ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର ଏହାର ବିପରୀତ ସାମଗ୍ରିକ ଦୃଷ୍ଟିକୋଣରୁ ଶୁଭଫଳ ପାଇବେ। ନୂତନ ସମ୍ପର୍କ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇପାରନ୍ତି।
ଆଜି ଲାଭାଧିପ ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ଉନ୍ନତି ସହିତ ଧାର୍ମିକ ବାତାବରଣର ସୁଯୋଗ ପ୍ରଦାନ କରିବେ। ମନୋରଞ୍ଜନରେ ଆଗ୍ରହୀ ହେବା ସହ ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କୌଣସି ଜିନିଷ ହଜାଇ ମନସ୍ତାପ କରିପାରନ୍ତି। ଯାତ୍ରାକାଳୀନ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟିକ ସ୍ଥିତି ଭଲ ରହିବ।
ଅଷ୍ଟମସ୍ଥ ଗ୍ରହମାନେ ବିଭିନ୍ନ ସମସ୍ୟା ସୃଷ୍ଟିକରି ବ୍ୟତିବ୍ୟସ୍ତ କରାଇପାରନ୍ତି। କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, କଳକାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ମନୋରଞ୍ଜନାଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ସୁଯୋଗ ମିଳିବ।
ରାଶିପ୍ରତି ଏକାଧିକ ଗୁରୁଦୃଷ୍ଟି ଆପଣଙ୍କ କଥାର ଓଜନକୁ ବୃଦ୍ଧି କରିବ ଫଳରେ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଅଶ୍ଳେଷା ନକ୍ଷତ୍ର କିନ୍ତୁ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ ଭୁଲ୍ କରିପାରନ୍ତି। କରଜଦାତାଙ୍କ ଚାପରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ନାୟବିକ ଦୁର୍ବଳତା କିମ୍ବା ଆଣ୍ଠୁଗଣ୍ଠିରେ ଦରଜଜନିତ ପୀଡ଼ା ଅନୁଭବ କରିପାରନ୍ତି।
ଆଜିର ଦ୍ୱାଦଶାଧିପ ଚନ୍ଦ୍ର ଷଷ୍ଠସ୍ଥାନରେ ରହି ଆପଣଙ୍କ ଯାତ୍ରାରେ ଲକ୍ଷ୍ୟ ହାସଲ କରାଇବେ। ଆଶା କରିଥିବା ଦିଗରୁ ଅର୍ଥ, ସମ୍ମାନ ଓ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ଅସୁବିଧା ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କର୍ମସ୍ଥାନରେ ଗୁରୁ ଏବଂ କୋଣସ୍ଥାନରେ ଗ୍ରହମାନେ ଥିବାରୁ କର୍ମକ୍ଷେତ୍ର, ବ୍ୟବସାୟ ଓ ଯାତ୍ରା ପାଇଁ ମନ୍ଦ ହେବନି। ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତି ସୃଷ୍ଟି ହେବ। ଦରକାରୀ କାଗଜପତ୍ର ଆବଶ୍ୟକ ସମୟରେ ନ ପାଇ ବ୍ୟସ୍ତ ହେବେ। ନୂତନ ମିତ୍ରତା ସୃଷ୍ଟି କରିପାରନ୍ତି। ପ୍ଲଟିଂ କାରବାର ସମସ୍ୟା ବିଜଡ଼ିତ ରହିପାରେ।
କେନ୍ଦ୍ର ଓ କୋଣଭାବସ୍ଥ ଗ୍ରହ ପ୍ରଭାବରେ ଆଶା ଓ କାମନା ଚରିତାର୍ଥ ହୋଇଯିବ। ଯାହା କରିବା ସକାଶେ ମନସ୍ଥ କରିଛନ୍ତି ଶୀଘ୍ର ଆରମ୍ଭ କରିଦେବା ଭଲ। ଆଜିର କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତିଙ୍କ ସହାୟତା ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ ନେଇ ବିବାଦ ହୋଇପାରେ। ନିଜ ଲୋକଙ୍କ ଅନାଦର ଭାବ ବ୍ୟଥିତ କରିପାରେ।
ଶନିଙ୍କ ସ୍ଥିତିଜନିତ କିଛି ଆଶା ଓ ଆଶଙ୍କା ମଧ୍ୟରେ ମାନସିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ଅଷ୍ଟମସ୍ଥ ବୃହସ୍ପତି ଯଦିଓ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅର୍ଥନୈତିକ, ସାମାଜିକ ଓ ରାଜନତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନଭାବରେ ଗ୍ରହଙ୍କ ଅବସ୍ଥାନ ଅର୍ଥ ସମ୍ପର୍କିତ ବିବାଦର କାରଣ ହେବ। ସଭାସମିତିରେ ବାକ୍ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ପାରିବାରିକ ସମସ୍ୟା ସମାଧାନର ରାସ୍ତା ବାହାର କରିନେବେ। ବାଣିଜ୍ୟ, ଆଇନ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟଭ୍ରଷ୍ଟ ହେବେନାହିଁ। ନୂତନ ନିଯୁକ୍ତିର ସୁଯୋଗ ପାଇପାରନ୍ତି।
ଚତୁର୍ଥାଧିପତି ରାଶିରେ ରହିଥିବାରୁ ଆଜି ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ସନ୍ତୋଷଜନକ ହେବ ନାହିଁ।
ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ଅସୁବିଧା ନ ହେଲେ ମଧ୍ୟ କେତେକ କାମ ଅଧାରେ ଅଟକି ଯାଇପାରେ। ଯାତ୍ରା, ବାଣିଜ୍ୟ, ଆଲୋଚନା କ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ଆଶଙ୍କା ରହିଛି।
ଆଜି ଚନ୍ଦ୍ର ସମେତ ଅନ୍ୟଗ୍ରହମାନେ ଏକାଦଶଭାବସ୍ଥ ଯୋଗୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ କରିବେ। ପରିବାରର ଖର୍ଚ୍ଚ ବଢ଼ିବାରୁ ବ୍ୟସ୍ତ ହେବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ତିକ୍ତତା ଯୋଗୁ ମନ ଉଦାସ ରହିବ। କଳା, ସାହିତ୍ୟ, ସଙ୍ଗୀତ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates