Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ
ଆଜିର ଚତୁଃଗ୍ରହ ଯୋଗ ପାରିବାରିକ ଜୀବନକୁ ସରସ, ସୁନ୍ଦର କରିବା ସହ ନୂତନ ସମ୍ପର୍କ ସୃଷ୍ଟିକରିବ। ଅବୁଝା ବନ୍ଧୁଙ୍କୁ ବୁଝାଇବାରେ ସମର୍ଥ ହେବେ। ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ଆଶା ମଧ୍ୟ ଅପୂରଣୀୟ ରହିବ ନାହିଁ। ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନଜନିତ ସମୟ କଟାଇବେ।
ବୃଷ
ସାମାନ୍ୟ ବିଳମ୍ବରେ ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ସହ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ବନ୍ଧୁଙ୍କ ପରାମର୍ଶରେ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କଜନିତ ବିବାଦୀୟ ପରିସ୍ଥିତି ଉପୁଜିପାରେ। ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
ମିଥୁନ
ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ସକାଶେ ବନ୍ଧୁଙ୍କୁ ନେହୁରା ହେବେ। ପରିବାରର ଆବଶ୍ୟକତାକୁ ନେଇ ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥତା ଆଶା କରାଯାଇ ନ ପାରେ। ଅଧିକାଂଶ ସମୟ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପରେ ସମୟ କଟାଇବେ। ଷ୍ଟେସନାରୀ, ଧାତୁ ଅଳଙ୍କାର ଓ ପୋଷାକପତ୍ର କାରବାରରୁ ଉପକୃତ ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
କଥା ଓ କାମରେ ମେଳ ନ ରହିବାରୁ ଅନ୍ୟମାନଙ୍କ ନିକଟରେ ଅବିଶ୍ୱାସର ପାତ୍ର ହେବେ। ପରିବାରରେ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ହେତୁ ମାନସିକ ଅବସାଦ ବୃଦ୍ଧି ପାଇବ। ବିଭିନ୍ନ କାମରେ ଅନୁପ୍ରବେଶ କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
କନ୍ୟା
ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ପରୋକ୍ଷ ଶତ୍ରୁତା, ଋଣ ଉଠାଣ, ଯୋଗାଣ କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅନିୟମିତ ଭୋଜନଜନିତ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବାର ସୂଚନା ରହିଛି।
ତୁଳା
ପରିବାରର ସମସ୍ୟା ସମାଧାନ ଚେଷ୍ଟା କରି ସଫଳ ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାର ସୂଚନା ରହିଛି। ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନୂତନ ସ୍ଥାନ ପରିଦର୍ଶନଜନିତ ଅହେତୁକ କଳ୍ପନାରେ ମସ୍‌ଗୁଲ୍‌ ରହିବେ।
ବିଛା
କାର୍ଯ୍ୟହାନି ସାଙ୍ଗକୁ ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତିପର୍ବରେ ଲାଗିପାରନ୍ତି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ। ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ।
ଧନୁ
ନିଜ ଲୋକଙ୍କ ଚକ୍ଷୁଶୂଳର କାରଣ ସ୍ବରୂପ ଶ୍ରଦ୍ଧା, ସମ୍ମାନ ଓ ଆଦରର ନ୍ୟୁନତା ଉପଲବ୍ଧି କରିବେ। କର୍ମକ୍ଷେତ୍ରରେ ଅସହଯୋଗଜନିତ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। କୌଣସି ବିଶ୍ୱସନୀୟ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ଯୋଗୁ କେତେକାଂଶରେ ଉପକୃତ ହେବେ।
ମକର
କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତା ଭଲ କାମ ଦେଇପାରେ।
କୁମ୍ଭ
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜାରେ, ନିର୍ମାଣରେ, ଆନୁଷ୍ଠାନିକ କାମରେ, ମେଳା ମଉତ୍ସବରେ, ନୃତ୍ୟ ଓ ସଙ୍ଗୀତରେ ମଜିରହିପାରନ୍ତି। କୌଣସି ଜନହିତକର କାମରେ ତାହାକୁ ବିନିଯୋଗ ଚିନ୍ତା କରିବେ। କୌଣସି ବନ୍ଧୁଙ୍କ ସହ ଆଜିର ଆଲୋଚନା ନିଷ୍ଫଳ ହେବନାହିଁ।
ମୀନ

ମତାନ୍ତରଜନିତ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି। ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ହଠାତ ଅସହଯୋଗ କରି ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ଆମଦାନୀ କାରବାର ଓ ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।

 

👉 Follow Dharitri – The Largest & Most Trusted Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.