ଆଜି ଏକାଦଶରେ ଚନ୍ଦ୍ର ପାପଗ୍ରହ ରାହୁଙ୍କ ଦ୍ୱାରା କବଳିତହୋଇ ପାରିବାରିକ ଜୀବନରେ ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ। ଅବଶ୍ୟ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ମଧ୍ୟରେ ସମୟ କଟିବ।
ଭଲ ରୂପେ ନ ବୁଝି ନ ଶୁଝି କୌଣସି କଥାରେ ହଁ ଭରିବା ନୂତନ ସମସ୍ୟାକୁ ଆମନ୍ତ୍ରଣ କରିପାରେ। ବୃହସ୍ପତିଙ୍କ ପ୍ରଭାବରୁ କାମଟି ପୂର୍ଣ୍ଣାଙ୍ଗ ହେଲେ ମଧ୍ୟ ଏଥିପାଇଁ ସାମାନ୍ୟ ହଇରାଣ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ରହିଥିବା ସମସ୍ୟାଜନିତ ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।
ପାପଗ୍ରହ ପ୍ରଭାବରେ ବିବାଦୀୟ ମନ୍ତବ୍ୟ ଦେଇ ଘରେ କିମ୍ବା ବାହାରେ ସମାଲୋଚନାର ପାତ୍ର ହେବାକୁ ପଡ଼ିବ। ସତର୍କତା ଅଭାବରୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜିଯାଇପାରେ। ଆପଣଙ୍କ ଅନୁରୋଧକୁ ଉପେକ୍ଷା କରି ନାହିଁ ନାହିଁ କରୁଥିବା ଲୋକଟି ଶେଷରେ ଆପଣଙ୍କ କଥାରେ ହଁ ଭରିବ।
ପାପଗ୍ରହଯୁକ୍ତ ରାଶ୍ୟାଧିପ ଚନ୍ଦ୍ର ଏକାଧାରରେ ଦୈହିକ ଏବଂ ମାନସିକ ସ୍ଥିତିକୁ କମ୍ଜୋର କରିପାରେ। କର୍ମକ୍ଷେତ୍ରରେ ଦାୟିତ୍ୱବୋଧର ଚାପ ବୃଦ୍ଧି ପାଇବା ସାଙ୍ଗକୁ ପରିବାର ସକାଶେ ଆଦୌ ସମୟ ଦେଇପାରିବେ ନାହିଁ। ପରିସ୍ଥିତିର ତାଡ଼ନାରେ ଅଥବା ବାଧ୍ୟବାଧକତାରେ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ।
ଦୁର୍ବଳ ରବିଙ୍କ ଜନିତ ସମସ୍ୟା ସମାଧାନର ପନ୍ଥା ଖୋଜି ପାଇବାରେ ଅସୁବିଧା ଅନୁଭବ କରିବେ। କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି କଥାଟି କଥାରେ ହିଁ ରହିଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିପାରେ।
କର୍ମାଧିପତିଙ୍କ ସବଳତା କାରଣରୁ ନିଜ ଲୋକ ମାନେ ଯେତେ ବିରୁଦ୍ଧାଚରଣ କଲେ ମଧ୍ୟ କିଛି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କ ପ୍ରଶଂସାଭାଜନ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ଭାଗ୍ୟାଧିପ ରାଶିରେ ଥିବାରୁ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ସହଯୋଗର ଅଭାବ ରହିବନାହିଁ। ଆଜି ଅର୍ଥ ସଙ୍କଟକୁ ଦୂରେଇବାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତୀତରୁ ଭଲ ସମ୍ପର୍କ ରହିଥିବା କୌଣସି ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।
ଆଜି କୌଣସି କାମ ଅଟକିରହିବ ନାହିଁ, କିନ୍ତୁ ପୂର୍ଣ୍ଣାଙ୍ଗ ମଧ୍ୟ ନ ହୋଇପାରେ। ଯାତ୍ରା କାଳରେ ପରିବହନରେ କିମ୍ବା ବ୍ୟବସାୟରେ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପ୍ରତି ଅସହିଷ୍ଣୁତା ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଅବଶ୍ୟ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ।
ବୁଧଙ୍କ ପ୍ରଭାବରୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ସହାୟତାରୁ ଉପକୃତ ହେବେ। କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି ତଥାପି ନିରାଶ ହେବାକୁ ପଡ଼ିବ ନାହିଁ। ପରିଜନମାନଙ୍କ ସହ ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ।
କେତୁଯୁକ୍ତ କର୍ମାଧିପ ହେତୁ ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥତ୍ବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବା ଆଶଙ୍କା ରହିଛି। ଆଲୋଚନା ପରିସରରେ ବାକ୍ ସଂଯମ ନିତାନ୍ତ ଜରୁରୀ ନତୁବା ପରେ ଅନୁତାପ କରିବାକୁ ପଡ଼ିପାରେ।
ଆପଣଙ୍କୁ ବିରୋଧ କରୁଥିବା ବ୍ୟକ୍ତିମାନେ ପରିସ୍ଥିତି ପ୍ରତି ଗୁରୁତ୍ୱ ଦେଇ ଦୂରେଇରହିବା ଉପକ୍ରମ କରିପାରନ୍ତି। ଶନିଙ୍କ ଯୋଗୁ ପରିବର୍ତ୍ତନର ସ୍ବର ଓ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟିକରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ବିଭିନ୍ନ ସୂତ୍ରରୁ ରୋଜଗାରକରି ଋଣ ପରିଶୋଧର ଯୋଜନା କରିପାରନ୍ତି।
ରାହୁଯୁକ୍ତ ଚନ୍ଦ୍ର ଏବଂ କେନ୍ଦ୍ରସ୍ଥ ବୃହସ୍ପତିଙ୍କ ସ୍ଥିତିଜନିତ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାର ପୁନର୍ବିଚାର କରିବା ଭଲ। କର୍ମକ୍ଷେତ୍ରର ଦାୟିତ୍ୱ ନିଭାଇବାକୁ ଯାଇ କଠୋର ପରିଶ୍ରମ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିବେ।
Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates Unsubscribe from updates