Categories: Rasifala

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ
ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟସାଧନ କରିବେ। କିନ୍ତୁ ସାମାନ୍ୟ କଥାରେ ପରିବାରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ବୃଷ
ଉଚ୍ଚାରୋହୀ ଶୁକ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ଠିକ୍‌ ରହିବ ଏବଂ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇପାରିବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ଅଭିଳାଷ ପୂରଣ ହେବ। ପାରିବାରିକ ସ୍ଥିତି ପୂର୍ବପରି ବ୍ୟତିକ୍ରମ ମଧ୍ୟରେ ରହିପାରେ। ବନ୍ଧୁସମ୍ପର୍କ, ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣକାର୍ଯ୍ୟରେ ପ୍ରତିବନ୍ଧକ ଦୂରେଇଯିବ।
ମିଥୁନ
ଶୁଭ ଗ୍ରହଙ୍କ ପ୍ରଭାବରୁ ଆପଣଙ୍କ ଦୂରଦର୍ଶୀ ଯୋଜନା ଫଳପ୍ରଦ ହେବାରେ ବନ୍ଧୁବର୍ଗଙ୍କ ସହଯୋଗ ଅବିସ୍ମରଣୀୟ ରହିବ। ପଡ଼ୋଶୀଙ୍କ ପରାମର୍ଶରେ ମାନସିକ ଦ୍ୱନ୍ଦ୍ୱର ଅବସାନ ସଙ୍ଗକୁ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବେ। ଯାତ୍ରା କାଳରେ ଅନ୍ୟମନସ୍କ ହେତୁକ କୌଣସି ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି।
କର୍କଟ
ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ନିରଙ୍କୁଶ ରହିବା ସହ ସାମଗ୍ରିକ ସୁବିଧା ସୁଯୋଗ ହାସଲ କରିପାରିବେ। ଆଶା ପୂରଣ, ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ଆଶା ରହିଛି। ଭାବପ୍ରବଣତା ବଶତଃ ଓଲଟା କଥା କହି ଅପଦସ୍ଥ ହେବେ। ପଡ଼ୋଶୀଙ୍କ ଦ୍ୱାରା ପ୍ରତିରୋଧ କାରଣରୁ ନିର୍ମାଣ କାର୍ଯ୍ୟରେ ମନ୍ଥରତା ଚିନ୍ତା ବୃଦ୍ଧି କରିପାରେ।
ସି˚ହ
ଆଜିର ଗ୍ରହସ୍ଥିତି ଅନୁକୂଳ ଥିବାରୁ ଯେଉଁ କାମରେ ହାତ ଦେବେ ନିଶ୍ଚିତ ପୂର୍ଣ୍ଣାଙ୍ଗ ହୋଇପାରିବ। କିନ୍ତୁ ଶନିଙ୍କ ପ୍ରଭାବରେ ପଛବୁଦ୍ଧିଆ ଭଳି କାମ କରି ପଶ୍ଚାନ୍ତେ ଅନୁତାପ କରିପାରନ୍ତି। ଆବଶ୍ୟକତା ଅନୁଯାୟୀ ହଠାତ୍‌ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ବ୍ୟବସାୟରେ ଲାଭ ପରିମାଣ କୌଣସି ପ୍ରକାରେ ଊଣା ହେବ ନାହିଁ।
କନ୍ୟା
କର୍ମଭାବସ୍ଥ ଚନ୍ଦ୍ର ଓ ଗୁରୁଙ୍କ ପ୍ରଭାବରେ ବନ୍ଧୁଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। ସଭାସମିତି, ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ଯୋଗାଯୋଗ ତଥା ଏଜେନ୍ସିପରୁ ଶୁଭଫଳ ମିଳିବ। ସରକାରୀ ସ୍ତରରୁ ସହାୟତା ପାଇବା ସହଜ ହେବନାହିଁ। ଇଚ୍ଛା ନ ଥିଲେ ମଧ୍ୟ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା
ଅନୁକୂଳ ଗ୍ରହସ୍ଥିତିଜନିତ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଶୃଙ୍ଖଳିତ ରହିବ। ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ ହେବ। ବନ୍ଧୁମିଳନ ପରିପ୍ରେକ୍ଷୀରେ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସମ୍ଭାବନା ରହିଛି । ବଳହୀନ ଶନିଙ୍କ କୁପ୍ରଭାବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଯାତ୍ରା ସ୍ଥଗିତ ରହିଯିବ।
ବିଛା
ଅଷ୍ଟମସ୍ଥ ଚନ୍ଦ୍ର ଗୁରୁଙ୍କ ସାନ୍ନିଧ୍ୟରେ ସନ୍ତାନଙ୍କ ସକାଶେ ସମସ୍ୟା ସୃଷ୍ଟିର କାରଣ ସାଜିପାରନ୍ତି। ଆନୁଷ୍ଠାନିକ କାମରେ ଆପଣଙ୍କର ପ୍ରଶଂସନୀୟ ସାହାଯ୍ୟ ଓ ସହଯୋଗ ଜନାଦୃତ ହେବ। ସାମାଜିକ ସ୍ତରରେ ପାରିବେଶିକ କୁପ୍ରଭାବରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ। ବୃଥା ସନ୍ଦେହ ଅଶାନ୍ତିର କାରଣ ପାଲଟିଯାଇ ପାରେ।
ଧନୁ
ଭାଗ୍ୟସ୍ଥାନକୁ ଏକାଧିକ ଗ୍ରହ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାମରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ। କୌଣସି ଅଜଣା ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇଯିବ।
ମକର
ମୁଖଭାବରେ ଏକାଧିକ ଗ୍ରହଜନିତ ଆପଣଙ୍କ ରୁକ୍ଷ ବ୍ୟବହାର ସମ୍ପର୍କହାନିର କାରଣ ହେବ। ଶନିଙ୍କ ପ୍ରଭାବରେ କାମରେ ଅବହେଳାଜନିତ ସୁଯୋଗ ହରାଇପାରନ୍ତି। ଅଯଥା କାମରେ ସମୟର ଅପଚୟ ନ କରି କୌଣସି ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଓ ଯୋଜନା କରିବା ଭଲ ହେବ। ପରିବାରରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ।
କୁମ୍ଭ
ରାଶିରେ ପଞ୍ଚଗ୍ରହକୂଟ ପ୍ରଭାବରେ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପରକଥାରେ ମୁଣ୍ଡ ପୂରାଇଲେ ଅଶାନ୍ତି ସୃଷ୍ଟି ହେବାର ସୂଚନାକୁ ଦୃଢୀଭୂତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ଶେୟାରବଜାର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବିବାଦରେ ବିଜୟ ଲାଭ ସଙ୍ଗକୁ ପ୍ରତିଯୋଗିତାରେ ସଫଳତା ନିଶ୍ଚିତ ପାଇବେ।
ମୀନ
ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟାର କୁପରିଣାମ ଭୋଗ କରିବାକୁ ପଡ଼ିପାରେ। ଶନିଙ୍କ ସ୍ଥିତିରୁ ଯେତେ ଭଲ କଲେ ମଧ୍ୟ ଖଳ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ଜମିଜମା ବିବାଦର ସମାଧାନରେ ବନ୍ଧୁ ସାହାଯ୍ୟ କରିବେ। ଆଜିର ବ୍ୟବସାୟିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.