Categories: ଗଞ୍ଜାମ

ମୋବାଇଲ ପାଇଁ ବଢୁଛି ସାଇବର ଠକେଇ, ଅପରାଧୀମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରି…

ଗଞ୍ଜାମ,୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡ଼ାଇ ସଭାପତିତ୍ୱ କରିଥିଲେ। ଥାନା ଆଇଆଇସି ସୁମିତ୍ରା ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ଅଚ୍ୟୁତାନନ୍ଦ ଜାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗ୍ରାସୀମ କମ୍ପାନୀ ୟୁନିଟ ହେଡ୍‌ ଅଜୟ ଗୁପ୍ତା, ସାଇବର ଇନଚାର୍ଜ କିରଣ ପାତ୍ର,ଗ୍ରାସୀମ ମାନବ ସମ୍ବଳ ଅଧିକାରୀ ନିରଜ ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ରବୀନ୍ଦ୍ର ପଣ୍ଡା, ସମ୍ପାଦକ ବିନୋଦ ମହାପାତ୍ର, ଗୌରୀ ଶଙ୍କର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ମୋବାଇଲ ଦ୍ୱାରା ସାଇବର ଠକେଇ ବୃଦ୍ଧି ହେଉଥିବା ବେଳେ ସାଇବର ଅପରାଧୀମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସଫଳ ହେଉଛନ୍ତି l ଏଥିପାଇଁ ଅଧିକ ଲାଭର ବଶବର୍ତ୍ତୀ ନ ହେବାକୁ ମଞ୍ଚାସୀନ ଅତିଥିମାନେ ଆହ୍ବାନ ଦେଇଥିଲେ l ଅଜଣା ଫୋନ୍‌ କଲକୁ ଗ୍ରହଣ ନ କରିବା, ହ୍ବାଟ୍ସଆପ୍‌କୁ ଆସୁଥିବା ଅଜଣା ଲିଙ୍କ୍‌କୁ ନ ଖୋଲିବା, ଏଟିଏମ୍‌ କାର୍ଡ ନଂ ଆଦି ଅଜଣା ବ୍ୟକ୍ତିଙ୍କୁ ନ ଦେବା ଏବଂ ବିଶେଷ କରି ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ କାହାକୁ ନେବାକୁ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Trusted Odia Daily

Share