Categories: Rasifala

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ
ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ। ଆନୁଷ୍ଠାନିକ କାମ କିମ୍ବା ନିର୍ମାଣ କାମ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ପୁରାତନ ରୋଗରେ କଷ୍ଟ ଅନୁଭବ କରିପାରନ୍ତି। ଆଇନ ଓ ଗଣତନ୍ତ୍ରର ପ୍ରତୀକ ଶନି ସଂଗଠନ, ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ସୁଫଳ ପ୍ରଦାନ କରିବେ। ପ୍ରତିବନ୍ଧକ ଦୂରେଇଯିବା ସହ ଶିଳ୍ପ , ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ଭଲ। ଲୋକସମ୍ପର୍କ ବୃଦ୍ଧି ପାଇବା ସହ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ।
ମିଥୁନ
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିକୁ ସଜାଡି ନେବେ। ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, କଦାପି ନିଷ୍ଫଳ ହେବନାହିଁ। ଭାଇ, ବନ୍ଧୁ କିମ୍ବା ପଡୋଶୀମାନଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା,ସାହିତ୍ୟ ଓ କ୍ରୀଡ଼ା ମନୋରଞ୍ଜନ ପ୍ରୀତିପ୍ରଦ ହେବା ସହ ନିର୍ମାଣାଧୀନ କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ଅଗ୍ରଗତି ଘଟିବ।
କର୍କଟ
ଦିନଟି ବହୁତ ବଢିଆ, ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ସମ୍ପନ୍ନ ହୋଇପାରିବ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମୟିକ ମତାନ୍ତରର ଆଶଙ୍କା ରହିଛି।
ସି˚ହ
ପ୍ରତ୍ୟେକ କାମ ସଂଘର୍ଷ ଓ ସମସ୍ୟା ମଧ୍ୟ ଦେଇ ହାସଲ କରିବେ। ବିଶେଷ କାମରେ ହଠାତ୍‌ ବାହାରକୁ ଯିବାକୁ ପଡିପାରେ। ଏଣେ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତଭେଦର ଆଶଙ୍କା ରହିଛି। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ।
କନ୍ୟା
ବିଶେଷ ଅସୁବିଧା ନ ହେଲେ ମଧ୍ୟ ନିଜଲୋକଙ୍କ ବିରୁଦ୍ଧାଚରଣ ବେଶି ବାଧିବ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି, ସେଥିରେ ସଫଳତା ପାଇବେ। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ। କର୍ମକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ତୁଳା
ଶୁଭଗ୍ରହଙ୍କ ସୁଫଳ ପ୍ରଭାବରୁ ଅର୍ଥନୈତିକ, ସାମାଜିକ, ବୈଷୟିକ ସୁଖ ସୁବିଧାର ଅଭାବ ରହିବ ନାହିଁ। ଆଜି ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ଓ ପ୍ରଶଂସା ଲାଭ କରିବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମିତ ହେବେ। ଉଚ୍ଚାରୋହୀ ରବିଙ୍କ ପ୍ରଭାବରୁ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡିବେ। ସବୁ ସମୟରେ ଅଯଥା କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସାମାଜିକ, ରାଜନୈତିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ଧନୁ
ଚନ୍ଦ୍ରଙ୍କ ପ୍ରଭାବରେ ମନରେ ଯାହା ଥାଉନା କାହିଁକି ଉପରେ ହସି କଥା କହି ପ୍ରିୟଭାଜନ ହେବେ। ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ମକର
ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥିତିରୁ ମାନସିକ ଅସ୍ଥିରତା କ୍ରମଶଃ ଦୂରେଇଯାଇ ମୁହଁରେ ହସ ଫୁଟି ଉଠିବ। ଆଗାମୀ ଆଶା ଓ ଭରସାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରିପାରନ୍ତି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ। ଦ୍ୱିତୀୟସ୍ଥ ରବି ପାରିବାରିକ ସମସ୍ୟା କିମ୍ବା କଳହ ସାଙ୍ଗକୁ ଧନହାନି ଘଟାଇପାରେ। ସମସ୍ୟା ବଢ଼ିବାରୁ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଯୋଗାଯୋଗ କଲେ କେତେମାତ୍ରାରେ ଉପକୃତ ହୋଇପାରନ୍ତି।
ମୀନ
ଦ୍ୱାଦଶାଧିପ ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସମାଧାନ ହୋଇଯିବ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ। ପାରିବାରିକ, ଅର୍ଥନୈତିକ ଓ ବନ୍ଧୁ ସମ୍ପର୍କ ମଧ୍ୟ ଊଣା ହେବନାହିଁ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.