବାର ସମ୍ଭାବନା ରହିଛି।
କର୍କଟ
ଆପଣଙ୍କ ଯୁକ୍ତିଯୁକ୍ତ ଚିନ୍ତାଶୀଳ ବିଚାରଧାରା ପ୍ରଭାବରୁ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଭୁଲ୍‍ ବୁଝାମଣାରୁ ପାରିବାରିକ କଳହଜନିତ ମନ ଅଶାନ୍ତ ରହିବ। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ପଡିପାରନ୍ତି।
ସି˚ହ
ସ୍ବାସ୍ଥ୍ୟ ପ୍ରତି ଯନତ୍ବାନ୍‍ ନ ହେଲେ ପରେ ଅନୁତାପ କରିବାକୁ ପଡିପାରେ। ଆଜି କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିବ। ଅଧିକାଂଶ ସମୟରେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। ବନ୍ଧୁ ଓ ପରିଜନଙ୍କ ସହିତ ଆଜିର ଯାତ୍ରା, ଆନୁଷ୍ଠାନିକ କାମରେ ସଫଳତା ପାଇପାରିବେ।
କନ୍ୟା
ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ। ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବେ। ବନ୍ଧୁଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି ଆଜିର ସମୟଟି ଭଲରେ ଅତିବାହିତ ହେବ। ଅର୍ଥ ସଙ୍କଟକୁ ସହକର୍ମୀ ଦୂରେଇ ନେବାର ପ୍ରତିଶ୍ରୁତି ଦେବେ।
ତୁଳା
ବିଭିନ୍ନ ପ୍ରକାର ଚିନ୍ତାରେ ମନ ବିବ୍ରତ ରହିବ ଅବଶ୍ୟ କୈାଣସି କ୍ଷତି ହେବନାହିଁ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ବନ୍ଧୁଙ୍କ ଆଗଭଳି ଆମତ୍ୀୟତାପୂର୍ଣ୍ଣ ମନୋଭାବ ନ ଥିବା ଅନୁଭବ କରିପାରନ୍ତି।
ବିଛା
ଦୂରଯାତ୍ରା, ପରୋକ୍ଷ ଶତ୍ରୁତା, ଶଯ୍ୟାଶାୟୀ ସ୍ଥିତି ଏବଂ ଧନହାନିଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଆପଣଙ୍କ ମୁହଁରେ କଠୋରତା ପ୍ରକାଶ ପାଇଲେ ମଧ୍ୟ ଆନ୍ତରିକ ସହାନୁଭୂତି ପ୍ରିୟଜନଙ୍କ ଉପକାରରେ ଆସିବ। ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ, ସଭାସମତିରୁ ଉପକୃତ ହେବେ। ବିବାଦୀୟ ପରିସ୍ଥିତିରେ ବିଶେଷତଃ ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ ା
ମକର
ବିବାଦୀୟ ଘଟଣାର ଦିଗ ବଦଳିଯାଇ ଆପଣଙ୍କ ପାଇଁ କୈାଣସି ସମସ୍ୟା ସୃଷ୍ଟି କରିବ ନାହିଁ। କଥା ଦେଇଥିବା ବନ୍ଧୁ ଠିକ୍‍ ସମୟରେ ନ ଫେରିବାରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କୈାଣସି ମୂଲ୍ୟବାନ୍‍ ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ ା
କୁମ୍ଭ
କର୍ମକ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗରେ ଆମତ୍ୀୟତାର ସହ କାମ କରି ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚେଷ୍ଟା କରୁଥିବା କାମରେ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲାରେ ତଥା ଜମିଜମା ବିବାଦରେ ଉପକୃତ ହେବେ।
ମୀନ

ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଭୁଲ୍‍ ବୁଝାମଣାରୁ ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି। କଠୋର ପରିଶ୍ରମ କଲେ ମଧ୍ୟ ସମସ୍ୟା ସମାଧାନ ସହ ରୋଜଗାର ପ୍ରତି ଧ୍ୟାନ ଦେବେ। ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।

Get accurate and insightful horoscopes every day — only with 👉 Dharitri – Odisha’s No.1 Trusted Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.