Categories: Rasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ରବିଙ୍କ ଦୁର୍ବଳତା କାରଣରୁ ପିଲାଙ୍କ ଶିକ୍ଷା ସମ୍ପର୍କୀୟ ସମସ୍ୟା, ଅମୀମାଂସିତ ଆଲୋଚନା ଏବଂ ସମ୍ପର୍କହାନି ହେତୁ ଚିନ୍ତିତ ରହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ଅଟକି ରହିଥିବା କାମକୁ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁଙ୍କ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବା ସହ ନିଜ କାମକୁ ଅବହେଳା କରି ପସ୍ତେଇବେ। ଚତୁର୍ଥଭାବ ପାପଗ୍ରହାକ୍ରାନ୍ତ କାରଣରୁ ନିଜର ଚତୁଃପାର୍ଶ୍ୱରୁ ଚାପର ସମ୍ମୁଖୀନ ହେବେ। ଖର୍ଚ୍ଚ ବୃଦ୍ଧି ଯୋଗୁ ବ୍ୟସ୍ତତା ବଢ଼ିଯାଇପାରେ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ କ୍ରୀଡ଼ା ତଥା ନୃତ୍ୟସଙ୍ଗୀତ ଦ୍ୱାରା ବେଶ୍‍ ଆଦୃତ ହେବେ।
ମିଥୁନ
ଆଜିର ଗ୍ରହସ୍ଥିତି ପ୍ରଭାବରେ ନିର୍ଦ୍ଦିଷ୍ଟ ସମୟରେ କାମ ନ ହୋଇପାରିବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ଋଣଭାରରେ ଅତିଷ୍ଠ ହେବା ସାଙ୍ଗକୁ କରଜଦାତାଙ୍କ ଚାପ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। ସହକର୍ମୀଙ୍କ ପରାମର୍ଶରେ ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଦୂରଯାତ୍ରା ସହ ସବୁ କିଛିର ସମାଧାନ ଆପଣାଛାଏଁ ହୋଇଯିବ ।
କର୍କଟ
ଷଷ୍ଠାଧିପ ଷଷ୍ଠ ସ୍ଥାନକୁ ଦୃଷ୍ଟି ଦେଉଥିବା ଯୋଗୁ ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ସମାଲୋଚିତ ହେବେ। ଯାତ୍ରା ସମୟରେ ବିଭିନ୍ନ ସମସ୍ୟାକୁ ଡାକି ଆଣି ପାରନ୍ତି। ବନ୍ଧୁଙ୍କ ସହାୟତାରେ ପରିବହନ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ଘରର ବରାଦ ଜିନିଷ ଭୁଲିଯିବେ ଓ ପରିବାରରେ ଏଥିପାଇଁ ଝଗଡ଼ା ଲାଗିବାର ସୂଚନା ରହିଛି।
ସି˚ହ
କର୍ମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ନୂତନ କାମର ଯୋଜନା କରି ସଫଳତା ପାଇବେ। ବନ୍ଧୁଙ୍କ ସହ ଆଲୋଚନା,ଖେଳ,ମଉଜ ମଜଲିସ୍‍ରେ ସମୟ କଟାଇପାରନ୍ତି। ପରିବାରରେ ସବୁକଥାକୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ।
କନ୍ୟା
ଗୁରୁକ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ଏକ ଭିନ୍ନ ପରିସ୍ଥିତିରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧାରିନେବେ। ପାରିବାରିକ କ୍ଷେତ୍ରରେ ଅତୀତର ବିବାଦୀୟ ଘଟଣାରେ ଚିନ୍ତିତ ରହିବେ। ଆନୁଷ୍ଠାନିକ କାମରେ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର ପ୍ରାପ୍ତି ହେବ।
ତୁଳା
ଧନସପ୍ତମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥସମ୍ବନ୍ଧୀୟ ଟେନ୍‍ସନ ଲାଗିରହିବ। ବିଭିନ୍ନ ଚିନ୍ତା ଉଙ୍କି ମାରିବ ସିନା କାର୍ଯ୍ୟତଃ କିଛିବି କରିପାରିବେ ନାହିଁ। ବ୍ୟୟ ଭାର କ୍ରମଶଃ କମି ଆସିବା ସହ ବ୍ୟବସାୟିକ କ୍ଷେତ୍ର ସନ୍ତୋଷଜନକ ରହିବ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ବିଛା
କୋଣଭାବସ୍ଥ ତୃତୀୟାଧିପତିଙ୍କ ଯୋଗୁ ସମ୍ପର୍କୀୟଙ୍କ ଅନୁକୂଳ ମତ ଓ ମନ୍ତବ୍ୟ ମନକୁ ଆମୋଦିତ କରିବ। ପରିଜନଙ୍କ ସହିତ ଦୂରଯାତ୍ରା କରିବା ସକାଶେ ଯୋଜନା କରିପାରନ୍ତି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ଚନ୍ଦ୍ର ଯୁକ୍ତ କେତୁ ପ୍ରଭାବରୁ ଅନ୍ୟମନସ୍କତା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ।
ଧନୁ
ଆଜି ଚନ୍ଦ୍ରଙ୍କ ଏକାଦଶସ୍ଥ ଗୁରୁଙ୍କ ଯୋଗୁ କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ସକାଳୁ ସକାଳୁ ଯାତ୍ରା, ବନ୍ଧୁ ମିଳନ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ଆତ୍ମୀୟସ୍ବଜନଙ୍କ ଦ୍ୱାରା ହଠାତ୍‍ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି।
ମକର
ଗ୍ରହମାନଙ୍କ ପ୍ରତିକୂଳ ସ୍ଥିତି ପ୍ରଭାବରୁ ପାରିବାରିିକ ସମସ୍ୟା ଉକତ୍ଟ ରୂପ ଧାରଣ କରିପାରେ। ସଭାସମିତି, ରାଜନୀତି, ଗବେଷଣା, କଳା, ସାହିତ୍ୟ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଆଜିର ଫେରିବା ବାଟରେ ବନ୍ଧୁଙ୍କ ସହ ସାଧାରଣ ବଚସା ହୋଇପାରେ।
କୁମ୍ଭ
କର୍ମକ୍ଷେତ୍ରର କୌଣସି ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ରାହୁଙ୍କ କୁପ୍ରଭାବରୁ ପରିବାରରେ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରିବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନ

ରାଶିରେ ଶନିଙ୍କ ସ୍ଥିତି ଶାରୀରିକ ଏବଂ ମାନସିକ ସ୍ଥିତିକୁ ଶିଥିଳ କରିପାରେ। ଅନ୍ୟମାନଙ୍କ ସହଯୋଗ ଅଭାବରୁ କାର୍ଯ୍ୟହାନି ଜନିତ ମାନସିକ ଅସ୍ଥିରତା ଲାଗି ରହିବ। ସାମାଜିକ ସ୍ତରରେ ପ୍ରକୃତ ଘଟଣାକୁ ନ ବୁଝି କାମ କଲେ ଅସୁବିଧାରେ ପଡ଼ିବେ। ଅବଶ୍ୟ କର୍ମକ୍ଷେତ୍ର ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ପଦାଧିକାରୀଙ୍କ ଅନୁକମ୍ପା ଲାଭରେ ସହାୟକ ହୋଇପାରିବ।