Categories: Rasifala

ରାଶିଫଳ: ବୁଧବାର, ଫେବୃଆରୀ ୨୫ ତାରିଖ – Daily Horoscope

ମେଷ
ଆଜି ରାହୁଙ୍କ ନକ୍ଷତ୍ରରେ ରବି ହେତୁ ବୟସ୍କବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଲାଗିପାରେ। ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନିକଟତର ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ କାର୍ଯ୍ୟ କରିବାର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ।
ବୃଷ
ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ଥିବାରୁ ଭାଇ,ବନ୍ଧୁ ଓ କୁଟୁମ୍ବଙ୍କ ଆଦରଣୀୟ ହେବେ। କର୍ମକ୍ଷେତ୍ରରେ କାମର ବାହାନା ଦେଖାଇ ସହକର୍ମୀ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟଚର୍ଚ୍ଚା, ଗବେଷଣା, ସାମ୍ବାଦିକତା ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ
ମଙ୍ଗଳ ସ୍ବନକ୍ଷତ୍ରସ୍ଥ ହେତୁ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରିବେ। କିନ୍ତୁ ବୁଧଙ୍କ ଦୁର୍ବଳତା ପାରିବାରିକ ଅଶାନ୍ତି ସୃଷ୍ଟି କରିବା ସଙ୍ଗକୁ କର୍ମକ୍ଷେତ୍ରକୁ ସମସ୍ୟାବହୁଳ କରିପାରନ୍ତି। ମାନସିକ ଅସ୍ଥିରତା କାରଣରୁ କଥାରେ ସଂଯମତା ହରାଇବେ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
ଆଜି ରାଶ୍ୟାଧିପତି ଏକାଦଶରେ ଉଚ୍ଚସ୍ଥ ଯୋଗୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହୋଇଯିବ। ତଥାପି ଶନିଙ୍କ ତୃତୀୟ ଦୃଷ୍ଟିଜନିତ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବଢ଼ିଯିବାର ସୂଚନା ରହିଛି।
ସି˚ହ
ବୃହସ୍ପତି ନିଜ ନକ୍ଷତ୍ରରେ ଥିବାରୁ କୌଣସି ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଘଟିବ। ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲ, ଯାହା କରୁଛନ୍ତି ତାହା ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ। କିନ୍ତୁ ନିଜ ପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଶୁକ୍ର ଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ସନ୍ତାନଙ୍କ ଶିକ୍ଷା,ସ୍ବାସ୍ଥ୍ୟ କିମ୍ବା ସମସ୍ୟା ସମାଧାନ ସକାଶେ ଅର୍ଥବ୍ୟୟ କରିପାରନ୍ତି। ପ୍ରତ୍ୟେକ କାମରେ ଅଗ୍ରଣୀ ହେବେ ଓ ବନ୍ଧୁଙ୍କ ନିକଟରୁ ପ୍ରଶଂସା ପ୍ରୋତ୍ସାହନ ମଧ୍ୟ ପାଇବେ। ପରିବାରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ରାହୁଙ୍କ ପ୍ରଭାବରୁ ପରିବାରରେ ସ୍ତ୍ରୀଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ।
ତୁଳା
ଯୋଗକାରକ ଗ୍ରହ ଶନି ସ୍ବନକ୍ଷତ୍ରସ୍ଥ ଯୋଗୁ ଯାହା ଇଚ୍ଛା କରୁଛନ୍ତି ସେଥିରେ ଅସୁବିଧା ହେବନାହିଁ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିବ କିନ୍ତୁ କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ। ଅଭାବ ରହିଥିଲେ ମଧ୍ୟ କାମ ସମୟକୁ କିଏ ନା କିଏ ସାହାଯ୍ୟ କରିବେ। ସାମାଜିକ ସ୍ତରରେ ନୀରବତାକୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି।
ବିଛା
କର୍ମସ୍ଥାନକୁ ଏକାଧିକଗ୍ରହଙ୍କ ଦୃଷ୍ଟିର ପ୍ରଭାବ ଆଶା ଓ କଳ୍ପନାକୁ ଚରିତାର୍ଥ କରିବ। କୌଣସି କ୍ଷେତ୍ରରେ ଚଟାପଟ୍‌ ସିଦ୍ଧାନ୍ତ ଗ୍ରହଣ କରିବା ଠିକ୍‌ ହେବନି। ସାମାନ୍ୟ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦୀର୍ଘଦିନର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିଲେ ପରୋକ୍ଷ ଶତ୍ରୁତା କାରଣରୁ ସହଯୋଗ ପାଇବେନାହିଁ।
ଧନୁ
ଅଷ୍ଟମାଧିପତି ଷଷ୍ଠସ୍ଥ ରହି ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ସମସ୍ୟା ସମାଧାନ ହୋଇଯିବ। ଶନିଙ୍କ ଦୁର୍ବଳତାରୁ ନିଜଲୋକମାନଙ୍କ ବିରୋଧର ସାମନା କରି ମାନସିକ ସ୍ତରରେ ଅସୁଖୀ ରହିବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ରହିବନାହିଁ।
ମକର
ରାଜଯୋଗକାରକ ଶୁକ୍ର ଆପଣଙ୍କୁ ମଜାମଉଜ ଓ ମନୋରଞ୍ଜନ ଦିଗରେ ଆକର୍ଷିତ କରାଇବେ। ଆପଣଙ୍କ ରୋକ୍‌ଠୋକ୍‌ କଥା ବନ୍ଧୁ ମନରେ ଦୁଃଖ ପ୍ରଦାନ କରିପାରେ। ସମ୍ପର୍କୀୟ ବନ୍ଧୁ କିମ୍ବା ପଡ଼ୋଶୀ ମନ ଲୋଭନୀୟ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ହାସଲ କରିବେ। ପ୍ରଶାସନିକ କ୍ଷେତ୍ର, ବାଣିଜ୍ୟ ଓ ପରିବହନ କ୍ଷେତ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବ।
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ରହି ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ କଳହ ସୃଷ୍ଟି କରିବେ। ଆଜି ଆପଣ ନୀରବତା ଅବଲମ୍ବନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଚେଷ୍ଟା କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଉପରିସ୍ଥଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ମୁହଁ ଖୋଲିପାରିବେ ନାହିଁ।
ମୀନ
ଆପଣଙ୍କ ବିରକ୍ତି ଓ ରୁକ୍ଷ ବ୍ୟବହାର ସମସ୍ୟା ସୃଷ୍ଟିର କାରଣ ହେବ। ଅତୀତ ଘଟଣାର ବାରମ୍ବାର ପର୍ଯ୍ୟାଲୋଚନା ମାନସିକ ସ୍ଥିତିକୁ କଳୁଷିତ କରିବ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସ୍ବନକ୍ଷତ୍ରସ୍ଥ ବହୃସ୍ପତିଙ୍କ ଯୋଗୁ ସଭାସମିତି, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.