ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ): ରାଜ୍ୟରେ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଜଣେ ବ୍ୟକ୍ତି ସାଇବର ଠକେଇ ଶିକାର ହେଉଛନ୍ତି l ମୋବାଇଲ ଫୋନ ଦ୍ୱାରା ସାଇବର ଠକେଇ ବୃଦ୍ଧି ପାଉଥିବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଅନୁଷ୍ଠିତ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ l
ଗୁରୁବାର ସହରସ୍ଥିତ ଗ୍ରାସୀମ କମ୍ପାନୀ କାର୍ଯ୍ୟାଳୟ ପରିସରରେ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ମାନବ ସମ୍ବଳ ଅଧିକାରୀ ତଥା ଏଚଆର ହେଡ଼ ନିରଜୟ ପଟ୍ଟନାୟକ,ସିଏସଆର ମୁଖ୍ୟ ସୁସ୍ମିତା ବେହେରା,ଏଡିସନାଲ ଏସପି ସୀମା ସୱାଇଁ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଆଇଆଇସି ସୁମିତ୍ରା ପାତ୍ର ଏବଂ ଏସଆଇ ଅନିରୁଦ୍ଧ ସୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l
ସମାଜରେ ବଢିଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲଦ୍ଧ ବୋଲି ଆଇଆଇସି ପାତ୍ର ସୂଚନା ଦେଇଛନ୍ତି l ଅଜଣା ଫୋନ କଲ୍କୁ ଗ୍ରହଣ ନକରିବା, ଲିଙ୍କ ନ ଖୋଲିବା ବା ଏଟିଏମ କାର୍ଡ ସିଭିଲ ନମ୍ବର ପ୍ରଭୁତି ଅଜଣା ବ୍ୟକ୍ତିଙ୍କୁ ନଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ବ୍ୟାଙ୍କ ସମ୍ଭନ୍ଧୀୟ ତଥ୍ୟ କାହାକୁ ନଦେବାକୁ କୁହାଯାଇଛି l ଅଧିକାଂଶ ସମୟରେ କ୍ରାଇମର ମାନେ ଅବସର ପ୍ରାପ୍ତ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଥିବା ଆଲୋଚନା ହୋଇଥିଲା। ଏହି ଅବସରରେ ସଚେତନତା ହିଁ ସାଇବର ଅପରାଧକୁ ସୁରକ୍ଷା ଦେଇପାରିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ l