Categories: Rasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ। ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟୟଭାବସ୍ଥ ଗ୍ରହ ସଂସ୍ଥିତିରୁ ବିଶେଷ ଖର୍ଚ୍ଚାନ୍ତ ସହ ଦୂରଯାତ୍ରା କରିପାରନ୍ତି।
ବୃଷ
ଚତୁର୍ଥଭାବରେ କେତୁଙ୍କ ପ୍ରଭାବରେ ପାରିବାରିକ କଳହ ଯୋଗୁ ଅଶାନ୍ତି ରହିପାରନ୍ତି। କର୍ମାଧିପ ଶନିଙ୍କ ଦୁର୍ବଳତା କାରଣରୁ ସଂଘର୍ଷର ସାମ୍ନା କରି କାମ ସମ୍ପୂର୍ଣ୍ଣ କରିବେ। ପରିସ୍ଥିତିବଶତଃ ବନ୍ଧୁ ଗହଣରେ ସତ୍ୟ କହି ଅପମାନିତ ହୋଇପାରନ୍ତି। ସହକର୍ମୀଙ୍କ ଘରୋଇ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିବାର ସୂଚନା ରହିଛି।
ମିଥୁନ
ଧନାଧିପ ଚନ୍ଦ୍ର କର୍ମସ୍ଥାନରେ ଏକାଧିକ ଗ୍ରହଙ୍କ ସାନ୍ନିଧ୍ୟରେ ଆପଣଙ୍କ ବୈଷୟିକ ଅବିବୃଦ୍ଧି କରିପାରନ୍ତି। ପାରିବାରିକ ସମସ୍ୟା ମନକୁ ବିଚଳିତ କରିବା ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବ। ଅବହେଳିତ କର୍ମ ସକାଶେ କର୍ମକ୍ଷେତ୍ରରେ କୈଫିୟତ୍‌ ଦେବାକୁ ପଡ଼ିପାରେ। କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।
କର୍କଟ
ଭାଗ୍ୟଭାବରେ ଚତୁଃଗ୍ରହ ଯୋଗ ଆପଣଙ୍କୁ ସାମାଗ୍ରିକ ସୁଖ, ସୁବିଧା ପ୍ରଦାନ କରିବେ। ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରୁ ଟେନସନ୍‌ ଦୂର ହେବ। ପ୍ରଶାସନ, ବାଣିଜ୍ୟ, ନିର୍ମାଣ ଏବଂ ଆନୁଷ୍ଠାନିକ କାମରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସପ୍ତମଭାବରେ ଏକାଧିକ ଗ୍ରହ ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ସମସ୍ୟାଯୁକ୍ତ କରାଇପାରନ୍ତି। ବିବାଦୀୟ କ୍ଷେତ୍ରରେ ପ୍ରବେଶ କଲେ ଅପଦସ୍ଥ ହେବେ। ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ ଧନହାନିର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ।
କନ୍ୟା
ରାଶ୍ୟାଧିପ ଦୁର୍ବଳ ରହିଥିଲେ ମଧ୍ୟ ସ୍ଥାନ ପ୍ରଭାବରୁ କୌଣସି ଅସୁବିଧା ରହିବନାହିଁ। ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହି ନ ପାରେ। ଶନିଙ୍କ ପ୍ରଭାବରେ ସତ୍‌ସଙ୍ଗ କିମ୍ବା ନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇପାରନ୍ତି। ଚନ୍ଦ୍ର ଓ ବୁଧଙ୍କ କୁପ୍ରଭାବ ଜନିତ ଆଜି ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି।
ତୁଳା
ଧନାଧିପ ଏବଂ ଭାଗ୍ୟାଧିପ କୋଣଭାବ ମଣ୍ଡନ କରିଥିବାରୁ ଆର୍ଥିକ ଉନ୍ନତି ସହ ପରିବାରରୁ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଗୃହ ନିର୍ମାଣ, ଯାନ ମରାମତି, ପଦସ୍ଥଙ୍କ ସହ ଆଲୋଚନାର ସୁଯୋଗ ମିଳିବ।
ବିଛା
ରାହୁ ଯୁକ୍ତ ବୁଧଙ୍କ ଯୋଗୁ ନିଷ୍ପତ୍ତି ବଦଳାଇ ଅନୁତାପ କରିପାରନ୍ତି। ଲାଭାଧିପ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବା ଯୋଗୁ ବ୍ୟସ୍ତ ହେବେ।
ଧନୁ
ବୃହସ୍ପତିଙ୍କ ଶୁଭଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟରେ ଉନ୍ନତି ହେବ। ଆଜି ଯେତିକି ପାଇବେ, ସେତିକିରେ ସନ୍ତୁଷ୍ଟ ରହିବା ଭଲ। ସନ୍ତାନଙ୍କ ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବା ଯୋଗୁ ବିଶେଷ ଖୁସି ଅନୁଭବ କରିବେ । ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
ମକର
ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଆଗମନକୁ ଅପେକ୍ଷା କରିପାରନ୍ତି। ଅଷ୍ଟମ ସ୍ଥାନରେ କେତୁଙ୍କ ସ୍ଥିତି ପ୍ରତ୍ୟେକ କାର୍ଯ୍ୟରେ ନୈରାଶ୍ୟ ପ୍ରଦାନ କରିପାରେ। ପଡ଼ୋଶୀ କିମ୍ବା ସହକର୍ମୀ ଫାଇଦା ହାସଲ ସକଶେ ନିଜର ଭଳି ବ୍ୟବହାର କରିପାରନ୍ତି। ବନ୍ଧୁଙ୍କ ସହ ଯୋଗାଯୋଗ କଲେ ସମସ୍ୟା ସମାଧାନର ରାସ୍ତା ବାହାରିପାରିବ।
କୁମ୍ଭ
ପାପଗ୍ରହ ସଂଯୁକ୍ତ ଶୁକ୍ର ହେତୁ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବାର ଆଶା ମଉଳିଯିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ବନ୍ଧୁଙ୍କ ପାଖରେ ରହିଥିବା ବହୁତ ଦିନର ବକେୟା ଟଙ୍କା ଆଜି ପାଇବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନ
ଆପଣଙ୍କ ପାଇଁ ସଫଳତା ସକାଶେ ଭାଇ, ବନ୍ଧୁ ଓ ଆତ୍ମୀୟଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ବାଣିଜ୍ୟ, ପରିବହନ ଓ ସଭା ସମିତିରେ ଲକ୍ଷ୍ୟ ହାସଲ କରିବେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିପାରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.