Categories: Rasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ
ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି ସାମୟିକ ବ୍ୟସ୍ତତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଗୃହ ଭୂମି ସମ୍ପର୍କିତ ଆଲୋଚନା ପ୍ରାୟତଃ ଅନୁକୂଳ ରହିବ।
ବୃଷ
କର୍ମଭାବର ଶୁଭତ୍ୱ ଆପଣଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପୂର୍ବକ ସମ୍ମାନ୍‌ଜନକ ସ୍ଥିତିରେ ଅବସ୍ଥାପିତ କରାଇବ। ସ୍ନାୟବିକ ଦୁର୍ବଳତା ଅନୁଭବ ସହ ସୁଯୋଗ ପାଇଲେ ମଧ୍ୟ ସଦୁପଯୋଗ କରିବା କଷ୍ଟକର ହୋଇପାରେ। ଦୂରଯାତ୍ରା, ଶିଳ୍ପ ଏବଂ ବାଣିଜ୍ୟ, ବ୍ୟବସାୟ ଓ ବିବାଦୀୟ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ବୁଧ କର୍ମାଧିପଙ୍କ ନକ୍ଷତ୍ରରେ ରହିଥିବାରୁ କାର୍ଯ୍ୟ ହାସଲ ସକାଶେ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ପାଇପାରିବେ। ଆନୁଷ୍ଠାନିକ କାମ କିମ୍ବା ଆଲୋଚନା ପରିସରରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଜମିଜମା କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟାକୁ ନେଇ ଅନ୍ୟମନସ୍କ ରହିପାରନ୍ତି।
କର୍କଟ
କର୍ମାଧିପ ଉଚ୍ଚସ୍ଥ ହୋଇ ଅଷ୍ଟମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନ କିମ୍ବା ବିଳାସବ୍ୟସନ ଦିଗକୁ ମନ ଢଳିପାରେ। ପରିବାର ସହ ଆଲୋଚନାକ୍ରମେ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟୟ ଅଟକଳ କରିବେ। ରାଜନୀତି, ସଂଗଠନ, ସଭାସମିତି ଏବଂ ବାଣିଜ୍ୟରେ ଉଚ୍ଚଫଳ ପ୍ରାପ୍ତି ହେବ।
ସି˚ହ
ବ୍ୟୟାଧିପ ରାଶିସ୍ଥ ଯୋଗୁ ଖର୍ଚ୍ଚାନ୍ତ ହୋଇ ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟାରମ୍ଭ ସକାଶେ ପରିବାରର ସମର୍ଥନ ହାସଲ କରିବେ। ରାଶ୍ୟାଧିପ ଏକାଧିକ ଗ୍ରହଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟରେ ଉନ୍ନତି, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆଶା ପୂରଣ ହେବ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ଜମିଜମା କାରବାର କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ।
କନ୍ୟା
କର୍ମସ୍ଥାନରେ ବୃହସ୍ପତି ରାଶ୍ୟାଧିପତିଙ୍କୁ ଅବଲୋକନ କରୁଥିବାରୁ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ତୀର୍ଥାଟନ ସକାଶେ ମାର୍ଗ ଉନ୍ମୁକ୍ତ କରିପାରନ୍ତି। ସ୍ବସ୍ଥାନହନ୍ତା ବୃହସ୍ପତି ଭ୍ରାତୃ ସମ୍ପର୍କ ହାନି, ପଡ଼ୋଶୀଙ୍କ ସହ କଳହ, ଏବଂ ଦୁଃସାହସିକ କାମରେ ପ୍ରବୃତ କରାଇବ। ସମ୍ପର୍କୀୟଙ୍କ ନିକଟରୁ ଧୋକା ଖାଇପାରନ୍ତି।
ତୁଳା
ଧନ ସପ୍ତମାଧିପତି ମଙ୍ଗଳ କୋଣଭାବସ୍ଥ ଯୋଗୁ ଉନ୍ନତ ବ୍ୟବସାୟିକ ସ୍ଥିତି ଏବଂ ଜମିଜମା କାରବାରରେ ଉନ୍ନତ ଫଳ ପାଇବେ। ସଭାସମିତିରେ ଯୁକ୍ତିତର୍କ ମାଧ୍ୟମରେ ନିଜର ମତ ସାବ୍ୟସ୍ତ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ବିଛା
ବୃହସ୍ପତିଙ୍କ ଧନସ୍ଥାନ ପ୍ରତି ଦୃଷ୍ଟି ଆପଣଙ୍କ ଆଶା ଓ କାମନାକୁ ପୂରଣ କରିବାରେ ସାହାଯ୍ୟ କରିବ। କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିକୁ ସୁଧାରି ନେଇ ସଫଳତା ପାଇପାରିବେ। ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ସୂଚନା ରହିଛି।
ଧନୁ
ତୃତୀୟସ୍ଥ ଗ୍ରହ ପ୍ରଭାବରୁ ପଡ଼ୋଶୀଙ୍କ ସ୍ନେହ, ଆଦର ଏବଂ ସହକର୍ମୀଙ୍କ ସୌଜନ୍ୟତା ମନୋବଳ ବୃଦ୍ଧିରେ ସହାୟକ ହେବ। ଆଜି ବକେୟା ଅର୍ଥ, ମିଷ୍ଟାନ୍ନ ଭୋଜନ, ବସ୍ତ୍ର ଭୂଷଣାଦି ଲାଭ କରିବାର ସୌଭାଗ୍ୟ ଅର୍ଜନ କରିବେ। କୌଣସି ଆଗନ୍ତୁକଙ୍କ ସହ ତର୍କବିତର୍କ ଜନିତ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ।
ମକର
ଆଜିର ଗ୍ରହସ୍ଥିତି ଶୁଭଖବର ଏବଂ ଅଭିଳାଷ ପୂରଣର ସୂଚନା ଦେବ। ଉଚ୍ଚସ୍ଥ ମଙ୍ଗଳ ଆପଣଙ୍କୁ ମାଙ୍ଗଳିକ କାମ, ଆନୁଷ୍ଠାନିକ ସହଯୋଗ, କାର୍ଯ୍ୟସିଦ୍ଧି ହେତୁକ ଶୁଭଫଳ ପ୍ରଦାନ କରିବ। ଶନି କ୍ଷେତ୍ରସ୍ଥ ରବି ଯେକୌଣସି ପରିସ୍ଥିତିକୁ ସୁଧାରି ନେବାରେ ସମର୍ଥ ହେବେ। ବନ୍ଧୁଙ୍କ ଅନୁରୋଧକ୍ରମେ ଜନହିତକର କାର୍ଯ୍ୟରେ ଲିପ୍ତ ରହିବେ।
କୁମ୍ଭ
ରାଶିରେ ପଞ୍ଚଗ୍ରହଙ୍କ ସ୍ଥିତି କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ସ୍ଥିତିରେ ପଦାର୍ପଣ କରାଇପାରନ୍ତି। ସରକାରୀ ସହାୟତା, ଉପରିସ୍ଥଙ୍କ ଅନୁକମ୍ପା ସ୍ଥଗିତ କାମକୁ ଅଗ୍ରଗାମୀ କରାଇିବ। ଅତୀତକୁ ଧରିବସିଲେ ସୁବିଧା, ସୁଯୋଗ ହରାଇବାକୁ ପଡ଼ିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବନ୍ଧୁଙ୍କ ସହ ଆଳାପ ଆଲୋଚନାର ସୁଯୋଗ ମିଳିବ।
ମୀନ
ଭାଗ୍ୟାଧିପ ଦ୍ୱାଦଶସ୍ଥ ଯୋଗୁ ଆଜି ଆପଣ ଯେଉଁ କାମରେ ହାତ ଦେବେ ସଫଳତା ପାଇବା କଷ୍ଟକର ହେବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। ଆଇନ ବିଭାଗର ଗ୍ରହ ଶନି ରାଶିରେ ରହିଥିବାରୁ କଚେରି ମାମଲାରେ ବାଇଦା ପଡ଼ିପାରେ। ଆଜିର ଯାତ୍ରା ଲକ୍ଷ୍ୟ ପୂରଣ ପାଇଁ ଅନୁକୂଳ ସ୍ଥିତି ଉତ୍ପନ୍ନ କରିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.