Categories: Rasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ କାର୍ଯ୍ୟକୁ ବଢ଼ାଇ ନେବାରେ ସାହାଯ୍ୟ କରିବ। ଯାତ୍ରା ସମୟରେ ସମ୍ପର୍କୀୟମାନଙ୍କୁ ଅପେକ୍ଷା କରି କରି ବିରକ୍ତି ପ୍ରକାଶ କରିବେ।
ବୃଷ
ଆଜି ବୁଧ ଓ ଶୁକ୍ର ଏକାଧାରରେ ଅର୍ଥ, ସମ୍ମାନ ଓ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନରେ ସହାୟକ ହେବେ। ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଅତୀତରୁ ଲାଗି ରହିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବାର ଆଶଙ୍କା ରହିଛି। ମାଙ୍ଗଳିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କାମଟିକୁ ପାଶୋରି ଦେଇପାରନ୍ତି।
ମିଥୁନ
ଉପରିସ୍ଥ ପଦାଧିକାରୀଙ୍କ ସାହାଯ୍ୟରୁ ପ୍ରାପ୍ତି ଆଶା ନିରର୍ଥକ ହେବନାହିଁ। ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ। ଅତିଥିଙ୍କ କାର୍ଯ୍ୟ ଓ ଚାଲିଚଳନ ପସନ୍ଦଯୋଗ୍ୟ ନ ହୋଇପାରେ।
କର୍କଟ
ଆଜିର ଗ୍ରହଯୋଗ ଆପଣଙ୍କୁ ସମ୍ମାନଜନକ ସ୍ଥିତି ସାଙ୍ଗକୁ ଅର୍ଥ ପ୍ରଦାନ କରିପାରେ। ମଙ୍ଗଳଙ୍କ ଯୋଗୁ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଲକ୍ଷ୍ୟ ହାସଲ ହେବ। ଶନିଙ୍କ ପ୍ରଭାବରେ ନିଜ ଲୋକମାନଙ୍କୁ ଭୁଲ୍‌ ବୁଝିପାରନ୍ତି। ନିଜ ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ପରୋକ୍ଷଶତ୍ରୁତା କାରଣରୁ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
କନ୍ୟା
ରବି ସହ ଶନିଙ୍କ ସଂଯୋଗ ହେତୁ ସରକାରୀ ସ୍ତରରେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ନୂତନ ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିବାକୁ ମନ ବଳାଇ ପାରନ୍ତି। ବୁଧଙ୍କ ଦୁର୍ବଳତାଜନିତ ପୁରାତନ ରୋଗର ପୀଡ଼ା ଅନୁଭବ କରିବେ। ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ବିସ୍ମିତ ହେବେ।
ତୁଳା
ପରିସ୍ଥିତିର ବିଷମତା କାରଣରୁ ସବୁ ଥାଇ କିଛି ନ ଥିବା ଭଳି ଅନୁଭବ କରିବେ। ଶୁଭଗ୍ରହଙ୍କ ପ୍ରଭାବରେ ବନ୍ଧୁଙ୍କ ଶ୍ରୁତିମଧୁର କଥା ସହ ଅର୍ଥଲାଭ ଘଟିପାରେ। କାର୍ଯ୍ୟଦକ୍ଷତାରୁ କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ତଥାପି ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ଅଶାନ୍ତି ଓ ଅସନ୍ତୋଷ ମାନସିକ ସୁସ୍ଥତାକୁ ନଷ୍ଟ କରିପାରେ।
ବିଛା
ଉଚ୍ଚ ଚିନ୍ତା ଓ ମହତ ଉଦ୍ଦେଶ୍ୟ ନେଇ କାମ କଲେ ଶନିଙ୍କ ଦୃଷ୍ଟି ଓଲଟା ଫଳ ପ୍ରଦାନ କରିପାରେ। ଭଲ କାମକଲେ ମଧ୍ୟ ଅନ୍ୟମାନେ ତାହାକୁ ସକାରାତ୍ମକ ଭାବରେ ଗ୍ରହଣ କରିବେ ନାହିଁ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ ଓ କଳା ସାହିତ୍ୟରେ ପ୍ରଶଂସିତ ହୋଇପାରନ୍ତି।
ଧନୁ
 ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ଆଶ୍ୱସ୍ତି ଲାଭ କରିବେ। ଭୁଲ୍‌ ବୁଝାମଣାରୁ ଆତ୍ମୀୟଙ୍କ ସହ ସୁସମ୍ପର୍କ ହ୍ରାସ ପାଇବ। ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି, ବ୍ୟବସାୟ ଓ ଯାତ୍ରା ପ୍ରଭୃତିରେ କୌଣସି ଅସୁବିଧା ରହିବ ନାହିଁ। ବୃହସ୍ପତିଙ୍କ ଶୁଭଦୃଷ୍ଟି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ସହାୟକ ହେବ।
ମକର
ଆଜି ରଚନାତ୍ମକ କାର୍ଯ୍ୟ, ସଭାସମିତି, କର୍ମାରମ୍ଭ ପ୍ରଭୃତି ପାଇଁ ଦିନଟି ଭଲ। ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ନେଇ ରହିଥିବା ଦୁଶ୍ଚିନ୍ତା ମନକୁ ବିଭ୍ରାନ୍ତ କରାଇବ। ଅଶୌଚଜନିତ ଖବର ଦୁଃଖର କାରଣ ହେବ। ଶୁକ୍ରଙ୍କ ସୁପ୍ରଭାବରେ ସାହିତ୍ୟ, ସଙ୍ଗୀତ ପ୍ରଭୃତି ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି।
କୁମ୍ଭ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବ। ପ୍ରଶାସନିକ ସଫଳତା, ମାନସିକ ପ୍ରଫୁଲ୍ଲତା ଓ ଅର୍ଥନୈତିକ ଅଭିବୃଦ୍ଧିରୁ ଖୁସି ରହିବେ। ରାଜନୀତି କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସ୍ବାର୍ଥ ସାଧନ ମାନସରେ ବନ୍ଧୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ସ୍ଥିତି ଉତ୍ପର୍ଣ୍ଣ କରିବ।
ମୀନ
ଅନ୍ୟମାନଙ୍କୁ ଯେତେ ସାହାଯ୍ୟ କଲେ ମଧ୍ୟ ସେମାନେ ତାହାର ମୂଲ୍ୟ ବୁଝିପାରିବେନି। ପରିବାରରୁ ଅକ୍ଷେପୋକ୍ତି ଦ୍ୱାରା ମାନସିକ ଆଘାତ ପାଇ ଦୁଃଖ ପ୍ରକାଶ କରିବେ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ସାମୟିକ ଭାବରେ ମନରେ ଆଶ୍ୱସ୍ତି ଭରିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.