ବାତ୍ୟା ମୋନ୍ଥା ପ୍ରଭାବ: ବର୍ଷା ପବନରେ ଭୁଶୁଡିଲା କାଉନସିଲରଙ୍କ ଘର କାନ୍ଥ

ଗଞ୍ଜାମ,୨୮।୧୦:(ବିଦ୍ୟାଧର ସାହୁ):ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବି ବାତ୍ୟା ମୋନ୍ଥା। ତାହାର ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ହେଉଅଛି l ପବନର ବେଗ ମଧ୍ୟ ବେଳକୁ ବେଳ ବଢୁଛି l ବର୍ଷା ଯୋଗୁ ଗଞ୍ଜାମ ଏନଏସି ୱାର୍ଡ ନମ୍ବର ୯ ବରପଲ୍ଲୀରେ ବର୍ଷା ଓ ପବନ ପ୍ରଭାବରେ କାନ୍ଥ ଭୁଶୁଡି ପଡ଼ିଥିବା ଜଣାପଡିଛି l ଭୁଶୁଡି ପଡ଼ିଥିବା ଘର ୱାର୍ଡ ନମ୍ବର ୯ର କାଉସିଲର ସ୍ବାଗତ ଆଶିଷ ନାୟକଙ୍କ ଘର ବୋଲି ଜଣାପଡିଛି l ଖବର ପାଇ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗଞ୍ଜାମ ରାଜସ୍ବ ନିରୀକ୍ଷକ ସୀତାରାମ ସାହୁ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ତଦାରଖ କରିଥିବା ଜଣାପଡିଛି l

 

Dharitri – Odisha’s No.1 Odia Daily