ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ମ୍ୟୁନିସିପାଲଟି ଖୋଲା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଡ୍ରେନ ମୁକୁଳା ଥିବାରୁ ଅଘଟଣ ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ମୁକୁଳା ଡ୍ରେନ୍ ଭାଙ୍ଗି ପଡିଥିବା ବେଳେ ସେଠାରେ ସ୍ଲାବ ପକାଇବାକୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ କେହି ଶୁଣୁନଥିଲେ । ଫଳରେ ଆଜି ଏହି ଦୁର୍ଘଟଣା ଘଟି ଜଣଙ୍କର ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି ।