Categories: Rasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ
ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଶୁକ୍ରଙ୍କ ସୁପ୍ରଭାବରୁ ମାନସିକସ୍ଥିତି ଭଲ ରହିବା ସହ ଅଭିଳଷିତ ଫଳ ପାଇବେ। ବନ୍ଧୁଗହଣରେ ମନୋରଞ୍ଜନର ମଉକା ଜୁଟିବ।
ବୃଷ
ଚତୁର୍ଥସ୍ଥ କେତୁଙ୍କ ଯୋଗୁ ପରିବାରରେ ପ୍ରତିକ୍ରିୟା ପ୍ରକାଶ କଲେ ଓଲଟା ଫଳ ପାଇବେ। ଧନାଧିପ ବୁଧ ପାପଗ୍ରହ କବଳରେ ପୀଡିତ ଥିବାରୁ ଧନହାନୀ ସୂଚନା ରହିଛି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
କର୍ମାଧିପ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରିଥିବାରୁ ଆଜି କୈାଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ। ଆତ୍ମୀୟଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସମ୍ମାନ ବୃଦ୍ଧି ସହ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ସପ୍ତମାଧିପତି ସପ୍ତମକୁ ଅବଲୋକନ କରୁଥିବାରୁ ବାଣିଜ୍ୟ, ଯାତ୍ରାରୁ ଅଭିଳଷିତ ଫଳ ପାଇବେ।
କର୍କଟ
ଧନାଧିପ ଧନସ୍ଥାନରୁ ଅଷ୍ଟମସ୍ଥ ଯୋଗୁ ଅର୍ଥନୈତିକ ସ୍ଥିତି ଦୁର୍ବଳ ରହିବା ସହ ସମସ୍ୟାଯୁକ୍ତ ହେବ। ସକାଳୁ ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ବିାବଦର ସୂତ୍ରପାତ ହେବ। କାହାରି କଥାରେ ପ୍ରଭାବିତ ହୋଇ କାମ କଲେ ମନ୍ଦଫଳ ଭୋଗି ପାରନ୍ତି।
ସି˚ହ
କର୍ମାଧିପ ଶୁକ୍ର ଭାଗ୍ୟସ୍ଥାନରେ ଅବସ୍ଥାନ କରୁଥିବାରୁ କର୍ମସମୂହକୁ ଅଗ୍ରାଧିକାର ଭିତିରେ ସମ୍ପନ୍ନ କରିବେ। ଆତ୍ମୀୟ କିମ୍ବା ହିତୈଷୀଙ୍କ ସହଯୋଗରୁ ସମସ୍ୟା ସମାଧାନ ହେବ। ସ୍ତ୍ରୀ କିମ୍ବା ବୟସ୍କବ୍ୟକ୍ତି ପ୍ରେରଣାରୁ ଉପକୃତ ହୋଇପାରନ୍ତି। ବୈଷୟିକ ଅଭିବୃଦ୍ଧି ସଙ୍ଗକୁ ନୂତନ ବନ୍ଧୁସମ୍ପର୍କ ସ୍ଥାପନରେ ସଫଳତା ହାସଲ କରିପାରନ୍ତି।
କନ୍ୟା
ଧନାଧିପ ଶୁକ୍ର ସ୍ବଭାବକୁ ଦେଖୁଥବାରୁ ଅର୍ଥପ୍ରାପ୍ତି ସଙ୍ଗକୁ ଅଭିଳଷିତ କାମ ସମ୍ପନ୍ନ କରିବେ। ରପ୍ତାନୀ ବାଣିଜ୍ୟ, କ୍ରୀଡା, ବିବାଦୀୟ ଅର୍ଥପ୍ରାପ୍ତି ପାଇଁ ଚେଷ୍ଟା ଅବ୍ୟାହତ ରଖିପାରନ୍ତି । କର୍ମକ୍ଷେତ୍ରରେ ଅଜଣା ଆଗନ୍ତୁକଙ୍କ ଆକସ୍ମିକ ଆବିର୍ଭାବ ପରିବେଶକୁ ଏପଟ ସେପଟ କରିଦେବ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।
ତୁଳା
ଭାଗ୍ୟଭାବସ୍ଥ ଗୁରୁଙ୍କ ସହ ଚନ୍ଦ୍ରଙ୍କ ସମ୍ବନ୍ଧ କୈାଣସି ଆନୁଷ୍ଠାନିକ କାମରେ ଅନୁପ୍ରବେଶ କରାଇବ। ଦୀର୍ଘଦିନରୁ ପରିକଳ୍ପିତ ନୂତନ ଯୋଜାନଟିକୁ ଆଜି ଆରମ୍ଭ କରିବେ। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଧା ପାଟି ଫିଟାଇବାର ରାସ୍ତା ନଥିବ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।
ବିଛା
କୋଣଭାବସ୍ଥ ଶନିଙ୍କ ପ୍ରଭାବରେ କୌଣସି କାମ ଆରମ୍ଭ କରି ପରକ୍ଷଣରେ ଅନୁତାପ କରିପାରନ୍ତି। ହାତରେ ବହୁତ କାମ ରହିଥିଲେ ମଧ୍ୟ କୌଣସିଟା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ବନ୍ଧୁଟି ସ୍ବାର୍ଥବାଦୀ ହେବାର ଲକ୍ଷ୍ୟକରି ବ୍ୟଥିତ ହେବେ। ନୂତନ ଯୋଜନା, ବାଣିଜ୍ୟ, ମାଙ୍ଗଳିକ କାମ, ବନ୍ଧୁ ସମ୍ପର୍କରେ କିଛି ନୂତନତ୍ୱ ଅନୁଭବ କରିବେ।
ଧନୁ
ବନ୍ଧୁଙ୍କ ସହଯୋଗରେ ସୈାଖୀନ ଜିନିଷ ଲାଭ କରି ଖୁସି ହେବେ। ଶନିଙ୍କ ସ୍ଥିତିଜନିତ ଘରର ଅପ୍ରକାଶ୍ୟ ଘଟଣା ଶୁଣି ଦୁଃଖିତ ହେବେ। ଶନି କ୍ଷେତ୍ରସ୍ଥ ବୁଧ ହେତୁ ନୂତନ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁ ଅଗ୍ରଗତି ହୋଇ ପାରିବ ନାହିଁ। ଖର୍ଚ୍ଚ ବୃଦ୍ଧି ଯୋଗୁ ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡିପାରେ।
ମକର
ଅଷ୍ଟମାଧିପ ରାଶ୍ୟାଧିପତି ସହ ତୃତୀୟସ୍ଥ ରହିଥିବାରୁ କୌଣସି ଅସୁବିଧା ନ ଥାଇ ମଧ୍ୟ ମନ ଭଲ ରହିବ ନାହିଁ। ନିଜ ଚତୁଃପାଶ୍ୱସ୍ଥ ବ୍ୟକ୍ତିଙ୍କ ସନ୍ଦେହ ହେତୁ ଟେନ୍ସନ ବଢିପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁ ବିଚଳିତ ହୋଇପାରନ୍ତି। ତଥାପି ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଓ ସମ୍ପନ୍ନ କରିବାରେ ସଫଳତା ପାଇବେ ।
କୁମ୍ଭ
ରାହୁଙ୍କ ସହିତ ବୁଧଙ୍କ ଅବସ୍ଥିତି ଭୁଲ୍‌ ନିଷ୍ପତ୍ତି ନେବା ସହ ବିବାଦୀୟ କଥା ଚିନ୍ତା କରିବା ଦିଗରେ ଅନୁପ୍ରେରିତ କରିପାରନ୍ତି। ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆଜି ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। କୈାଣସି ନୂତନ କର୍ମାରମ୍ଭ ପାଇଁ ସହଭାଗୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ।
ମୀନ
ଆଜିର ଗ୍ରହସ୍ଥିତି ଏହିପରି ଯେ- ଆପଣ ଯେମିତି ଚିନ୍ତା କରୁଛନ୍ତି ଠିକ୍‌ ସେହିପରି ହିଁ ସମ୍ପନ୍ନ ହେବ। କିନ୍ତୁ ପଛରେ କହୁଥିବା ଲୋକମାନେ କହୁଥିବେ ସେକଥା ମନକୁ ଆଣିଲେ ଆଗକୁବଢି ପାରିବେ ନାହିଁ। ନୀତିବିହୀନ ସଂପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.