ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ଲାଗି ପଡିବେ। ଏଣେ ବାରମ୍ବାର ନିଜର ସ୍ବାସ୍ଥ୍ୟ ଭଲ ନରହୁଥିବାରୁ ମଧ୍ୟ ବ୍ୟସ୍ତତା ବଢିଯିବ । ଅଶ୍ୱିନୀ ନକ୍ଷତ୍ରର ରଚନାମତ୍କ କାର୍ଯ୍ୟ ଜନ ସମାଜରେ ଆଦରଣୀୟ ହେବ।
ଆଲୋଚନାରେ ଟିକିଏ ଜୋର୍ ଦେଇ କଥା କହିବାରୁ ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି ହେବ। ମୃଗଶିରା ନକ୍ଷତ୍ର ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ଅସୁବିଧାକୁ ଜଣାଇଲେ ମଧ୍ୟ ଉପରିସ୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ବଢ଼ିବ।
ଅଭାବନୀୟ ପରିସ୍ଥିତି ବଦଳି ଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କଳେବଳେ କୌଶଳେ ପ୍ରାପ୍ୟ ଅର୍ଥ ପାଇବାକୁ ଚେଷ୍ଟା କରି ସଫଳ ହେବେ। ଅଫିସରେ ଚେଷ୍ଟା କରୁଥତ୍ବା କାମଟି ଅସମ୍ପୂର୍ଣ୍ଣ ରହଯିବାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଆରଦ୍ରା ନକ୍ଷତ୍ର ଉଚ୍ଚବର୍ଗଙ୍କ ସଂସ୍ପର୍ଶରେ ଆସିପାରନ୍ତି।
କର୍ମକ୍ଷେତ୍ରର କେତେକ ଅସଜଡ଼ା କାମକୁ ନେଇ ମାନସିକ ସ୍ଥିତି ଜଟିଳ ହେବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ରର ସକାଳୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।
ଅଭାବନୀୟ ପରିସ୍ଥିତି ବଦଳିଯିବାରୁ ଆଶ୍ୱସ୍ତି ଲଭିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନୂତନ କର୍ମାରମ୍ଭ କ୍ଷେତ୍ରରେ ସଫଳତା ମିଳିବ। ଅସ୍ଥିରତା ଦୂର କରିବା ବିଷୟରେ ପ୍ରିୟବନ୍ଧୁଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଉତ୍ତରାଫାଲଗୁନୀ ନକ୍ଷତ୍ର ପରିସ୍ଥିତି ବଶତଃ ମନ ନ ଥିଲେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
ଅତି ନିକଟରେ ରହୁଥିବା ଲୋକଟି ଆପଣଙ୍କ ସକାଶେ ବହୁତ ଉପକାରରେ ଆସିବ। ବାଣିଜ୍ୟ, ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମାରାଶି ବୃଦ୍ଧି ପାଇବ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ ା
ଧୈର୍ଯ୍ୟ ଓ ସ୍ଥିରତା ବଳରେ ଅସାଧ୍ୟ ସାଧନ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। କୌଣସି ଯୁବ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସକାଳୁଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ମନସ୍ତାପ କରିବାକୁ ପଡିପାରେ। ସ୍ବାତୀ ନକ୍ଷତ୍ର ସକାଶେ ଗଠନମୂଳକ କାମରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ଜ୍ୟେଷ୍ଠା ନକ୍ଷତ୍ର ଆଲୋଚନା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିପାରିବେ। ଭୁଲ୍ ବୁଝାମଣାରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ। କର୍ମକ୍ଷେତ୍ରରେ ବିତର୍କ କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେବ। ରାଜନୀତି, କଚେରି ମାମଲା, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ପୂର୍ବାଷାଢ଼ା ନକ୍ଷତ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଅନ୍ୟମନସ୍କ ରହିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ପଡ଼ୋଶୀମାନେ ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାରେ ମଧ୍ୟ କଳହ କରିବେ । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ତଥା ଅସହଯୋଗରୁ ଚିନ୍ତିତ ରହିବେ।
ଆଜି ବନ୍ଧୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେମିତି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଧନିଷ୍ଠା ନକ୍ଷତ୍ର ବାଟରେ କାହାକୁ ଅପେକ୍ଷାକରି ବିରକ୍ତ ହେବେ ଏବଂ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ଉପୁଜିବ। ଜମିଜମା, ପୁରାତନ ଜିନିଷ କିଣାବିକା ଆଲୋଚନା ସଫଳ ହେବ। ବାଦବିବାଦ, ଧନହାନି ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା କାରଣରୁ ସାମୟିକ ଅସ୍ଥିରତା ଦୂର ହେବ।
ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ରର କର୍ମାରମ୍ଭ ସାଙ୍ଗକୁ ଅର୍ଥଲାଭ ଯୋଗୁ ମନ ପ୍ରଫୁଲ୍ଲ ରହିବ। ସାଂଗଠନିକ ସ୍ତରରେ ସହକର୍ମୀଙ୍କର ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ନିଜର ଇଚ୍ଛା ଅନୁଯାୟୀ କାମ ହାସଲ କରି ଦିନଟିକୁ ଆନନ୍ଦର ସହ ବିତାଇବେ ା