Categories: Rasifala

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ
ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ପାଇବେ। ସ୍ଥଗିତ କର୍ମାରମ୍ଭ, ବ୍ୟବସାୟିକ ସଫଳତା, ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କହାନି ଯୋଗୁ ମନ ଭାରାକ୍ରାନ୍ତ ରହିବ।
ବୃଷ
ଆଜିର ଯାତ୍ରା, ବାଣିଜ୍ୟ, ବନ୍ଧୁସମ୍ପର୍କ, ଆଲୋଚନାଦି ପ୍ରୀତିପ୍ରଦ ରହିବ। କିନ୍ତୁ ରୋହିଣୀ କାମଗୁଡ଼ିକ ସମ୍ପନ୍ନ କରିବାରେ ବହୁତ ତକଲିପି ଭୋଗ କରିବାକୁ ପଡ଼ିପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଆକ୍ଷେପୋକ୍ତିକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ।
ମିଥୁନ
ଯେକୌଣସି ପରିସ୍ଥିତି ହେଉନା କାହିଁକି ଲକ୍ଷ୍ୟ ହାସଲରେ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ପୂରା କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ପ୍ରଶାସନିକ, ପରିବହନ, ବ୍ୟବସାୟ, ନିର୍ମାଣ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି।
କର୍କଟ
ଆଜି ଉନ୍ନତ ଚିନ୍ତାଧାରାସମ୍ପନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନର ସୁଯୋଗ ପ୍ରାପ୍ତ ହେବ। ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିପାରେ। ଅଶ୍ଳେଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ନିକଟରେ ଦୀର୍ଘଦିନରୁ ରହିଯାଇଥିବା ବକେୟା ପାଇପାରନ୍ତି।
ସି˚ହ
ଚତୁର୍ଥସ୍ଥ ଚନ୍ଦ୍ର ପାରିବାରିକ ସମ୍ପର୍କକୁ ନଷ୍ଟକଲେ ମଧ୍ୟ କର୍ମକ୍ଷେତ୍ର ସକାଶେ ଉନ୍ନତ ସ୍ଥିତି ପ୍ରଦାନ କରିବ। ପାରିପାର୍ଶ୍ୱିକ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବା ପରେ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ବିଭିନ୍ନ ଯୋଜନା କରିବାର ଚେଷ୍ଟା ସଫଳ ହେବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ଭଲ ରହିବ।
କନ୍ୟା
ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡାଷ୍ଟକ ସ୍ଥିତି ଲୋକସମ୍ପର୍କ ହ୍ରାସ କରିପାରେ। ସାମାଜିକ ସ୍ତରରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସଙ୍ଗକୁ ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଈର୍ଷା କରିପାରନ୍ତି ।
ତୁଳା
କର୍ମାଧିପତିଙ୍କ ଧନାଧିପତିଙ୍କ ସହ କେନ୍ଦ୍ରାବସ୍ଥାନ ଅର୍ଥପ୍ରାପ୍ତି ସହ ପଦାଧିକାରୀଙ୍କ ପ୍ରୀତିଭାଜନ କରାଇବ। ବିଶାଖା ନକ୍ଷତ୍ର ସକାଶେ ନିଜ ଲୋକଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିବ। ବ୍ୟବସାୟିକ, ସାମାଜିକ, ଅଭିବୃଦ୍ଧି ବଢ଼ିବାରୁ ଖୁସି ରହିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ।
ବିଛା
ମଙ୍ଗଳ କର୍ମାଧିପତିଙ୍କ ସହ ଅବସ୍ଥାନ କରିଥିବାରୁ ଦୃଢ ପଦକ୍ଷେପ ନେଇ ସ୍ଥଗିତକାର୍ଯ୍ୟ ସମ୍ପନ୍ନ କରିପାରନ୍ତି। ଅନୁରାଧା ନକ୍ଷତ୍ରର କର୍ମକ୍ଷେତ୍ର ସମସ୍ୟାବହୁଳ ହେବ। ସହକର୍ମୀ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି। ଚେଷ୍ଟା କରୁଥିବା କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ, ବ୍ୟବସାୟ କ୍ଷେତ୍ରରେ ସମସ୍ୟାଜନିତ କେତେକ ପରିସ୍ଥିତିରୁ ଚିନ୍ତିତ ରହିବେ।
ଧନୁ
ଅସଜଡ଼ା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। ଜମିଜମା, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ଶିକ୍ଷା, ଅଧ୍ୟାପନା କ୍ଷେତ୍ରରେ ସମସ୍ୟା ଦୂର ହେବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମକର
ବନ୍ଧୁମିଳନ ସହ ବୈବାହିକ ସମ୍ପର୍କସ୍ଥାପନର ଶୁଭସୂଚନା ଖୁସି କରାଇବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ସାମାଜିକ ସ୍ତରରେ ଶ୍ରବଣା ନକ୍ଷତ୍ର ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବେ।
କୁମ୍ଭ
ଷଷ୍ଠାଧିପତି କର୍ମକ୍ଷେତ୍ରରେ ଅବସ୍ଥାନ କରିଥିବାରୁ କଳହଜନିତ ମନ ଅଶାନ୍ତ ରହିବ। ଶତଭିଷା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଯୋଜନା ମୁତାବକ କାମରେ ଲାଗିପଡନ୍ତୁ, ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇ ପାରନ୍ତି।
ମୀନ
ନୀଚରାଶିରେ ଚନ୍ଦ୍ରଙ୍କ ସ୍ଥିତି ସନ୍ତାନଙ୍କ ଦାୟିତ୍ୱହୀନ କାର୍ଯ୍ୟକଳାପରୁ ଅସନ୍ତୁଷ୍ଟ କରାଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ଆଶାକରି ନିରାଶ ହେବେ। ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ଗବେଷଣା, ଅଧ୍ୟୟନ, ଅଧ୍ୟାପନା ସଙ୍ଗକୁ ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ ସମସ୍ୟା ସମାଧାନ ରାସ୍ତା ଉନ୍ମୁକ୍ତ ହୋଇପାରେ ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.