ରାଜ୍ୟରେ ବୃଦ୍ଧି ପାଉଛି ସାଇବର ଠକେଇ: ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀଛାତ୍ରଙ୍କୁ…

ଥୁଆମୂଳ ରାମପୁର,୪।୯(ଦୁର୍ଗା କୀର୍ତ୍ତି): ରାଜ୍ୟରେ ସାଇବର ଠକେଇ ଅଘଟଣ ଦିନକୁ ଦିନେ ବୃଦ୍ଧି ପାଉଛି। ଏହା ଦ୍ବାରା ଲୋକେ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଶୁଣିବା ମିଳୁଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସଚେତନତା ଘୋର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ତାଲୁକା ଆଇନଗତ ସେବା କମିଟି ପକ୍ଷରୁ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ ସଚେତନ ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ତାଲୁକା ଆଇନଗତ ସେବା କମିଟି ପକ୍ଷରୁ ମଧ୍ୟ ସରକାରୀ ଡିଗ୍ରୀ କଲେଜ ପରିସରରେ ସରକାରୀ ବେସରକାରୀ ଡିଗ୍ରୀ କଲେଜ ସମେତ ବେସରକାରୀ +୨ କଲେଜର ଛାତ୍ରୀଛାତ୍ରମାନଙ୍କୁ ନେଇ ସୋସିଆଲ ମିଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ ତାଲୁକା ଆଇନଗତ ସେବା କମିଟିର ଅଧ୍ୟକ୍ଷ ତଥା (ଜେଏମସି ) କୋର୍ଟ ବିଚାରକ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସାଇବର କ୍ରାଇମ ଡିଏସପି ଆଲକାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସର୍ବେଶ୍ବର ଉଠାନ ସିଂ, ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି + ୨ କଲେଜର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମୁଣ୍ତଛିନା, ଥାନା ଅଧିକାରୀ କୈବଲ୍ୟ ସେଠ, ଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଆଇନଜୀବୀ ଦିଲ୍ଲୀପ ନାଏକ, ଆଇନଜୀବୀ ପ୍ରିୟଙ୍କା ମାଝୀ, ଡିଗ୍ରୀ କଲେଜ ଅଧ୍ୟାପକ ବଳଭଦ୍ର ହରିଜନ, ଅଧ୍ୟାପକ ପରୀକ୍ଷିତ ମାଝୀ, +୨ କଲେଜ ଅଧ୍ୟାପକ ବବୃବାହନ ବୁଦ୍ଧିଆ, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନଜୀବୀ ମନୋରଞ୍ଜନ ନାଏକ ଶିବିରକୁ ପରିଚାଳନା କରିଥିବାବେଳେ ସଚେତନ ଶିବିରେ ଯୋଗଦାନ କରିଥିବା କର୍ମକର୍ତ୍ତା ନିଜ ନିଜ ବକ୍ତବ୍ୟରେ ସୋସିଆଲ ମେଡିଆ ପ୍ଳାର୍ଟଫର୍ମରେ ସୁରକ୍ଷା ଏବଂ ସାଇବର ଆଇନ ଉପରେ କିଭଳି ଭାବରେ ମାନିଚଳିଲେ ଏହି ସାଇବର ଠକେଇରୁ ନିଜକୁ ଦୂରେଇ ରହିପାରିବା ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଛାତ୍ରୀଛାତ୍ରମାନଙ୍କୁ ସଚେତନତା ସୃଷ୍ଟି କରାଇଥିଲେ। ସଚେତନ ଶିବିରକୁ ଜେଏମସି କୋର୍ଟର ଜୁନିଅର କ୍ଳର୍କ ଜିମି ବେହେରା ସମେତ କୋର୍ଟ ତଥା ଡିଗ୍ରୀ କଲେଜର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

Share
Tags: odisha