ଦ୍ୱିଜା ନକ୍ଷତ୍ରର ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା, ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଭାଇ, ପଡ଼ୋଶୀ କିମ୍ବା ସମ୍ପର୍କୀୟ ବିରୋଧାତ୍ମକ କଥା କହିପାରନ୍ତି। ଠିକ୍ ସମୟରେ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ପ୍ରଯତ୍ନ କରିବେ। ପରିବହନ, ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ପ୍ରାୟତଃ ହାଲୁକା ରହିବ ଓ ଲାଭବାନ୍ ମଧ୍ୟ ହେବେ।
ଦୀର୍ଘଦିନ ହେଲା ଯେମିତି, ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ। ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ। ପରିବହନ କ୍ଷେତ୍ରରେ ସମସ୍ୟା, କର୍ମପରିସର ମଧ୍ୟରେ କଚ୍ଛପଗତି ହେତୁ ଚିନ୍ତା କରିପାରନ୍ତି। ରୋହିଣୀ ନକ୍ଷତ୍ରର ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ଘରେ, ବାହାରେ ସବୁଠି ଆଦର, ସ୍ନେହ ପାଇବେ। ଫେରି ଯାଇଥିବା ବନ୍ଧୁଟି ପୁଣି ଲେଉଟି ଆସିବେ ଏଣୁ ମନରେ ସରସତା ରହିବ ନାହିଁ। ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନା ମୂଳକ ହୋଇପାରେ। ପୁନର୍ବସୁର ଛାତି କିମ୍ବା ବେକରେ, ଆଣ୍ଠୁ କିମ୍ବା ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।
ବନ୍ଧୁମାନଙ୍କର ବେଖାତିର ମନୋଭାବ ହେତୁ ଟିକିଏ ଟିକିଏ କଥାରେ ରାଗିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅଶ୍ଳେଷା ନକ୍ଷତ୍ରର ପୁରୁଣା ଘର, ଗାଡ଼ି, ମୋଟର ମରାମତି କରିବା ପାଇଁ ମନସ୍ଥ କରିବେ।
ସକାଳୁ ବନ୍ଧୁଙ୍କ ସାକ୍ଷାତ୍ ଓ ସହଯୋଗରୁ ଉପକୃତ ହୋଇପାରନ୍ତି। ମଘା ନକ୍ଷତ୍ରର ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍ ଆସିବେ। ହଜି ଯାଇଥିବା ଟଙ୍କା କୌଣସି ଅଲଗା ସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇ ପାରନ୍ତି। ପାରିବାରିକ କ୍ଷେତ୍ର କ୍ରମଶଃ ସୁଧୁରିଯିବ ଯାହା ଫଳରେ ଛୋଟ କଥାରେ କଳହ ଭିତରକୁ ଟାଣି ହୋଇପାରନ୍ତି।
ଆକସ୍ମିକ ଭାବରେ ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ଚିତ୍ରା ନକ୍ଷତ୍ର କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ, ଯାହାକି ସମସ୍ୟାକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ। ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଅଶାନ୍ତି ଲାଗି ରହିବ।
କାମଗୁଡ଼ିକ ସୁବିଧାରେ ନ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଗାଡ଼ିକିଣିବା ପାଇଁ ମନ ବଳାଇଛନ୍ତି କିନ୍ତୁ ଆଉ କେତେଦିନ ଅପେକ୍ଷା କରନ୍ତୁ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ। ବିଶାଖା ନକ୍ଷତ୍ର ବ୍ୟକ୍ତିମାନଙ୍କ ସକାଶେ ଆଜିର ଦିନଟି ବହୁତ ଶୁଭ ହେବ।
ଗୁରୁତ୍ୱପୂର୍ଣ୍ଣ କାମଟିକୁ ହେଳା କରି ମରୀଚିକା ପଛରେ ଦୌଡ଼ି ପାରନ୍ତି। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅନୁରାଧା ନକ୍ଷତ୍ର ସକାଶେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ।
ବନ୍ଧୁମାନଙ୍କ ସହ ଆଲୋଚନା କିମ୍ବା ସଭାସମିତିରେ ଶେଷ ସମୟରେ ଅର୍ଥ ସମ୍ପର୍କିତ ଟଣା ଓଟରା ଲାଗିପାରେ। ଉତ୍ତରାଷାଢ଼ା ନକ୍ଷତ୍ର ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆବେଗକୁ ସହକର୍ମୀଟି ବୁଝିପାରିବ ନାହିଁ। ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ ମାତ୍ର ମଧ୍ୟାହ୍ନରେ ଟେନ୍ସନ ଦୂର ହେବ।
ଆଜି ଅର୍ଥ ଲାଭ ଓ ବନ୍ଧୁମିଳନରୁ ମନ ଖୁସି ରହିବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍ରେ ସମୟ ଅତିବାହିତ କରିବେ। ଶ୍ରବଣା ନକ୍ଷତ୍ର ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ଅନିଶ୍ଚିତତା ମଧ୍ୟରେ ଗତି କରି ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ।
ନିଜର ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ଧନିଷ୍ଠା ନକ୍ଷତ୍ର ସକାଶେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ।
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଉତ୍ତରଭାଦ୍ରପଦ ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଭଲ ସମ୍ପର୍କ ନ ଥିବା ଗୁପ୍ତ ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି।
👉 Follow Dharitri – The Largest & Most Trusted Odia Daily 📰✨ Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates Unsubscribe from updates