Categories: Rasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ
ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହେବ। ଅଟକିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ କାମ ହାସଲ କରି ଖୁସି ମନାଇପାରନ୍ତି।
ବୃଷ
ରୋହିଣୀ ନକ୍ଷତ୍ରର ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ଶାନ୍ତି ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଯାନ ବାହନ, ଦୋକାନ ବାଡି, ସଭା ସମିତିରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ ଯାହାକି ଅନ୍ତର୍ଦାହ ସୃଷ୍ଟି କରିବ। ଆଜି ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।
ମିଥୁନ
ଅର୍ଥସଂକଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଭଲ ସମ୍ପର୍କ ଥିବା ନିଜ ଲୋକ ଶତ୍ରୁତା କରି ପ୍ରତିବନ୍ଧକ ସାଜିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ସଂଗଠନ, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଆର୍ଦ୍ରା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ପରିବହନ,ଏଜେନ୍ସିପ୍‌ରେ ପ୍ରଶଂସିତ ହେବେ।
କର୍କଟ
ପୁନର୍ବସୁ ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଅସୁବିଧା ଅନୁଭବରୁ ଟେନ୍ସନ ମଧ୍ୟରେ ରହିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିଯିବ। ଟଙ୍କା ପଇସା ନେବା ଆଣିବା କ୍ଷେତ୍ରରେ ସତର୍କ ନ ରହିଲେ ଅସୁବିଧାରେ ପଡ଼ିବେ। ଆତ୍ମୀୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ଆପଣଙ୍କ ପାଇଁ ବ୍ୟସ୍ତତାର କାରଣ ହୋଇଯିବ।
ସି˚ହ
ଇଚ୍ଛା ନ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପରୁ ଅଶାନ୍ତ ରହିପାରନ୍ତି। ନିଜ ଲୋକଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବେ। ଆନୁଷ୍ଠାନିକ କାର୍ଯ୍ୟକ୍ରମ ସଙ୍ଗକୁ ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ମଘା ନକ୍ଷତ୍ରର ଜମିଜମା ସମ୍ପର୍କିତ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।
କନ୍ୟା
ରାଶି ପ୍ରତି ତିନୋଟିଗ୍ରହଙ୍କ ଦୃଷ୍ଟି ଆପଣଙ୍କୁ ଏକାଧିକ କାମରେ ଅନୁପ୍ରବେଶ କରାଇପାରେ। କର୍ମକ୍ଷେତ୍ରରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ହସ୍ତା ନକ୍ଷତ୍ରର ସାହିତ୍ୟ, କ୍ରୀଡ଼ା, ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ସ୍ଥଗିତ କାମ, ବାଣିଜ୍ୟ ଓ ରାଜନୀତି ପାଇଁ ଦିନଟ ବହୁତ ଭଲ।
ତୁଳା
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। କାରିଗରି, ଆଇନ, ସଭାସମିତି ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ବିଶାଖା ନକ୍ଷତ୍ର ଆବଶ୍ୟକତା ପୂରଣ ସକାଶେ ଧାର କରିପାରନ୍ତି।
ବିଛା
ଅନୁରାଧା ନକ୍ଷତ୍ରର ଆକସ୍ମିକ ଯୋଜନା ବଦଳିଯିବା ସଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନବାହନ କ୍ରୟ, ଗୃହସୀମାବିବାଦ, ଦୂର ବନ୍ଧୁଙ୍କ ସହ ସମ୍ପର୍କ,ସଭାସମିତି କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ରାଦି ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି।
ଧନୁ
ଗତକାଲିର ଆଲୋଚନା ଅନୁଯାୟୀ ଆଜି ଯାହା କରିବାକୁ ଚାହୁଁଛନ୍ତି ତାହାକୁ ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସି ଅପରାହ୍ନକୁ ରହି ନ ପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଳାନକ୍ଷତ୍ର ସମ୍ମାନନୀୟ ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇପାରିବେ।
ମକର
ବିଭିନ୍ନ ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ପରିଜନଙ୍କ ସକାଶେ ବ୍ୟସ୍ତତା ବଢ଼ିବ। ସାଙ୍ଗଠନିକ କାର୍ଯ୍ୟ, ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଧନିଷ୍ଠା ନକ୍ଷତ୍ର ବ୍ୟବସାୟରେ ଝଗଡା ଓ ଯାତ୍ରାରେ ସଂକଟର ସମ୍ମୁଖୀନ ହେବାକୁ ପଡ଼ିପାରେ।
କୁମ୍ଭ
କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗର ଅଭବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡି ଦେବ। ଶତଭିଷା ନକ୍ଷତ୍ର ରାଜନୀତିରେ ନୈତିକ ସମର୍ଥନ ସଙ୍ଗକୁ ଦୃଢ ସାଂଗଠନିକ ସ୍ଥିତି ହାସଲ କରିପାରିବେ।
ମୀନ
ଆଜି କର୍ମକ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ରର ଗତି ମନ୍ଥର ରହିପାରେ। ସଭାସମିତି, ଲେଖାପଢା, ଗବେଷଣା କ୍ଷେତ୍ର, ପ୍ରଶାସନ ତଥା ଆଇନ କ୍ଷେତ୍ରରୁ ଉପକୃତ ହେବେ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପଡ଼ୋଶୀଙ୍କ ସହ ସମ୍ପର୍କହାନି କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.