ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିକୁ ନିମନ୍ତ୍ରଣ ପାଇ ହଠାତ୍ ଦୂରଯାତ୍ରା କରିବାକୁ ପଡ଼ିପାରେ।
ମୁଖଭାବସ୍ଥ ବୃହସ୍ପତି ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ରକ୍ଷା ସହ ଅର୍ଥପ୍ରାପ୍ତିର ଯୋଜନା କରିପାରନ୍ତି। ବୌଦ୍ଧିକ ବିଚାରବିମର୍ଶରେ ବୁଦ୍ଧିଜୀବୀଙ୍କ ପ୍ରିୟଭାଜନ ହେବା ସହ ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ପୂରଣ କରିପାରିବେ। ସକାଳୁ ଶୁଭ ଖବର ମନକୁ ଆହ୍ଲାଦିତ କରିବ। ସାମାଜିକ ସ୍ତରରେ ପଛକଥା ଚିନ୍ତା ନ କରି ପରିସ୍ଥିତିକୁ ସାମ୍ନା କରିବା ଭଲ।
ବୁଧଙ୍କ ସହ ରାହୁ ମଙ୍ଗଳ ଯୋଗଜନିତ ପ୍ରିୟଜନଙ୍କ ସହ ମତାନ୍ତର ସୃଷ୍ଟି ହେବ। ସହକର୍ମୀଙ୍କ ସହାନୁଭୂତି ଓ ପ୍ରଗାଢ଼ ଚେଷ୍ଟା ଦ୍ୱାରା ଆଜି କୌଣସି କାମ ଅଟକି ରହିବନାହିଁ। ସନ୍ତାନଙ୍କ ବିବାହ ପାଇଁ ବନ୍ଧୁଙ୍କ ଜରିଆରେ ଆଲୋଚନା କଲେ ଉପକୃତ ହେବେ। ପାରିବାରିକ ଅଶାନ୍ତି କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ଶ୍ରେୟସ୍କର ମନେ କରିପାରନ୍ତି।
ଦଶମ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ବହୁତ ଭଲ ରହିବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସମର୍ଥନରେ ଉଚ୍ଚପଦବୀ ପ୍ରାପ୍ତ ହୋଇପାରନ୍ତି। ଆଲୋଚନା ପରିସରରେ, ପ୍ରଶାସନିକ ସେବାରେ ଅଥବା ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ଆଜିର କଲ୍ୟାଣଚନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣରେ କାର୍ଯ୍ୟ ସମ୍ପନ୍ନ କରାଇବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ ବାସ୍ତବ ସମସ୍ୟାରୁ ମୁକ୍ତି ମିଳି ନ ପାରେ। ଚଳିତ ପରିସ୍ଥିତିର ସମ୍ମୁଖୀନ ହୋଇ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗରୁ କାର୍ଯ୍ୟ ହାସଲ କରିବେ।
ଅଷ୍ଟମସ୍ଥ ଚନ୍ଦ୍ରଜନିତ ମାନସିକ ଅସ୍ଥିରତା ସାଙ୍ଗକୁ ପ୍ରାପ୍ୟ ଅର୍ଥ ସକାଶେ ସମସ୍ୟା ଲାଗି ରହିବ। ବନ୍ଧୁଙ୍କ ସାହାଯ୍ୟରେ ବିବାଦୀୟ ପରିସ୍ଥିତିରେ ସାମ୍ୟତା ଆଣିପାରିବେ। ଆର୍ଥିକ ଉନ୍ନତି, କର୍ମକ୍ଷେତ୍ରରେ ସମ୍ମାନ, ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ମଧ୍ୟରେ ଦିନଟି ପ୍ରୀତିପ୍ରଦ ରହିବ। ସକାଳୁ ଶୁଭଖବର ମନକୁ ଆହ୍ଲାଦିତ କରିବ।
ସପ୍ତମସ୍ଥ କର୍ମାଧିପ ଚନ୍ଦ୍ର ଆପଣଙ୍କୁ କର୍ମମୁଖର କରାଇବା ସହ ଦୂରଯାତ୍ରା ପାଇଁ ସୁଯୋଗ ସୃଷ୍ଟି କରିପାରନ୍ତି। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହୋଇପାରନ୍ତି। ବୁଝାମଣା ମାଧ୍ୟମରେ ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ।
ରାଶି ପାଇଁ ଶୁକ୍ଳପକ୍ଷର କଲ୍ୟାଣକାରକ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ। ସନ୍ତାନଙ୍କ ପରୀକ୍ଷାରେ ସଫଳତା, ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା ଦ୍ୱାରା ଆତ୍ମତୃପ୍ତି ଲଭିବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ଅପଦସ୍ଥ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମଧରଣର ରହିବ।
ରାହୁ ସହ ବୁଧଙ୍କ ସଂଯୋଗ ବୃଥା ସନ୍ଦେହ ଓ ଭୁଲ୍ ବୁଝାମଣାରୁ ପାରିବାରିକ ସମସ୍ୟାକୁ ବୃଦ୍ଧି କରିବେ। ଗଣତନ୍ତ୍ର, ଆଇନ, ଆଧ୍ୟାତ୍ମିକତା କ୍ଷେତ୍ରରେ ଗୁରୁକ୍ଷେତ୍ରସ୍ଥ ଶନି କାର୍ଯ୍ୟସିଦ୍ଧି କରାଇବେ। ଉତ୍ତମ ଲୋକସମ୍ପର୍କ ଜନିତ ସାମାଜିକ ସ୍ଥିତି ଭଲ ରହିବ। ଅର୍ଥ ଲାଭ, କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ଓ ମୂଲ୍ୟବାନ୍ ଦ୍ରବ୍ୟଲାଭରୁ ମନ ଖୁସି ରହିବ।
ଆଜିର ଯାତ୍ରା, ବାଣିଜ୍ୟ, ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ଦିଗରେ ଗ୍ରହସ୍ଥିତି ଅନୁକୂଳ ରହିବ। ସପ୍ତମାଧିପ ଚନ୍ଦ୍ର କେନ୍ଦ୍ରସ୍ଥ ହୋଇ ବୈବାହିକ ସମ୍ପର୍କ ପାଇଁ ଅନୁକୂଳ ସ୍ଥିତି ଉପତ୍ନ୍ନ କରିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଯୋଗୁ ମନ ଦୁଃଖ ହୋଇପାରେ। ନିଜର ହିତୈଷୀମାନଙ୍କୁ ବୃଥା ସନ୍ଦେହ କରି ଭୁଲ୍ଠିକ୍ର ବିଚାର କରିପାରିବେ ନାହିଁ।
ରାଶିରେ ମଙ୍ଗଳ ସହ ରାହୁ ସମସ୍ୟା ସୁଧାରି ନେବାରେ ସାହାଯ୍ୟ କରିବ। ଖର୍ଚ୍ଚ ବୃଦ୍ଧି ସାଙ୍ଗକୁ ଶ୍ରମ ଓ ସମୟର ବିନିଯୋଗ କରି କାର୍ଯ୍ୟହାସଲ କରିବେ। ଋଣ ପରିଶୋଧ ସକାଶେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଭଲମନ୍ଦର ମିଶ୍ରିତଫଳ ଭିତରେ ସାମୟିକ ଟେନ୍ସନ ଅବଶ୍ୟ ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରେ।
ବୃହସ୍ପତିଙ୍କ ସୁଦୃଷ୍ଟି ଆପଣଙ୍କ ଚିନ୍ତାଧାରା, କାର୍ଯ୍ୟପଦ୍ଧତି ଓ ଯୋଜନା ସମୂହକୁ ସୁନିୟନ୍ତ୍ରିତ କରାଇବେ। କାମଟି ସହଜରେ ପୂର୍ଣ୍ଣାଙ୍ଗ ହୋଇଯିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ନୂତନ ପ୍ରକଳ୍ପାଦି କାମ ବହୁତ ଭଲରେ ସମ୍ପନ୍ନ ହେବ। ଶୁକ୍ରଙ୍କ ପ୍ରଭାବରେ ଆନୁଷ୍ଠାନିକ କାମ, ମନୋରଞ୍ଜନ ଓ ବନ୍ଧୁମିଳନାଦିରୁ ସାମୟିକ ଖୁସିରେ ରହିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates