Categories: Home Leftଖେଳ

ଦବଙ୍ଗ ଦିଲ୍ଲୀ-ୟୁ ମୁମ୍ବା ଉଦ୍‌ଘାଟନୀ ମୁକାବିଲା

ନୂଆଦିଲ୍ଲୀ,୨୩ା୯: ପ୍ରୋ-କବାଡ଼ି ଲିଗ୍‌ ସିଜନ-୯ ଆସନ୍ତା ଅକ୍ଟୋବର ୭ରୁ ଆରମ୍ଭ ହେବ। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ବେଙ୍ଗାଲୁରୁରେ ଦବଙ୍ଗ ଦିଲ୍ଲୀ କେସି ଓ ୟୁ ମୁମ୍ବା ମଧ୍ୟରେ ହେବ। ପ୍ରଥମ ଦିବସରେ ଆଉ ଦୁଇଟି ମ୍ୟାଚ ମଧ୍ୟ ଖେଳାଯିବ। ତନ୍ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁ ବୁଲ୍ସ ଓ ତେଲୁଗୁ ଟାଇଟନ୍ସ ଏବଂ ଅନ୍ୟଟି ଜୟପୁର ପିଙ୍କ୍‌ ପାନ୍ଥର୍ସ ଓ ୟୁପି ଯୋଦ୍ଧାସ୍‌ ମଧ୍ୟରେ ଖେଳାଯିବ। ଗୁରୁବାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ତଦନୁସାରେ ଟୁର୍ନାମେଣ୍ଟ ବେଙ୍ଗାଲୁରୁର ଶ୍ରୀକାନ୍ତିରାଭା ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହେବ।